ଆପଣଙ୍କ ମୁହଁ ମୋଟା ଲାଗୁଛି କି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଆପଣଙ୍କ ମୁହଁ ମୋଟା ଲାଗୁଛି କି !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରର ଓଜନ ବଢ଼ିଲେ ବିଭିନ୍ନ ଅଙ୍ଗରେ ଫ୍ୟାଟ୍‌ ଜମା ହୋଇଥାଏ। ଏହି ଫ୍ୟାଟ୍‌ ବେକ, ମୁହଁ, ଗୋଡ଼ ଆଦି ସ୍ଥାନରେ ଜମା ହୋଇଥାଏ। ଯଦି ଆପଣଙ୍କ ମୁହଁରେ ଫ୍ୟାଟ୍‌ ଜମା ହୁଏ, ତେବେ ଆପଣଙ୍କ ମୁହଁ ବଡ଼ ଲାଗିବା ସହିତ ଅସୁନ୍ଦର ମଧ୍ୟ ଦେଖାଯାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଏମିତି ମୁହଁର ବ୍ୟାୟାମ ରହିଛି ଯାହାକୁ ଆପଣ ପ୍ରତିଦିନ କରିବା ଦ୍ୱାରା ଚେହେରାର ଫ୍ୟାଟ୍ କମିଯିବ।

ଫିଟନେସ୍ ବିଶେଷଜ୍ଞ ଏଥିପାଇଁ ୮ଟି ବ୍ୟାୟାମ ବିଷୟରେ କହିଛନ୍ତି। ଏହା ବହୁତ ସାଧାରଣ, ଯାହାକୁ ଆପଣ କେବେବି କୌଣସି ସ୍ଥାନରେ କରି ପାରିବେ।
ବେକ ପଛପଟକୁ ନୁଆଇ ଉପରକୁ ରଖନ୍ତୁ। ବର୍ତ୍ତମାନ ଜିଭକୁ ଯେତେ ହୋଇପାରିବ ବାହାର କରନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏହି ପୋଜିସନ୍‌ରେ ରହନ୍ତୁ। ଏମିତି ୧୦ ଥର କରନ୍ତୁ।

  • ବେକକୁ ସିଧା ରଖନ୍ତୁ, ମୁହଁକୁ ଖୋଲିକି ଯେତିକି ହୋଇ ପାରିବ ଜୀଭକୁ ବାହାର କରନ୍ତୁ। ୧୦ ସେକେଣ୍ଡ ପର୍ଯ୍ୟନ୍ତ ଏମିତି ଭଙ୍ଗୀରେ ରୁହନ୍ତୁ। ଏହାକୁ ୧୦ ଥର କରନ୍ତୁ।
  • ବେକକୁ ପୂରାପୂରି ସିଧା ରଖନ୍ତୁ, ବର୍ତ୍ତମାନ ଓଠକୁ ଗୋଲ୍ କରିକି ଟାଇଟ୍ କରନ୍ତୁ, ଗାଲକୁ ଭିତରକୁ ନେବା ପାଇଁ ଚେଷ୍ଟା କରନ୍ତୁ, ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏମିତି ରୁହନ୍ତୁ। ଏମିତି ୧୦ ଥର କରନ୍ତୁ।
  • ମୁହଁର ତଳପାର୍ଶ୍ୱର ଥୋଡକୁ ଆଗକୁ ବାହାର କରନ୍ତୁ, ଓଠକୁ ଯେତିକି ହୋଇପାରିବ ଉପରକୁ ଉଠାନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏହି ପୋଜିସନ୍‌ରେ ରୁହନ୍ତୁ।
  • ବେକ ପଛକୁ କରି ଉପରକୁ ଦେଖନ୍ତୁ, ଓଠକୁ ଗୋଲ୍ କରି ଟାଇଟ୍ କରନ୍ତୁ, ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ୧୦ ଥର ଏହିପରି କରନ୍ତୁ।
  • ମୁହଁକୁ ପୂରା ଖୋଲନ୍ତୁ ଓ ଜୀଭରେ ତଳ ଦାନ୍ତକୁ ଦବାନ୍ତୁ, ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏହିଭଳି ଅବସ୍ଥାରେ ରୁହନ୍ତୁ।
  • ଗାଲ ଓ ଓଠକୁ ଭିତରକୁ ଟାଣନ୍ତୁ, ୫ ସେକେଣ୍ଡ୍ ପାଇଁ ରୁହନ୍ତୁ।
  • ଗାଲକୁ ଭିତରକୁ ଟାଣିକି ଦାନ୍ତ ତଳକୁ ଦବାନ୍ତୁ।


from Odisha Reporter http://bit.ly/2CexHqJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages