୨୪ରେ ହାତ ଛାଡ଼ି ଶଙ୍ଖ ଧରିବେ ବିଧାୟକ ନବ ଦାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

୨୪ରେ ହାତ ଛାଡ଼ି ଶଙ୍ଖ ଧରିବେ ବିଧାୟକ ନବ ଦାସ

nabadas

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା। ହାତ ସହିତ ସମ୍ପର୍କ ଛିନ୍ନ କରି ବିଜେଡିର ସାମିଲ ହୋଇପାରନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ଏନେଇ ସେ ଇସାରା ଦେଇଛନ୍ତି। ଆସନ୍ତା ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତରେ ଯାଉଛନ୍ତି। ସେହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ ଓ ଲୋକଙ୍କ ମତ ବାବଦରେ ତାଙ୍କୁ ଜଣାଇବେ ବୋଲି ନବ କହିଛନ୍ତି।

ତେବେ ବିଜେଡିରୁ ୨୦୧୯ ନିର୍ବାଚନ ଲଢ଼ିବେ କି ବୋଲି ପ୍ରଶ୍ନର ଉତ୍ତରରେ ନବ କହିଛନ୍ତି-“ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି। ଯଦି ବିଜେଡି ଟିକେଟ ଦିଏ ତେବେ ଲଢ଼ିବି। ମୁଁ ଅଫିସିଆଲି କଂଗ୍ରେସରୁ ଇସ୍ତଫା ଦେଇନାହିଁ କି ବିଜେଡିରେ ଯୋଗଦେଇନାହିଁ। ଲୋକେ ଯାହା ଚାହୁଁଛନ୍ତି ତାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବି। କଂଗ୍ରେସ ଛାଡ଼ିବା ପଛରେ କୌଣସି କାରଣ ନାହିଁ। ନିରଂଜନ ପଟ୍ଟନାୟକ ଓ ରାହୁଲ ଗାନ୍ଧିଙ୍କ ସହିତ ମୋଲ ଭଲ ସମ୍ପର୍କ ରହିଛି।”



from Odisha Reporter http://bit.ly/2RJxqWI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages