‘ନମୋ ଆପ୍‌’ରେ ମହାଗଠବନ୍ଧନ ସମ୍ପର୍କରେ ମତାମତ ମାଗିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

‘ନମୋ ଆପ୍‌’ରେ ମହାଗଠବନ୍ଧନ ସମ୍ପର୍କରେ ମତାମତ ମାଗିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଲୋକଙ୍କ ମତାମତ ଜାଣିବା ପାଇଁ ଏକ ଘୋଷଣା କରିଛନ୍ତି। ତାଙ୍କ ନାଁରେ ପ୍ରଚଳିତ ‘ନମୋ ଆପ୍‌’ ଜରିଆରେ ଲୋକମାନେ ସେମାନଙ୍କ ମତାମତ ସିଧାସଳଖ ଦେଇପାରିବେ।

ତେବେ ମହାଗଠବନ୍ଧନ ସମ୍ପର୍କରେ ମତାମତା ଦେବାକୁ ମଧ୍ୟ ନମୋ ଆପ୍‌ରେ ବ୍ୟବସ୍ଥା କରାଯାଇଛି। ଏଥିସହ ଏନ୍‌ଡିଏ ସରକାର ଭଲ କି ଖରାପ ଏବଂ ସ୍ଥାନୀୟ ବିଜେପି ନେତା କେମିତି କାମ କରୁଛନ୍ତି, ସେସମ୍ପର୍କରେ ମଧ୍ୟ ମତାମତ ଦେବାକୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟର୍‌ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “ମୁଁ ନମୋ ଆପ୍‌ ସର୍ଭେରୁ ଆପଣମାନଙ୍କ ସିଧାସଳଖ ମତାମତ ଚାହୁଁଛି। ଆପଣଙ୍କ ମତାମତ ନିହାତି ଜରୁରୀ। ବିଭିନ୍ନ ପ୍ରସଙ୍ଗରେ ଆପଣମାନଙ୍କ ମତାମତ ଆମକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସହାୟକ ହେବ। ଆପଣମାନେ ଏହି ସର୍ଭେରେ ସାମିଲ ହୁଅନ୍ତୁ ଏବଂ ଅନ୍ୟମାନଙ୍କୁ ଏଥିରେ ଯୋଗ ଦେବାକୁ କୁହନ୍ତୁ।”

ନମୋ ଆପ୍‌ରେ ପଚରା ଯାଇଥିବା କିଛି ପ୍ରଶ୍ନ ଏମିତି ରହିଛି। ଆପଣ ଭୋଟ୍‌ ଦେବା ବେଳେ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦିଅନ୍ତି? ଆପଣଙ୍କ ବିକଳ୍ପ ହେଲା-ସଫେଇ, ନିଯୁକ୍ତି, ଶିକ୍ଷା, ଆଇନ୍‌ ଶୃଙ୍ଖଳା, ଦର ବୃଦ୍ଧି, ଦୁର୍ନୀତି କିମ୍ବା ଚାଷୀ କଲ୍ୟାଣ।

୨: ଆଣଙ୍କ ନିର୍ବାଚନମଣ୍ଡଳୀର ଲୋକପ୍ରିୟ ବିଜେପି ନେତା କିଏ?

୩: ଆପଣ ଭାବୁଛନ୍ତି କି ଭାରତ ସରକାର କାର୍ଯ୍ୟ କରିବାର କୌଣସି ବୃଦ୍ଧି ପାଇଛି କି?

୪: ଆପଣ ଭାବୁଛନ୍ତି କି ମହାଗଠବନ୍ଧନର ପ୍ରଭାବ ଆପଣଙ୍କ ନିର୍ବାଚନମଣ୍ଡଳୀ ଉପରେ ପଡ଼ିବ କି?

୫: ଆପଣ ବିଜେପି ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି କି?

୬: ଆପଣ ବିଜେପିକୁ କିଛି ଦାନ କରିଛନ୍ତି କି?



from Odisha Reporter http://bit.ly/2Fqt80r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages