ବିମୁଦ୍ରାକରଣ ଏକ ଝଟ୍‌କା ନଥିଲା ବୋଲି କହିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ବିମୁଦ୍ରାକରଣ ଏକ ଝଟ୍‌କା ନଥିଲା ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଥିବା ବିମୁଦ୍ରାକରଣ କଳାଧନ ବିରୋଧରେ କୌଣସି ସଫଳତା ହାସଲ କରିନଥିବା ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ହେଲେ ଆଜି ଏଏନ୍‌ଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ମତ ରଖିଛନ୍ତି। ସେ କହିଛନ୍ତି, ବିମୁଦ୍ରାକରଣ ଏକ ଅଚାନକ ଝଟ୍‌କା ନଥିଲା। ଅପରପକ୍ଷେ କଳାଧନ ଲୁଚାଇ ରଖିଥିବା ଲୋକଙ୍କୁ ଏଭଳି ଘଟଣା ଘଟିବ ବୋଲି ଗୋଟିଏ ବର୍ଷ ଆଗରୁ ସତର୍କ କରାଇ ଦିଆଯାଇଥିଲା।

ମୋଦି କହିଛନ୍ତି, “ ଆମେ ବିମୁଦ୍ରାକରଣ ଲାଗୁ ହେବାର ଗୋଟିଏ ବର୍ଷ ପୂର୍ବରୁ ଲୋକଙ୍କୁ ସତର୍କ କରାଇଥିଲୁ। ଯେଉଁମାନେ କଳାଧନ ରଖିଛନ୍ତି ସେମାନେ ଏହାକୁ ବ୍ୟାଙ୍କରେ ଜମା କରି ଦିଅନ୍ତୁ।

ଏଥିପାଇଁ ସାମାନ୍ୟ ଫାଇନ ଦେବାକୁ ପଡ଼ିବ ଏବଂ ଏଥିପାଇଁ ଆମ ସରକାର ସବୁ ପ୍ରକାରର ସହଯୋଗ କରିଥାଆନ୍ତା। ହେଲେ କଳାଧନ ରଖିଥିବା ଲୋକମାନେ ଭାବିଲେ ଅନ୍ୟ ସବୁ ସରକାରଙ୍କ ଭଳି ମୋଦି ମଧ୍ୟ କେବଳ ଡରାଇବାକୁ ଚେଷ୍ଟା କରୁଛନ୍ତି।

କେବଳ କିଛି ଲୋକ ନିଜ ପାଖରେ ଥିବା ଟଙ୍କାକୁ ଜମା କରିଥିଲେ। ବିମୁଦ୍ରାକରଣ ପୂର୍ବରୁ ଦେଶରେ ସମାନ୍ତରାଳ ଅର୍ଥନୀତି ରହିଥିଲା, ଯାହା ଦେଶକୁ ଭିତରୁ ଭିତରୁ ଖୋଳ କରି ଚାଲିଥିଲା। ବିମୁଦ୍ରାକରଣ ନିଷ୍ପତ୍ତି ରାତାରାତି ନିଆଯାଇ ନଥିଲା।

ଏଥିପାଇଁ ପ୍ରାୟ ଗୋଟିଏ ବର୍ଷ ଲାଗିଥିଲା। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ଏହା ଜରୁରୀ ଥିଲା। କିନ୍ତୁ ହଁ ଗୋଟିଏ ଟ୍ରେନ୍‌ ଯେତେବେଳେ ଟ୍ରାକ ବଦଳାଏ, ନିଶ୍ଚିତ ଭାବେ ଏହାର ଗତି ମନ୍ଥର ହୁଏ। କିନ୍ତୁ ବିମୁଦ୍ରାକରଣ ଲାଗୁ ହେବା ପରେ ଟିକସ ଦାତାଙ୍କ ସଂଖ୍ୟା ବଢ଼ିଛି।”

ପ୍ରଧାନମନ୍ତ୍ରୀ ମୋଦି ୨୦୧୬ ମସିହା ନଭେମ୍ବର ୮ରେ ଅପ୍ରତ୍ୟାଶିତ ଭାବେ ଦେଶରେ ପ୍ରଚଳିତ ୫ଶହ ଏବଂ ୧ ହଜାର ଟଙ୍କିଆ ନୋଟ୍‌ ଚଳିବ ନାହିଁ ବୋଲି ଘୋଷଣା କରିଥିଲେ।



from Odisha Reporter http://bit.ly/2EZjWiF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages