ରାମ ମନ୍ଦିର ପାଇଁ ୨୧ରେ ଶିଳାନ୍ୟାସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ରାମ ମନ୍ଦିର ପାଇଁ ୨୧ରେ ଶିଳାନ୍ୟାସ!

ପ୍ରୟାଗରାଜ: ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ପକ୍ଷରୁ ଡକାଯାଇଥିବା ପରମ ଧର୍ମ ସଂସଦରେ ବୁଧବାର ରାମ ମନ୍ଦିର ନିର୍ମାଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଫେବୃଆରୀ ୨୧ରେ ରାମ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାକୁ ପରମ ଧର୍ମ ସଂସଦରେ ଏକ ସଂକଳ୍ପ ପାରିତ ହୋଇଛି।

ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ପ୍ରୟାଗରାଜରେ ଗତ ୩ ଦିନ ହେଲା ବିଭିନ୍ନ ସାଧୁ ସନ୍ଥଙ୍କୁ ନେଇ ପରମ ଧର୍ମ ସଂସଦ ଚାଲିଥିଲା। ବୁଧବାର ସମସ୍ତେ ରାମ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା କରିଥିଲେ। ଚର୍ଚ୍ଚା ପରେ ରାମ ମନ୍ଦିର ନିର୍ମାଣକୁ ନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା।

ପ୍ରସ୍ତାବରେ ଫେବୃଆରୀ ୨୧ରୁ ରାମ ମନ୍ଦିର ନିର୍ମାଣ ହେବ ବୋଲି କୁହାଯାଇଛି। ମନ୍ଦିର ନିର୍ମାଣର ଦାୟିତ୍ୱ ସାଧୁସନ୍ଥ ଉପରେ ନ୍ୟସ୍ତ ରହିବ।

ପ୍ରସ୍ତାବ ଆସିବା ସମୟରେ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ କହିଥିଲେ, ଅଯୋଧ୍ୟାରେ ମସଜିଦ୍‌ ନୁହେଁ ମନ୍ଦିର ଭଙ୍ଗା ଯାଇଥିଲା। ସେ ମୋଦି ସରକାରଙ୍କ ଉପରେ ଦୋଷ ଲଦି କହିଥିଲେ ଯେ “ ସରକାର ଜନ୍ମଭୂମିକୁ ଛାଡ଼ି ଅନ୍ୟ ଏକ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ଯୋଜନା କରୁଛନ୍ତି। ମୁଁ ଅଯୋଧ୍ୟା ଯାଇ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବି।”

ଅନ୍ୟପକ୍ଷରେ ପ୍ରୟାଗରାଜରେ କୁମ୍ଭମେଳା ଚାଲିଛି ସତ, କିନ୍ତୁ ରାମ ମନ୍ଦିର ଆଳରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ନେଇ ସାଧୁସନ୍ଥଙ୍କ ମଧ୍ୟରେ ଧର୍ମଯୁଦ୍ଧ ଆରମ୍ଭ ହୋଇଯାଇଛି।

ଗୋଟିଏ ପଟେ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ପକ୍ଷରୁ ଧର୍ମ ସଂସଦ ଚାଲିଥିବା ବେଳେ ଅନ୍ୟପଟେ ଭିଏଚ୍‌ପି ପକ୍ଷରୁ ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ଆଉ ଏକ ଧର୍ମ ସଂସଦ ଡକାଯାଇଛି। ଏଥିରେ ମୋଦି ସରକାର ବିରୋଧରେ ଭିଏଚ୍‌ପି କ’ଣ ରଣନୀତି ଆପଣାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter http://bit.ly/2RpplSQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages