
ରାୟପୁର: ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ପରେ ଏବେ କଂଗ୍ରେସ କ୍ଷମତାରେ ଥିବା ଛତିଶଗଡ଼ରେ ସିବିଆଇ ପ୍ରବେଶ ଉପରେ ରୋକ୍ ଲାଗିଛି। କଂଗ୍ରେସ ଜିତିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଭୂପେଶ ବାଘେଲ ଏପରି ରୋକ୍ ଜାରି କରିବା ସହ ସିବିଆଇ ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବା ଜରୁରୀ ବୋଲି କହିଛନ୍ତି।
ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର ସିଲେକ୍ସନ କମିଟି ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ପଦରୁ ବିଦା କରିବା ପରେ ଛତିଶଗଡ଼ ସରକାର ଏଭଳି ରୋକ ଲଗାଇଛନ୍ତି।
ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏସମ୍ପର୍କିତ ଏକ ନିର୍ଦ୍ଦେଶନାମା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠା ଯାଇଛି। ଏଥିରେ ସିବିଆଇକୁ ରାଜ୍ୟରେ କୌଣସି ନୂଆ ମାମଲା ରୁଜୁ ନକରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଉ ବୋଲି ଏଥିରେ କୁହାଯାଇଛି। ଏଭଳି ନିୟମର ଅର୍ଥ ସିବିଆଇ ଛତିଶଗଡ଼ରେ କୌଣସି ମାମଲା ରୁଜୁ କରିବା କିମ୍ବା ଚଢ଼ଉ କରିବା ଆଗରୁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିବ। ୨୦୦୧ରେ ତତ୍କାଳୀନ ଛତିଶଗଡ଼ ସରକାର ଜେନେରାଲ୍ କନସେଣ୍ଟ ଚୁକ୍ତି ଅନୁଯାୟୀ ସିବିଆଇକୁ ନିଜ ଇଚ୍ଛା ଅନୁସାରେ ଯେ କୌଣସି ମାମଲାରେ ଚଢ଼ଉ ଏବଂ ତଦନ୍ତ କରିବାକୁ ଅନୁମତି ଦେଇଥିଲେ।
ଏହାପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ସିବିଆଇ ସହ ଜେନେରାଲ୍ କନସେଣ୍ଟ ଚୁକ୍ତିକୁ ରଦ୍ଦ କରିଥିଲେ। ଅର୍ଥାତ ଚଢ଼ଉ କରିବା ପୂର୍ବରୁ ସିବିଆଇକୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।
from Odisha Reporter http://bit.ly/2M732jv
No comments:
Post a Comment