
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀ ଇସ୍ତଫା ଦେବାପରେ ତାଙ୍କ ପାଖରେ ଥିବା ବିଭାଗର ଦାୟିତ୍ୱ ୨ଜଣ ମନ୍ତ୍ରୀଙ୍କୁ ନ୍ୟସ୍ତ ହୋଇଛି। ମହାରଥୀଙ୍କ ଇସ୍ତଫାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିବା ସହ ତାକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଏହାସହିତ ମହାରଥୀଙ୍କ ପାଖରେ ଥିବା କୃଷି ଓ କୃଷକ କଲ୍ୟାଣ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦିଆଯାଇଛି। ସେହିପରି ମହାରଥୀଙ୍କ ପାଖରେ ଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ରମେଶ ଚନ୍ଦ୍ର ମାଝୀଙ୍କ ହାତରେ ନ୍ୟସ୍ତ ହୋଇଛି।
from Odisha Reporter http://bit.ly/2FbgsdR
No comments:
Post a Comment