ପିପିଲି ମାମଲା: ବିରୋଧୀ କହିଲେ ମହାରଥୀଙ୍କ ଇସ୍ତଫା ଯଥେଷ୍ଟ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ପିପିଲି ମାମଲା: ବିରୋଧୀ କହିଲେ ମହାରଥୀଙ୍କ ଇସ୍ତଫା ଯଥେଷ୍ଟ ନୁହେଁ

pradeep

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦେଇଛନ୍ତି। ଭୁବନେଶ୍ୱର କୋର୍ଟ, ମାମଲାର ଦୁଇ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପରେ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିଲା ବୋଲି ସେ ତାଚ୍ଛଲ୍ୟ କରିଥିଲେ ମହାରଥୀ। ଏଭଳି ମନ୍ତବ୍ୟକୁ କଂଗ୍ରେସ ଓ ବିଜେପି ଜୋରଦାର ବିରୋଧ କରିଥିଲେ। ଏପରିକି ମହାରଥୀଙ୍କ ଇସ୍ତଫା ଦାବି କରି ଉଭୟ ଦଳ ବାରମ୍ବାର ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲେ। ଏପରିକି ଗତକାଲି ବାରିପଦା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ଚାରିଆଡୁ ଚାପ ପଡ଼ିବା ପରେ ଶେଷରେ ମହାରଥୀଙ୍କୁ ତାଙ୍କ ମନ୍ତ୍ରୀପଦ ହରାଇବାକୁ ପଡ଼ିଛି।

ମନ୍ତ୍ରୀ ପଦରୁ ଉସ୍ତଫା ଦେବା ପରେ ନିଜ ଇଚ୍ଛାରେ ଏହି ପଦକ୍ଷେପ ନେଇଥିବା ମହାରଥୀ କହୁଥିଲେ ମଧ୍ୟ ନବୀନଙ୍କ ନିର୍ଦ୍ଦେଶାରେ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଛି ବୋଲି କୁହାଯାଉଛି। ଏପରିକି ମହାରଥଇ ଗତ ରାତିରେ ନିଜ ପଦ ବଞ୍ଚାଇବାକୁ ସତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ତେବେ ମହାରଥୀ ମନ୍ତ୍ରୀ ପଦରୁ ଯିବା ପରେ ବି ବିରୋଧୀ ଶାନ୍ତ ହୋଇନାହାନ୍ତି। ନବୀନ କ୍ଷମା ମାଗିବା ସହ ମାମଲାର ସିବିଆଇ ତଦନ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି।

ଆସନ୍ତୁ ଜାଣିବା ମହାରଥୀଙ୍କ ଇସ୍ତଫା ପରେ କିଏ କ’ଣ କହୁଛନ୍ତି।

ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ବିଜେପି

ପିପିଲି ଘଟଣାରେ ମହାରଥୀଙ୍କ ଇସ୍ତଫା ଯଥେଷ୍ଟ ନୁହେଁ। ଯଦି ସତରେ ମୁଖ୍ୟମନ୍ତ୍ରୀ ଦଳିତ ଝିଅ ବେବିନାକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି, ତେବେ ନିଜେ କ୍ଷମା ମାଗନ୍ତୁ ଓ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି। ଏହାସହ ମହାରଥୀଙ୍କ ଇସ୍ତଫାରେ ବିଜେପିର ପ୍ରତିବାଦ ଶେଷ ହେବନାହିଁ ବୋଲି ସେ କହିଛନ୍ତି।

ପିପିଲି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡାଆଣୀ କହି ତାତ୍ସଲ୍ୟ କରିଛନ୍ତି ବିଜେପି ନେତା ପୀତାଙ୍କର ଆଚାର୍ଯ୍ୟ। ସେ କହିଛନ୍ତି, “ଇସ୍ତଫା ନାଟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୁଣା ରୋଗ। ନବୀନ ଡାଆଣୀ ହୋଇ ଲାଗନ୍ତି, ଗୁଣିଆ ହୋଇ ଝାଡ଼ନ୍ତି। ମନ୍ତ୍ରୀଙ୍କ ଇସ୍ତଫା ପରେ ବି ନିରବ ରହିବନି ବିଜେପି। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନହେବା ଯାଏ ପ୍ରତିବାଦ ଚାଲୁ ରହିବ। ସିବିଆଇ କିମ୍ବା ଏସ୍ଆଇଟି ଦ୍ୱାରା ଏହାର ତଦନ୍ତ କରାଯାଉ।”

ପ୍ରତିବାଦ ଯୋଗୁ ଇସ୍ତଫା ଦେଲେ: କଂଗ୍ରେସ୍‌

ପ୍ରତିବାଦ ଯୋଗୁ ମହାରଥୀ ଇସ୍ତଫା ଦେଲେ ବୋଲି ଟ୍ୱିଟ୍‌ କରି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଲେଖିଛନ୍ତି, “ପ୍ରତିବାଦ ଯୋଗୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ। ଅଭିଯୁକ୍ତଙ୍କ ମୁକ୍ତି ପରେ ତାଙ୍କର ମନ୍ତବ୍ୟ ଲଜ୍ଜାକର ଥିଲା। ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ।”

ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ମହାରଥୀଙ୍କ ଇସ୍ତଫା ପାଇଁ ଜନତାଙ୍କୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, “କୃଷୀମନ୍ତ୍ରୀ ଯେଉଁ ବକ୍ତବ୍ୟ ଦେଇଥିଲେ, ତାହା ପ୍ରକୃତରେ ବିବାଦୀୟ ଓ ନିନ୍ଦନୀୟ ଥିଲା। ଜନସାଧାରଣ କୋଠର ହେବାରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହେଲେ।”

ମୁଖ୍ୟମନ୍ତ୍ରୀଙ୍କ ମୋହରା ହୋଇଗଲେ ମହାରଥୀ: ଦାମ

ଇସ୍ତଫା ଦେ ମହାରଥୀ ମୋହରା ହୋଇଗଲେ ବୋଲି କହି ନବୀନଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ। ସେ କହିଛନ୍ତି, “ମହାରଥୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ। ଉପାୟ ନ ପାଇ ତାଙ୍କୁ ମୋହରା କରି ଇସ୍ତଫା ଦେବାକୁ କହିଲେ।”

ଚାପରେ ପଡ଼ି ଇସ୍ତଫା ଦେଲେ: ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ

ପରିସ୍ଥିତିର ଚାପରେ ପଡ଼ି ମହାରଥୀ ଇସ୍ତଫା ଦେଇଥିବା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି। ସେ କହିଛନ୍ତି, “ଏହି ଘଟଣାକୁ ନେଇ ୩ରୁ ୪ ଦିନ ହେବ ସରକାରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା। ଏହିଠାରେ ଏହାର ପରିସମାପ୍ତି ହେବ ନାହିଁ। ଏହା ଏକ ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି। ଏହାକୁ ନେଇ ସରକାର ବ୍ୟାକ୍‌ଫୁଟ୍‌ରେ ରହିଲେ ବୋଲି କୁହାଯାଇ ପାରେ।”

ପ୍ରତିକ୍ରିୟା ରଖିଲା ବିଜେଡି

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ପିପିଲି ମାମଲାରେ ହାଇକୋର୍ଟରେ ଅପିଲ୍ ଫାଇଲ କରାଯିବ। ଆମର ବିଶ୍ୱାସ, ତଥ୍ୟ ପ୍ରମାଣ ଭିତ୍ତିରେ ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ। ଆଇନଗତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯିବା ଉଚିତ ନୁହେଁ। ବିଚାର ବିଭାଗୀୟ ତଦନ୍ତର ଆବଶ୍ୟକତା ନାହିଁ, ଆଇନ ତା ବାଟରେ ଯିବ। ଇତିଶ୍ରୀ ମାମଲାରେ ମଧ୍ୟ ସିବିଆଇ ତଦନ୍ତ କରିଥିଲେ। ଦୋଷୀ ଧରାପଡିଲେନି। ଧର୍ମେନ୍ଦ୍ର ଖାଲି ପିପିଲି ନୁହେଁ ଇତିଶ୍ରୀଙ୍କ ଘରକୁ ଯାଆନ୍ତୁ। ରାଜନୀତି ଚଷମା ପିନ୍ଧିଲେ ସବୁ ଜିନିଷରେ ରାଜନୀତି ହିଁ ଦେଖାଯିବ।”



from Odisha Reporter http://bit.ly/2FcRY35

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages