
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଦୁଇ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ୍ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହଁ ଖୋଲିଛନ୍ତି।
ଚିଟ୍ଫଣ୍ଡ ମାମଲାରେ ସିବିଆଇର ଏଭଳି ବିଳମ୍ବିତ ପଦକ୍ଷେପକୁ କଡ଼ା ସମାଲୋଚନା କରି ପିସିସି ସଭାପତି ପଟ୍ଟନାୟକ କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ନୋଟିସ୍ ଜାରି କରାଯିବାକୁ ନେଇ ଯେକେହି ସନ୍ଦେହ ବ୍ୟକ୍ତ କରିବା ସ୍ୱାଭାବିକ। ସିବିଆଇ ଏବେ ଯାହା କରିଛି ତାହା ବହୁ ପୂର୍ବରୁ କରିବାର ଥିଲା। ଏହା ସତ୍ୟ ଯେ, ରାଜ୍ୟରେ ଚିଟ୍ଫଣ୍ଡ ଦ୍ୱାରା ବହୁ ଲୋକ କ୍ଷତି ସହିଛନ୍ତି। ବହୁ ଚିଟ୍ଫଣ୍ଡ ସଂସ୍ଥାରେ ସରକାରୀ ଦଳର ଲୋକମାନେ ପୃଷ୍ଠପୋଷକ ଥିଲା ଭଳି ମନେହୁଏ ବା ସେଥିରେ ସମ୍ପୃକ୍ତ ବୋଲି ଖବର ବାହାରିଥିଲା। ଏତେଦିନ ଧରି ସିବିଆଇ କାହିଁକି ପଦକ୍ଷେପ ନନେଇ ଚୁପ୍ ବସିଥିଲା? ଏବେ ନିର୍ବାଚନ ପାଖେଇ ଆସିଲାଣି। ତେଣୁ ସିବିଆଇ ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ରଙ୍ଗ ଦିଆଯାଇପାରେ। ସିବିଆଇ ଓ ପୁଲିସକୁ ଶତପ୍ରତିଶତ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି।
ସେହିପରି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ଯେ, ଅମିତ୍ ଶାହ ଆସିଲେ ସିବିଆଇର ନୋଟିସ୍ କଥା ମନେପଡ଼େ। ଗତଥର ଅମିତ୍ ଶାହ ଆସିଥିଲେ, ସେଥିପାଇଁ ସିବିଆଇ ନୋଟିସ୍ ଦେଇଥିଲା। ଗତକାଲି ସେ ଆସିଥିଲେ,ସେଥିପାଇଁ ସିବିଆଇର ନୋଟିସ କଥା ମନେପଡ଼ିଲା।
from Odisha Reporter http://bit.ly/2CU9ciS
No comments:
Post a Comment