
ନୂଆଦିଲ୍ଲୀ: ତଥାକଥିତ ଉଚ୍ଚ ଜାତିର ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପାଇଁ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ କ୍ଷେତ୍ରରେ ଏଣିକି ୧୦% ସଂରକ୍ଷଣ ସୁବିଧା ମିଳିବ। ଆଜି ଏନେଇ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଆସନ୍ତାକାଲି ଏ ସଂକ୍ରାନ୍ତ ଏକ ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ଆଗତ କରାଯିବ। ତେବେ କେଉଁମାନେ ଏହାର ଫାଇଦା ପାଇବେ ଆସନ୍ତୁ ଜାଣିବା।
୧: ଯେଉଁ ପରିବାର ବର୍ଷକୁ ୮ ଲକ୍ଷରୁ କମ୍ ଟଙ୍କା ରୋଜଗାର କରୁଥିବ
୨: ଯେଉଁ ପରିବାର ପାଖରେ ୫ ଏକରରୁ କମ୍ ଚାଷ ଜମି ଥିବ
୩:ଏହି ସଂରକ୍ଷଣ ବ୍ୟବସ୍ଥା ପାଇବାକୁ ହେଲେ ସମ୍ପୃକ୍ତ ପରିବାରର ବାସଭବନର ଆକାର ୧୦୦୦ ବର୍ଗଫୁଟରୁ କମ୍ ହେବା ଜରୁରୀ।
୪: ମ୍ୟୁନିସିପାଲିଟି ଅଞ୍ଚଳରେ ଜଣେ ଆବାସିକ ପ୍ଲଟ ୧୦୦ ଗଜରୁ କମ୍ ଥିବ
୫: ଅଣ ମ୍ୟୁନିସିପାଲିଟି ଅଞ୍ଚଳରେ ଆବାସିକ ପ୍ଲଟ ୨୦୦ ଗଜରୁ କମ୍ ଥିବା ଜରୁରୀ।
from Odisha Reporter http://bit.ly/2TyiCr3
No comments:
Post a Comment