ବ୍ରିଟିଶ ବିରୋଧରେ ଲଢ଼ିଥିବା ଭଗବାନଙ୍କ ଦାୟାଦ ଏବେ ଦିନ ମଜୁରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ବ୍ରିଟିଶ ବିରୋଧରେ ଲଢ଼ିଥିବା ଭଗବାନଙ୍କ ଦାୟାଦ ଏବେ ଦିନ ମଜୁରିଆ

କୋରାପୁଟ:(ଓଡ଼ିଶା ରିପୋର୍ଟର) ବ୍ରିଟିଶ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ କୋରାପୁଟ ଖେମୁଣ୍ଡୁଗୁଡା ଗାଁର ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ। ହେଲେ ଏହି ବୀରପୁତ୍ରଙ୍କୁ ପ୍ରକୃତ ସମ୍ମାନ ମିଳୁନଥିବା ଅଭିଯୋଗ ହେଉଛି। ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଏହି ପରିବାରର ଦାୟାଦମାନେ ଦିନ ମଜୁରି କରି ଚଳୁଛନ୍ତି।

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି କୌଣସି ସରକାରୀ ସହାୟତା ମିଳୁ ନାହିଁ। କୋରାପୁଟ ଖେମୁଣ୍ଡୁଗୁଡା ଗାଁର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ ପରିବାର ଲୋକ ଏକ ଝାଟି ମାଟିର ଚାଳ ଛପର ଘରେ ରହୁଛନ୍ତି।

ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଥିଲେ ଭଗବାନ। ଏହି ପରିବାରର ଦାୟଦମାନେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେଥିପାଇଁ ଦିନ ମଜୁରି କରି ଚଳୁଛନ୍ତି।

ଖାଲି ସେତିକି ନୁହେଁ, ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ବି ଏହି ବୀରପୁତ୍ରଙ୍କୁ ଉଚିତ ସମ୍ମାନ ମିଳିପାରି ନାହିଁ। ତେଣୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକଙ୍କୁ ପ୍ରକୃତ ସମ୍ମାନ ଦେବା ସହିତ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସଂଗ୍ରାମୀ ଭଗବାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ସହିତ ପଞ୍ଚାୟତ କାର୍ଯ୍ୟାଳୟରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଗାଁ ଲୋକେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ହେଲେ ଏନେଇ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। ଏପରିକି ଗାଁରେ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ଭଳି କୌଣସି ମୌଳିକ ସୁବିଧା ନଥିବା ମଧ୍ୟ ଅଭିଯୋଗ ହୋଇଛି।



from Odisha Reporter http://bit.ly/2B55Qtm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages