ରିଲିଜ୍‌ ହେଲା ‘ମଣିକର୍ଣ୍ଣିକା’ର ଦ୍ୱିତୀୟ ଗୀତ ‘ଭାରତ…’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ରିଲିଜ୍‌ ହେଲା ‘ମଣିକର୍ଣ୍ଣିକା’ର ଦ୍ୱିତୀୟ ଗୀତ ‘ଭାରତ…’

ନୂଆଦିଲ୍ଲୀ: କଙ୍ଗନା ରାନାୱତ୍‌ ଅଭିନୀତ ଅପ୍‌ କମିଂ ବଲିଉଡ୍‌ ମୁଭି ‘ମଣିକର୍ଣ୍ଣିକା-ଦ କୁଇନ ଅଫ୍‌ ଝାନ୍‌ସୀ’ର ଦ୍ୱିତୀୟ ଗୀତ ‘ମେ ରହୁଁ ୟା ନା ରହୁଁ, ଭାରତ ୟେ ରେହେନା ଚାହିୟେ’ ହରିଆଣାର ଗୁରୁଗ୍ରାମ୍‌ଠାରେ ବୁଧବାର ରିଲିଜ୍‌ ହୋଇଛି। ପ୍ରସୂନ୍‌ ଯୋଶୀଙ୍କ ଲିଖିତ ତଥା ଶଙ୍କର୍‌ ଏହସାନ୍‌ ଲୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଦେଶାତ୍ମବୋଧ ଗୀତଟି ଶଙ୍କର୍‌ ମହାଦେବନ୍‌ଙ୍କ କଣ୍ଠରେ ବେଶ୍ ହୃଦୟସ୍ପର୍ଶୀ ହୋଇଛି।

ଗତ ୯ ତାରିଖରେ ଫିଲ୍ମର ପ୍ରଥମ ଗୀତ ‘ବିଜୟୀ ଭବ’ ରିଲିଜ୍‌ ହୋଇଥିଲା

ଏହି ଦ୍ୱିତୀୟ ଗୀତର ରିଲିଜ୍ ଅବସରରେ ଫିଲ୍ମର ପୂରା ଟିମ୍‌ ଉପସ୍ଥିତ ରହିଥିଲେ। ସମସ୍ତେ ଗୀତ ସହ ପୂରା ଫିଲ୍ମର ପ୍ରମୋସନ ବି କରିଥିଲେ। ଏହି ଦେଶାତ୍ମବୋଧକ ଗୀତଟି ରିଲିଜ୍‌ ହେବାର ୧୨ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ପ୍ରାୟ ୩ଲକ୍ଷରୁ ଅଧିକ ଦର୍ଶକ ଏହାକୁ ୟୁଟୁବ୍‌ରେ ଦେଖି ସାରିଲେଣି। ଏହା ପୂର୍ବରୁ ଫିଲ୍ମର ଟ୍ରେଲର ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।

ଝାନ୍‌ସୀର ରାଣୀ ଲକ୍ଷ୍ମୀ ବାଈଙ୍କ ଦେଶପ୍ରେମ ଓ ବୀରତ୍ୱର କାହାଣୀକୁ ନେଇ ତିଆରି ହୋଇଥିବା ଏହି ଐତିହାସିକ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଥିବା ଅଭିନେତ୍ରୀ କଙ୍ଗନା ରାନାୱତ୍ ଫିଲ୍ମର ୮୦ ପ୍ରତିଶତ ଭାଗର ନିର୍ଦ୍ଦେଶନା ଦେଇଥିବାରୁ ଏହାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବି ଅଧିକ ରହିଛି।  ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଆସନ୍ତା ୨୫ ତାରିଖରେ ଏହା ୱାର୍ଲ୍ଡ ୱାଇଡ୍ ରିଲିଜ୍ ହେବ।



from Odisha Reporter http://bit.ly/2QRiocU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages