କଂଗ୍ରେସ ଛାଡ଼ିବେ କି ପ୍ରକାଶ ବେହେରା? କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

କଂଗ୍ରେସ ଛାଡ଼ିବେ କି ପ୍ରକାଶ ବେହେରା? କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ପରେ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡିକୁ ପ୍ରଶଂସା କରିବା ସହ ଆଭିମୁଖ୍ୟ ଅସ୍ପଷ୍ଟ ରଖିଛନ୍ତି ପ୍ରକାଶ।

ସେ କହିଛନ୍ତି-“୨୦ ବର୍ଷ ହେଲା ରାଜ୍ୟରେ ବିଜେଡି ଭଲ କାମ କରୁଛି। ଦଳ ଏବେ ଭଲ ସ୍ଥିତିରେ ଅଛି। ଆମେ ଆମ ଜାଗାରେ ଅଛୁ। ଦଳର ହାଇକମାଣ୍ଡ କଣ ଚାହୁଁଛନ୍ତି, ସେଇଟା ହେଉଛି କଥା। ଯଦି ସେମାନେ ଚାହିଁବେ ମୁଁ ଲଢ଼ିବି।”

ତେବେ କେଉଁ ଦଳର ହାଇକମାଣ୍ଡ ପ୍ରଶ୍ନରେ ନିରବ ରହିଛନ୍ତି ପ୍ରକାଶ। ସେ କହିଛନ୍ତି-“ମୁଁ କେବେ ହେଲେ ସ୍ୱାଧୀନ ଭାବେ ଲଢ଼ି ପାରିବିନାହିଁ। ତେଣୁ ଦଳର ହାଇକମାଣ୍ଡା ଯାହା କରିବେ, ସେହି ଅନୁସାରେ ନିଷ୍ପତ୍ତି। କିନ୍ତୁ ମୁଁ କୌଣସି ଦଳର ନାଁ ଧରିନାହିଁ।”

୩ ରାଜ୍ୟରେ ବିଜୟ ପରେ ଉତ୍ସାହିତ ଥିବା କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧି ଆସନ୍ତା ୨୫ରେ ଓଡ଼ିଶା ଆସିବେ। ସେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଷ୍ଟାଡିୟମରେ ସଭା କରିବେ। ସମାବେଶରେ ରାହୁଲ ବୁଦ୍ଧିଜୀବୀ, ହାଲ୍ ପ୍ରତିନିଧି ଓ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ଦୁଇ ଜଣ ବିଧାୟକ ଦଳ ଛାଡ଼ିବାର ଚର୍ଚ୍ଚା ମୁଖିଆଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।



from Odisha Reporter http://bit.ly/2QOxAay

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages