ସ୍ମାର୍ଟ ସାଇକେଲ୍‌ର ଏମିତି ହାଲ୍: ସର୍‌କାର୍‌ କା ମାଲ୍‌, ଦରିୟା ମେଁ ଡାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ସ୍ମାର୍ଟ ସାଇକେଲ୍‌ର ଏମିତି ହାଲ୍: ସର୍‌କାର୍‌ କା ମାଲ୍‌, ଦରିୟା ମେଁ ଡାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ସରିବାର ପ୍ରାୟ ମାସେ ବିତିବାକୁ ବସିଛି। ଏହି ବିଶ୍ୱକପ୍ ପାଇଁ ରାଜଧାନୀର କାନ୍ଥ ବାଡ଼ରେ ପୁଳାପୁଳା ରଙ୍ଗ ବୋଳା ହୋଇଥିଲା। ଓଭରବ୍ରିଜ୍ ତଳେ ଝିକିମିକି ଆଲୁଅ ଖଞ୍ଜା ହୋଇଛି। ଆଉ ତା ସାଙ୍ଗକୁ ଛକ ଛକରେ ଡଜନ୍ ଡଜନ୍ ସାଇକେଲ୍ ସବୁ ରଖାଯାଇଛି। ଏସବୁ ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ୍।

କିନ୍ତୁ ଦୁଃଖର କଥା ଯେ, ଏବେ ଏସବୁ ଆଉ ସ୍ମାର୍ଟ ସାଇକେଲ୍ ହୋଇ ରହିନାହିଁ। ଏହା ଧଡ଼ଧଡ଼ିଆ ଶୂନଗାଡ଼ି ପାଲଟିଗଲାଣି। ବସ୍ତି ପିଲାଏ ଏବେ ଏହାର ମାଲିକ। ମନଇଚ୍ଛା ଚଢ଼ୁଛନ୍ତି। ତାଲା ଭାଙ୍ଗିଯାଇଛି। ବ୍ରେକ୍ ଶୁ’ କଟି ଯାଇଛି। କଞ୍ଚି କୋଲପ ବୋଲି କିଛି ନାହିଁ।

ଆଜି ଦିନ ଦ୍ୱିପ୍ରହରରେ ଜୟଦେବ ବିହାରଠାରୁ ଚନ୍ଦ୍ରଶେଖରପୁର ଆସିବା ବାଟରେ ଏକ୍ସଆଇଏମ୍‌ବି ପାଖରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। (ଭିଡିଓ ଦେଖନ୍ତୁ) ସାଇକେଲ୍‌ଟିର ଆଉ ଅବସ୍ଥା ନାହିଁ। ପିଲାଟିଏ ଏହାକୁ ଆରାମରେ ଚଢ଼ୁଛି। ପୁଣି ମନ ହେଲେ ନେଇ ଥୋଇ ଦେଉଛି। ପୁଣି ତାକୁ ଆଉ କିଏ ଚଢ଼ୁଛି। QR କୋଡ୍ କାମ କରୁନି। ସେନ୍‌ସର୍ ଫେନ୍ସର କିଛି ନାହିଁ। ଜିପିଏସ୍ ଢୋ। ସେହି ସାଇକେଲ୍‌ଟିକୁ କିଏ ଯଦି ଗାଡ଼ି ଛାତରେ ବା ଟ୍ରକ୍ ଡାଲାରେ ପକେଇ ଅନ୍ୟତ୍ର ନେଇଯାଏ, ତେବେ ବି କିଛି ଜଣା ପଡ଼ିବନି।

ଖାଲି ସେତିକି ନୁହେଁ, ମାସ କେଇଟାରେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ସ୍ମାର୍ଟ ଚିନ୍ତାଧାରାକୁ ବସ୍ତିର ପିଲାଟିଏ ଚକ କରି ଗଡ଼ାଉଛି। ଆଗକୁ ଖରାଦିନ ଆସିବ। ତା’ପରେ ବର୍ଷା ଦିନ। ଖୋଲା ଆକାଶ ତଳେ ପଡ଼ି ରହିଥିବା ସାଇକେଲ୍‌ଗୁଡ଼ିକ ଖତ ହୋଇଯିବ। ଶେଷରେ କବାଡ଼ି ବାଲାବି ନେବେନି ଆଉ ଯଦି ନେବେ ଓଜନ ଦରରେ।

ପ୍ରକୃତରେ ସାଇକେଲଗୁଡ଼ିକ ଦ୍ୱାରା ଲୋକଙ୍କ ବହୁ ଉପକାର ହେଉଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ନ ହେବାରୁ ସମସ୍ତେ ଏହାକୁ ‘ସରକାର୍‌ କା ମାଲ୍‌ ଦରିଆ ମେଁ ଡାଲ୍‌’ ଭାବିବା ଆରମ୍ଭ କଲେଣି।

ଦି’ଦିନ ଆଗରୁ ଭାରତ ବନ୍ଦ ସମୟରେ ଏହି ସାଇକେଲ୍ ଗୁଡ଼ିକରେ ହିଁ ଅନେକ ଲୋକ ମାଷ୍ଟର କ୍ୟାଣ୍ଟିନ୍‌ରୁ ବରମୁଣ୍ଡା, ବାଣୀବିହାର, ସିଆର୍‌ପି ଛକ ଆଦି ସ୍ଥାନକୁ ଯାତାୟାତ କରିଥିଲେ। ସାଇକେଲ୍ ବ୍ୟବସ୍ଥାକୁ ଢେର୍ ପ୍ରଶଂସା କରିଥିଲେ। କିନ୍ତୁ ଆଜି ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲାଣି ଆଉ ଦିନ କେଇଟାରେ ଏହି ସାଇକେଲ୍ ସବୁ ରାସ୍ତା କଡ଼ରୁ ଯଦି ଉଭାନ୍ ହୋଇଯାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କାରଣ ରହିବ ନାହିଁ।



from Odisha Reporter http://bit.ly/2VU8bAi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages