ପାଣ୍ଡ୍ୟା ଓ ରାହୁଲଙ୍କୁ ପାଖରେ ପୂରାଇ ଦେବି ନାହିଁ: ହରଭଜନ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ପାଣ୍ଡ୍ୟା ଓ ରାହୁଲଙ୍କୁ ପାଖରେ ପୂରାଇ ଦେବି ନାହିଁ: ହରଭଜନ ସିଂହ

ନୂଆଦିଲ୍ଲୀ: ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ଓ ଅଶ୍ଳାଳୀନ ମନ୍ତବ୍ୟ ଦେଇ କ୍ରିକେଟ୍‌ରୁ ନିଲମ୍ବିତ ହୋଇଥିବା ଟିମ୍‌ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍‌ ରାହୁଲଙ୍କୁ ବିସିସିଆଇ ସ୍ୱଦେଶ ଫେରିଆସିବାକୁ କହିଛି। ଏବେ ଏମାନେ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ। କିନ୍ତୁ ତଦନ୍ତ ଶେଷ ନ ହେବା ଯାଏ ଏହି ଦୁଇ ଖେଳାଳି କୌଣସି ପ୍ରକାରର କ୍ରିକେଟ୍‌ ଖେଳିପାରିବେ ନାହିଁ ବୋଲି ବିସିସିଆଇ କହିଛି। ତେବେ ଏଭଳି ଆଚରଣ ପାଇଁ ରାହୁଲ ଓ ପାଣ୍ଡ୍ୟାଙ୍କୁ ପୂର୍ବତନ କ୍ରିକେଟର ହରଭଜନ ସିଂହ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ପାଣ୍ଡ୍ୟା ଓ ରାହୁଲ ଏଭଳି ମହିଳାଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ କ୍ରିକେଟ୍‌ ଓ କ୍ରିକେଟ୍‌ ସହ ସମ୍ପର୍କ ରଖିଥିବା ସମସ୍ତଙ୍କ ଛବିକୁ କଳଙ୍କିତ କରିଛନ୍ତି। ଯଦି ପାଣ୍ଡ୍ୟା କିମ୍ବା ରାହୁଲ ମୋ ପତ୍ନୀ କିମ୍ବା ଝିଅଙ୍କ ପାଖରେ ବୁଲାବୁଲି କରିବେ, ତା’ହେଲେ ମୁଁ ଏହାକୁ ସହ୍ୟ କରିପାରିବି ନାହିଁ। ଯେଉଁ ବସ୍‌ରେ ଏହି ଦୁଇ ଜଣ ଥିବେ, ସେଥିରେ ମୁଁ କେବେ ହେଲେ ମୋ ଝିଅ କିମ୍ବା ପତ୍ନୀଙ୍କୁ ନେଇ ସେଥିରେ ଯାଇପାରିବି ନାହିଁ। ସେମାନେ କ’ଣ ଭାବିବେ? ସେମାନେ ସବୁ ମହିଳାଙ୍କୁ କେବଳ ଗୋଟିଏ ନଜରରେ ଦେଖୁଥିବା କହିଛନ୍ତି। ଏହା କ’ଣ ଠିକ୍‌?”

ସେ ଆହୁରି କହିଛନ୍ତି, “ଆମେ ଏଭଳି କଥା ସାଙ୍ଗମାନଙ୍କ ସହ କଥା ହେବା ବେଳେ କହିବାକୁ ସାହସ କରିନଥାଉ। କିନ୍ତୁ ପାଣ୍ଡ୍ୟା ଓ ରାହୁଲ ଜାତୀୟ ଗଣମାଧ୍ୟମରେ ଏଭଳି କଥା କହିବାକୁ କେମିତି ସଙ୍କୋଚ କଲେନାହିଁ? ଏବେ ଲୋକେ ଭାବିବେ, କ’ଣ ହରଭଜନ ସିଂହ,ଅନୀଲ କୁମ୍ବଲେ ଏବଂ ସଚିନ୍‌ ତେନ୍ଦୁଲକର ବି ଏମିତି ଥିଲେ? ବିସିସିଆଇ ଉଭୟଙ୍କୁ ନିଲମ୍ବନ କରି ଠିକ୍‌ କରିଛି।”



from Odisha Reporter http://bit.ly/2Fo52nk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages