
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଖେଇ ଆସୁଥିବା ବେଳେ, ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ନଜର ଓଡ଼ିଶା ଉପରେ ପଡ଼ିଛି। ଗତକାଲି ଓଡ଼ିଶା ଆସିଥିବା ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ, ଆସନ୍ତା ୩ ତାରିଖରେ ପୁଣିଥରେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ସେ ପୁରୀରେ ହେବାକୁ ଥିବା ‘ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ’ର ଉଦଯାପନୀ ସମାରୋହରେ ଯୋଗଦେବେ। ଏହାସହିତ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୬ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶା ଗସ୍ତରେ ଆସି ୨ଟି ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି। କଳାହାଣ୍ଡିର ଭବାନୀପାଟଣାରେ ଦିନ ୧୧ଟା ଓ ରାଉରକେଲାରେ ଦିନ ୨ଟାରେ ଜନସଭାକୁ ସମ୍ବୋଧିତ କରିବେ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ ଯେ, ରାହୁଲ ଗତ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସି, ଭୁବନେଶ୍ୱରରେ ଏକ ଜନସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ।
from Odisha Reporter http://bit.ly/2Ti05zG
No comments:
Post a Comment