“ମାଛ୍‌ ଭାତ୍‌ ଖାଏଙ୍ଗେ ମହାଗଠବନ୍ଧନକୋ ଜିତାଏଙ୍ଗେ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

“ମାଛ୍‌ ଭାତ୍‌ ଖାଏଙ୍ଗେ ମହାଗଠବନ୍ଧନକୋ ଜିତାଏଙ୍ଗେ”

ପାଟନା: ବିହାରରେ ୪୦ ଲୋକସଭା ଆସନ ପାଇଁ ମହାଗଠବନ୍ଧନ ଏବେ ଚର୍ଚ୍ଚାରୁ ବାହାରି ପ୍ରଥମ ପାହାଚରେ ପହଞ୍ଚିବା ଉପରେ। ସୋମବାର ଏହି ମେଣ୍ଟର ଅଂଶ ହେବାକୁ ଥିବା ଦଳମାନେ ମାଛ ତରକାରୀ ଏବଂ ଭାତର ଭୁରି ଭୋଜନରେ ଭେଟ ହେବେ। ଏହାର ଆୟୋଜକ ମୁକେଶ ନିଶାଦ ସେଥିପାଇଁ ଏକ ସ୍ଲୋଗାନ୍‌ ଆରମ୍ଭ କରିଛନ୍ତି, “ମାଛ୍‌ ଭାତ୍‌ ଖାଏଙ୍ଗେ ମହାଗଠବନ୍ଧନକୋ ଜିତାଏଙ୍ଗେ।”

ଏଥିରେ ୬୦୦ ଅତିଥି ଯୋଗଦେବେ ଏବଂ ସେମାନଙ୍କ ପାଇଁ ୨୦୦ କେଜି ମାଛ ଆସିବ। ଅତିଥିଙ୍କ ମଧ୍ୟରେ ଅଛନ୍ତି ତେଜସ୍ୱୀ ଯାଦବ, ଉପେନ୍ଦ୍ର କୁଶ୍‌ୱାହା, ଜିତନ୍‌ ରାମ୍‌ ମାଞ୍ଝି ଏବଂ କଂଗ୍ରେସ ନେତା ମଦନ ମୋହନ ଝା।

କୁଶୱାହ ଏନ୍‌ଡିଏ ଛାଡ଼ିବାପରେ ଏନ୍‌ଡିଏ ପକ୍ଷରୁ ଏକ ରକମ ଆସନ ବୁଝାମଣା ସରିଛି, ଯଦିଓ ବିଧିବଦ୍ଧ ଘୋଷଣା ହୋଇନି। ଜେଡିୟୁ ଏବଂ ବିଜେପି ୧୭ ଲେଖାଏ ଆସନରେ ଲଢ଼ିବାକୁ ଥିଲାବେଳେ ରାମ ବିଲାଶ ପାଶୱାନ୍‌ଙ୍କ ଏଲ୍‌ଜେପି ୬ଟି ଆସନରେ ଲଢ଼ିବ।

କିନ୍ତୁ ମହାଗଠବନ୍ଧନ ପାଇଁ ଆସନ ବୁଝାମଣା କାଠିକର ପାଠ ହେବ। ୬ଟି ଦଳ ମଧ୍ୟରେ ଭାଗ ବଣ୍ଟା ହେବାକୁ ଥିବାବେଳେ ଉଭୟ ଜିତନ୍‌ ରାମ ମାଞ୍ଝି ଏବଂ କୁଶୱାହ ଅଧିକ ଆସନ ପାଇଁ ଜିଦ୍‌ ଧରି ନାକେଦମ୍‌ କରିବେ। ଅଧିକ ଆସନ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିକୁ ହିଁ ମିଳିବ, କାରଣ ଏହି ଦଳ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ୮୦ଟି ଆସନରେ ଜିତିଥିଲା।



from Odisha Reporter http://bit.ly/2FcYFSL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages