୨୦୧୧ରୁ ବିରାଟ୍‌ ଏହି ସମସ୍ୟାରେ ରହିଛନ୍ତି, ପଡ଼ିପାରେ କ୍ୟାରିୟର ଉପରେ ପ୍ରଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

୨୦୧୧ରୁ ବିରାଟ୍‌ ଏହି ସମସ୍ୟାରେ ରହିଛନ୍ତି, ପଡ଼ିପାରେ କ୍ୟାରିୟର ଉପରେ ପ୍ରଭାବ

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଗୋଟିଏ ପରେ ଗୋଟିଏ ରେକର୍ଡ ବ୍ରେକିଂ ଇନିଂସ୍‌ ଖେଳି ଚାଲିଛନ୍ତି। ବିରାଟ୍‌ ଜଣେ ଫିଟ୍‌ ଏବଂ ଦକ୍ଷ ବ୍ୟାଟସ୍‌ମ୍ୟାନ୍‌ ବୋଲି ସମସ୍ତେ ଜାଣନ୍ତି। ହେଲେ ବିରାଟ୍‌ଙ୍କ ଏହି ରେକର୍ଡ ବ୍ରେକିଂ ଇନିଂସ ଉପରେ ଏବେ ଲଗାମ ଲାଗିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ୨୦୧୧ରୁ ବିରାଟ୍‌ ସାଂଘାତିକ ପିଠି ଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଏକଥା ଖୋଦ୍‌ ବିରାଟ୍‌ ସିଡ୍‌ନୀ ଟେଷ୍ଟ ପୂର୍ବରୁ କହିଛନ୍ତି। ତେବେ ଏଭଳି ସମସ୍ୟା କିଛି ନୂଆ ନୁହେଁ ବୋଲି ବିରାଟ୍‌ କହିଛନ୍ତି।

ମେଲବର୍ଣ୍ଣ ଟେଷ୍ଟ ବେଳେ ବିରାଟ୍‌ ପିଠି ଯନ୍ତ୍ରଣା ଅଧିକ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ଫିଜିଓଙ୍କ ପକ୍ଷରୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ତୃତୀୟ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ବିରାଟ୍‌ ୮୨ ରନ୍‌ କରିଥିଲେ। ଏହି ସମୟରେ ହିଁ ତାଙ୍କ ଯନ୍ତ୍ରଣା ବଢ଼ି ଯାଇଥିଲା। ଏଭଳି ପିଠି ଯନ୍ତ୍ରଣା ବିରାଟ୍‌ଙ୍କ ପାଇଁ ନୂଆ ନୁହେଁ। କାରଣ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବିରାଟ୍‌ ସମାନ ସମସ୍ୟା ଭୋଗିଥିଲେ।

ଏହି ଯନ୍ତ୍ରଣା ସେ ୨୦୧୧ରୁ ଭୋଗୁଥିଲେ ହେଁ ଆଜି ଯାଏ ଏହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇ ନାହିଁ। କିନ୍ତୁ ଏବେ ବିରାଟ୍‌ଙ୍କୁ ୩୦ ଛୁଇଁଥିବାରୁ ଧୀରେଧୀରେ ଏହା ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି।

ବିରାଟ୍‌ କହିଛନ୍ତି, “ପିଠି ଯନ୍ତ୍ରଣା ସର୍ବଦା ଅନୁଭବ ହୁଏ ନାହିଁ। କିନ୍ତୁ ଅଧିକ ପରିଶ୍ରମ କଲେ ଏହା ଅନୁଭତ ହୋଇଥାଏ। ଏହା କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନୁହେଁ। ଦୁଇ ତିନି ଦିନରେ ଏହି ସମସ୍ୟା ଆପେଆପେ ଚାଲିଯାଏ। ଏହି ଯନ୍ତ୍ରଣାକୁ କାଉଣ୍ଟର କରିବାକୁ ମୁଁ ପ୍ରସ୍ତୁତ।”



from Odisha Reporter http://bit.ly/2RqUvxb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages