ବିଜେପି-ଶିବସେନା ୨୩-୨୫ ସିଟ୍‌ ଫର୍ମୁଲାରେ ଲଢ଼ିବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ବିଜେପି-ଶିବସେନା ୨୩-୨୫ ସିଟ୍‌ ଫର୍ମୁଲାରେ ଲଢ଼ିବେ!

ମୁମ୍ବାଇ: ବିଜେପି ଓ ତା’ର ମହାରାଷ୍ଟ୍ର ସହଯୋଗୀ ଶିବସେନା ମଧ୍ୟରେ ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ଚାଲିଥିବା ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ଶିବସେନା ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ କରିଥିଲା।

ଏହି ବୈଠକ ପରେ ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଯେଉଁ ବୟାନ ଦେଇଛନ୍ତି, ସେଥିରୁ ଆଗାମୀ ଦିନରେ ବିଜେପି-ଶିବେସନା ମହାରାଷ୍ଟ୍ରରେ ଏକାଠି ଲଢ଼ିବାର ସମ୍ଭାବନା ରହିଛି। ଏଥିସହ ବିଜେପି ମହାରାଷ୍ଟ୍ରର ୪୮ଟି ଆସନରୁ ୨୩ଟି ଓ ଶିବସେନା ୨୫ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଆଜି ଶିବସେନାର ବୈଠକ ପରେ ଶ୍ରୀ ରାଉତ କହିଛନ୍ତି, “ ବିଜେପି ଶିବସେନା ମହାରାଷ୍ଟ୍ରରେ ସମାନ ସଂଖ୍ୟକ ସିଟ୍‌ରେ ଲଢ଼ିବେ ବୋଲି ଯେଉଁ ଖବର ପ୍ରକାଶ ପାଉଛି, ସେଥିରେ କ’ଣ ସତ୍ୟତା ରହିଛି, ତା’ ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିବ। କିନ୍ତୁ ମହାରାଷ୍ଟ୍ରରେ ଶିବସେନା, ତା’ର ମେଣ୍ଟ ଦଳଗୁଡ଼ିକର ବଡ଼ଭାଇ ଭାବେ କାର୍ଯ୍ୟ କରିବ।

ସେ ବିଜେପି ହେଉ କି ଆଉ କିଏ, ଶିବସେନା ମହାରାଷ୍ଟ୍ରରେ ବଡ଼ ଭାଇ। ଆମେ ବଡ଼ଭାଇ ଥିଲୁ, ବଡ଼ଭାଇ ଅଛୁ ଏବଂ ବଡ଼ଭାଇ ରହିବୁ। ଆଜିର ବୈଠକରେ ଆମେ ରାଫେଲ ଡିଲ୍‌, ମହାରାଷ୍ଟ୍ରରେ ମରୁଡ଼ି, ସାଧାରଣ ବର୍ଗଙ୍କୁ ଦିଆଯାଉଥିବା ୧୦% ସଂରକ୍ଷଣ ପ୍ରସଙ୍ଗରେ ଆଲୋଚନା କରିଛୁ।

ସରକାର ଯେଉଁମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ଆୟକର ତାଲିକାରୁ ବାଦ ଦିଅନ୍ତୁ। ପୂର୍ବରୁ ୫ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କୁ ଟିକସ ଦେବାକୁ ପଡ଼ୁଥିଲା। ଏବେ ଏହାର ସୀମାକୁ ୮ ଲକ୍ଷ କରାଯାଉ। କାରଣ ୮ ଲକ୍ଷରୁ କମ୍‌ ଆୟ କରୁଥିବା ଲୋକଙ୍କୁ ସରକାର ଗରିବ ବୋଲି କହିବା ସହ ସେମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରିଛନ୍ତି।”

ତେବେ ସୂତ୍ର ଅନୁସାରେ, ବିଜେପି ଓ ଶିବସେନା ପୂର୍ବରୁ ୨୪-୨୪ଟି ଆସନରେ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ଶିବସେନା ପାଲଘର ଆସନ ପାଇଁ ବିଜେପି ନିକଟରେ ଦାବି କରିଥିଲା।

ଏହି ଆସନଟି ବିଜେପି ଉପ ନିର୍ବାଚନରେ ଜିତଥିବାରୁ ଏହାକୁ ଛାଡ଼ିବାକୁ ପ୍ରସ୍ତୁତ ନାହିଁ। ଏଥିପାଇଁ ଦଳ ଶିବସେନାକୁ ୨୫ଟି ଆସନ ଦେବାକୁ ରାଜି ହୋଇଛି। ଯେହେତୁ ବିଜେପି ପାଲଘର ଆସନ ଦେବାକୁ ଚାହୁଁ ନାହିଁ, ତେଣୁ ଶିବସେନା ଠାରୁ ୨ଟି ଆସନରେ କମ୍‌ ପ୍ରାର୍ଥୀ ଦେବାକୁ ମନସ୍ଥ କରିଛି।



from Odisha Reporter http://bit.ly/2BhNllJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages