ବୁଲନ୍ଦଶହର ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ବୁଲନ୍ଦଶହର ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ଜଣେ ପୁଲିସ୍‌ ଅଧିକାରୀଙ୍କ ଜୀବନ ନେଇଥିବା ବୁଲନ୍ଦଶହର ହିଂସା ମାମଲାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜକୁ ଗିରଫ କରିଛି। ଯୋଗେଶ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଏବଂ ତାଙ୍କୁ ଏହି ହିଂସାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଏ। ଗତ ରାତିରେ ହିଁ ତାକୁ ଗିରଫ କରାଯାଇଛି।

ସଂଖ୍ୟାଧିକ ଗାଇଙ୍କର ମୃତ ଦେହ ଏକ ଜଙ୍ଗଲିଆ ସ୍ଥାନରେ ପଡ଼ିଥିବା ନେଇ ବିରୋଧରୁ ଏହି ହିଂସା ଆରମ୍ଭ ହୋଇଥିଲା। ଏଥିରେ ପୁଲିସ୍‌ ଅଧିକାରୀ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯିବା ସହିତ ଗୁଳି ମଧ୍ୟ ମରାଯାଇଥିଲା।

ତେବେ ଏହା ପରଠାରୁ ଯୋଗେଶ ଗତ ୩୦ ଦିନ ଧରି ପୁଲିସ୍‌କୁ ଭୁଆଁ ବୁଲାଇ ଆସୁଥିଲା। ବଜରଙ୍ଗ ଦଳ ହିଁ ତାକୁ ଧରାଇଦେଇଥିବା ମଧ୍ୟ ଚର୍ଚ୍ଚା ହେଉଥିବାବେଳେ ପୁଲିସ୍‌ ସୂଚନା ଦେଇଛି ପୁଲିସ୍‌କୁ କେହି ଜଣେ ସୂଚନା ଦେଇଥିଲା ଯୋଗେଶ ଖୁର୍ଜା ଯିବାକୁ ଯୋଜନା କରୁଛି। ଗତ ରାତିରେ ପୁଲିସ୍‌ ଜାଲ ବିଛାଇ ତାକୁ ଏ ଲୋକପ୍ରିୟ କଲେଜ୍‌ ନିକଟରୁ ଧରିଥିଲା।



from Odisha Reporter http://bit.ly/2F2Txl1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages