
ନୂଆଦିଲ୍ଲୀ: ଝିମିଟି ଖେଳରୁ ମହାଭାରତ ଭଳି ଏକ ଛାତିଥରା ଘଟଣା ଦିଲ୍ଲୀରେ ଘଟିଛି। ଜଣେ ବ୍ୟକ୍ତି ତାଙ୍କ ପଡ଼ୋଶୀ ଭାବେ ରହୁଥିବା ଅନ୍ୟ ଏକ ପରିବାରର ୩ ଜଣଙ୍କୁ ଛୁରୀରେ ବାରମ୍ବାର ଆକ୍ରମଣ କରିଛନ୍ତି। ଏଥିରେ ଉକ୍ତ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆକ୍ରମଣକାରୀ ଜଣଙ୍କ ୩ ଜଣଙ୍କୁ ଛୁରୀରେ ବାରମ୍ବାର ଆକ୍ରମଣ କରୁଥିଲେ ହେଁ କେହି ଏହାର ପ୍ରତିବାଦ କରି ନଥିଲେ। ବରଂ ଘଟଣାକୁ ମୋବାଇଲ୍ ଫୋନ୍ରେ ରେକର୍ଡ କରି ଏହାକୁ ଭାଇରାଲ୍ କରିଥିଲେ।
ଆକ୍ରମଣକାରୀ ଜଣଙ୍କ ନାଁ ମହମ୍ମଦ ଆଜାଦ୍। ସେ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛି।
ପଶ୍ଚିମ ଦିଲ୍ଲୀର ଖୟାଲଠାରେ ରହୁଥିବା ୪୦ ବର୍ଷୀୟ ଆଜାଦ୍ ତା’ ପଡ଼ୋଶୀ ୪୧ ବର୍ଷୀୟ ବୀରୁ, ତାଙ୍କ ପତ୍ନୀ ସୁନିତା ଓ ପୁଅ ଆକାଶଙ୍କୁ ଆକ୍ରମଣ କରିଛି। ଏଥିରେ ୩୫ ବର୍ଷୀୟ ସୁନିତା ପ୍ରାଣ ହରାଇଥିବା ବେଳେ ସ୍ୱାମୀ ବୀରୁ ଓ ୧୮ ବର୍ଷୀୟ ପୁଅ ଆକାଶ ଗୁରୁତର ଆହତ ହୋଇଛନ୍ତି।
୪ ଦିନ ତଳେ ଆଜାଦ୍ ଓ ସୁନିତାଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସୁନିତାଙ୍କ ସାନ ଝିଅ ବାଲକୋନୀରେ ଖେଳୁଥିବା ବେଳେ ଏକ ବୋତଲ ତଳେ ଛିଡ଼ା ହୋଇଥିବା ଆଜାଦ୍ଙ୍କ ମୁଣ୍ଡରେ ପଡ଼ିଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବୁଧବାର ପ୍ରାୟ ସନ୍ଧ୍ୟା ୭.୩୦ରେ ଏହି ଘଟଣାକୁ ନେଇ ପୁଣିଥରେ ସୁନିତା ଓ ଆଜାଦ ଝଗଡ଼ା କରିଥିଲେ। ଏକଥା ସୁନିତା ତାଙ୍କ ସ୍ୱାମୀ ବୀରୁ ଓ ପୁଅ ଆକାଶଙ୍କୁ ଜଣାଇଥିଲେ। ସେମାନେ ଘର ବାହାରକୁ ଆସିବା ବେଳେ ଆଜାଦ୍ ପୂର୍ବରୁ ସେମାନଙ୍କୁ ଆକ୍ରମଣ କରିବା ପାଇଁ ହାତରେ ଛୁରୀ ଧରି ପ୍ରସ୍ତୁତ ରହିଥିଲା। ଆଜାଦ୍ ପ୍ରଥମେ ଆକାଶଙ୍କୁ ଛୁରୀ ଭୁସିଥିଲା। ଏଥିରେ ବୀରୁ ଓ ସୁନିତା ହସ୍ତକ୍ଷେପ କରିବାରୁ ସେମାନଙ୍କୁ ମଧ୍ୟ ଆଜାଦ୍ ଆକ୍ରମଣ କରିଥିଲା। ସେମାନେ ସଜ୍ଞାହୀନ ହେବା ପର୍ଯ୍ୟନ୍ତ ଆଜାଦ୍ ପୂରା ପରିବାରକୁ ଛୁରୀ ଭୁସି ଚାଲିଥିଲା।
ସେହି ସାହିରେ ରହୁଥିବା ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ ହେଁ କେହି ବି ଏଥିରେ ହସ୍ତକ୍ଷେପ କରି ନଥିଲେ।
from Odisha Reporter http://bit.ly/2W0FCRr
No comments:
Post a Comment