ଇସ୍ତଫା ନୁହେଁ, ଆମକୁ ନ୍ୟାୟ ଦରକାର: ପିପିଲି ପୀଡ଼ିତାଙ୍କ ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଇସ୍ତଫା ନୁହେଁ, ଆମକୁ ନ୍ୟାୟ ଦରକାର: ପିପିଲି ପୀଡ଼ିତାଙ୍କ ପରିବାର

maharathi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ବିରୋଧୀ ନୁହଁନ୍ତି, ପ୍ରଦୀପ ମହାରଥୀଙ୍କ ଇସ୍ତଫା ପିପିଲି ପୀଡ଼ିତାଙ୍କ ପରିବାରକୁ ଶାନ୍ତି କିମ୍ବା ଆଶ୍ଵସ୍ତି ଦେଇନାହିଁ। କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ସେମାନେ ଆଙ୍ଗୁଳି ଉଠାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି।

ମହାରଥୀଙ୍କ ଝିଅ ହୋଇଥିଲେ ?

ପିପିଲି ପୀଡ଼ିତା ମହାରଥୀଙ୍କ ଝିଅ ହୋଇଥିଲେ, ଘଟଣାକୁ ନେଇ ସେ କ’ଣ କହିଥାନ୍ତେ ବୋଲି ପୀଡ଼ିତାଙ୍କ ବାପା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ଇସ୍ତଫା ଦେଇଦେଲେ ମୋ ଝିଅକୁ ନ୍ୟାୟ ମିଳିବ ନାହିଁ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଠିକ୍ ହୋଇନି, ସିବିଆଇ ତଦନ୍ତ ହେଉ। ଆମ ଝିଅ ଯଦି ତାଙ୍କ (ମହାରଥୀ) ଝିଅ ହୋଇଥାନ୍ତା, ସେ କ’ଣ ଏପରି କହିଥାନ୍ତେ? ତାଙ୍କର ମନ୍ତ୍ରୀ ପଦ ଗଲେ ଖୁସି ହେବାର ନାହିଁ। ମୋ ଝିଅକୁ ନ୍ୟାୟ ମିଳିଲେ ଖୁସି ହେବି। ଦୋଷୀ କଠୋରରୁ କଠୋର ଦଣ୍ଡ ପାଇବା ପରେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ।”

ମୋର ନ୍ୟାୟ ଦରକାର

ସେହିପରି ପୀଡ଼ିତାଙ୍କ ମାଆ କହିଛନ୍ତି, “ମନ୍ତ୍ରୀ ଇସ୍ତଫା ଦେଇଦେଲେ କ’ଣ ମୁଁ ନ୍ୟାୟ ପାଇଗଲି? ମୋର ନ୍ୟାୟ ଦରକାର। ଦୋଷୀ ଫାଶୀ ପାଇଲେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ। ତା’ ସହ ଏ ଗରିବ ବାପାମାଆଙ୍କୁ ଶାନ୍ତି ମିଳିବ।”

ସିବିଆଇ ଦତନ୍ତ ହେଉ

ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୀଡ଼ିତାଙ୍କ ଭାଇ। ସେ କହିଛନ୍ତି, “ ଘଟଣାର ସିବିଆଇ ତଦନ୍ତ ଆମେ ଦାବି କରୁଛୁ। ଦୋଷୀ ଧରାପଡୁ ଓ ଦଣ୍ଡ ପାଉ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହେଁ।”



from Odisha Reporter http://bit.ly/2FdCR9F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages