ଧୋନି ଓ ବିରାଟ୍‌ ଦେଲେ ଦମଦାର ବିଜୟ, ସିରିଜ୍‌କୁ କମ୍‌ବ୍ୟାକ୍‌ କଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଧୋନି ଓ ବିରାଟ୍‌ ଦେଲେ ଦମଦାର ବିଜୟ, ସିରିଜ୍‌କୁ କମ୍‌ବ୍ୟାକ୍‌ କଲା ଭାରତ

ଆଡେଲେଡ୍‌: କମ୍‌ ବ୍ୟାକ୍‌ର ଲକ୍ଷ୍ୟ ନେଇ ଆଡେଲେଡ୍‌ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ଏଥିରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ପ୍ରଥମେ ଅଧିନାୟକ ବିରାଟ୍‌ କୋହଲିଙ୍କ ଶତକ ଓ ଶେଷ ଭାଗରେ ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪ ୱିକେଟ୍‌ରେ ଜିତି ନେଇଛି।

ଧୋନି ଭାରତକୁ ମ୍ୟାଚ୍‌ ଜିତାଇବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏଥିସହ କାହିଁକି ସେ ଟିମ୍‌ ଇଣ୍ଡିଆରେ ରହିଛନ୍ତି, ତାହା ମଧ୍ୟ ପ୍ରମାଣିତ କରି ଦେଖାଇଛନ୍ତି।
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ ହରାଇ ୨୯୮ ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ଡିଆ ୪ଟି ବଲ୍‌ ବାକି ଥାଇ ୨୯୯ ରନ୍‌ ହାସଲ କରି ନେଇଛି। ଏହି ବିଜୟ ସହ ୩ ଟିକିଆ ଦିନିକିଆ ସିରିଜ୍‌ ଏବେ ୧-୧ରେ ବରାବର ହୋଇଯାଇଛି।

ଅଷ୍ଟ୍ରେଲିଆ ଦେଇଥିବା ୨୯୯ ରନ୍‌ର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଟିମ୍‌ ଇଣ୍ଡିଆ ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଓପନର୍‌ ଶିଖର ଧୱନ ଏବଂ ରୋହିତ ଶର୍ମା ପ୍ରଥମ ୱିକେଟ୍‌ ପାଇଁ ୭.୪ ଓଭର୍‌ରେ ୪୭ ରନ୍‌ ଯୋଡ଼ିଥିଲେ। ତେବେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରୁଥିବା ଧୱନ୍‌ ବ୍ୟକ୍ତିଗତ ୩୨ ରନ୍‌ କରି ପ୍ରଥମେ ପ୍ୟାଭିଲିୟନ୍‌ ଫେରିଥିଲେ।

ଏହାପରେ ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ରୋହିତ ଶର୍ମା ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୧ରେ ପହଞ୍ଚାଇଥିଲେ। ଏହି ସମୟରେ ୪୩ ରନ୍‌ କରିଥିବା ରୋହିତଙ୍କୁ ମାର୍କସ୍‌ ଷ୍ଟୋଇନିସ୍‌ ଆଉଟ୍‌ କରି ଭାରତକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ।

୩ୟ ୱିକେଟ୍‌ ପାଇଁ ବିରାଟ୍‌ ଓ ଅମ୍ବାତି ରାୟୁଡୁ ୫୯ ରନ୍‌ର ଭାଗୀଦାରି କରିଥିଲେ। ତେବେ ବଡ୍‌ ଶଟ୍‌ ଖେଳିବା ଲୋଭରେ ରାୟୁଡୁ ୨୪ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ୫ନଂ ସ୍ଥାନରେ ଆସିଥିବା ସବୁଠାରୁ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ୪ର୍ଥ ୱିକେଟ୍‌ ପାଇଁ ବିରାଟ୍‌ଙ୍କ ସହ ମିଶି ପାଳିକୁ ଆଗେଇ ନେଇଥିଲେ। ଉଭୟ ୮୨ ରନ୍‌ର ଭାଗୀଦାରି କରିଥିଲେ।

ଇତି ମଧ୍ୟରେ ବିରାଟ୍‌ ନିଜ ଦିନିକିଆ କ୍ୟାରିୟର୍‌ର ୩୯ତମ ଶତକ ହାସଲ କରିଥିଲେ। କିନ୍ତୁ ବ୍ୟକ୍ତିଗତ ୧୦୪ ରନ୍‌ କରିଥିବା ବିରାଟ୍‌ଙ୍କୁ ଜେ ରିଚାର୍ଡସନ୍‌ ମିଡ୍‌ ୱିକେଟ୍‌ରେ କ୍ୟାଚ୍‌ ଆଉଟ୍‌ କରାଇ ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେବାକୁ ପ୍ରୟାସ କରିଥିଲେ। କିନ୍ତୁ କ୍ରିଜ୍‌ରେ ଥିବା ଧୋନି ନିଜର ଅସଲ ଜଲୱା ଦେଖାଇ ଥିଲେ।

ଗୋଟିଏ ପଟେ ସେ ଭାରତୀୟ ଇନିଂସ୍‌ର ମଙ୍ଗ ସମ୍ଭାଳି ଅନ୍ୟପଟେ ରନ୍‌ ହାସଲ କରିଥିଲେ। ତାଙ୍କୁ ଦୀନେଶ କାର୍ତ୍ତିକ ଭରପୂର ସହଯୋଗ କରିଥିଲେ। ଭାରତ ଶେଷ ଦୁଇ ଓଭର୍‌ରେ ବିଜୟ ପାଇଁ ୧୬ ରନ୍‌ ଦରକାର କରୁଥିଲା। ୪୯ତମ ଓଭର୍‌ ବୋଲିଂ କରୁଥିବା ମାର୍କସ୍‌ ଷ୍ଟୋଇନିସ୍‌ ୯ ରନ୍‌ ଦେଇଥିଲେ। ଅର୍ଥାତ ଭାରତକୁ ଶେଷ ଓଭର୍‌ରେ ୭ ରନ୍ ଦରକାର ଥିଲା। ଶେଷ ଓଭର୍‌ରେ ଷ୍ଟ୍ରାଇକ୍‌ କରିଥିଲେ ଧୋନି ଏବଂ ତାଙ୍କ ସାମ୍ନାରେ ଥିଲେ ଜାସନ ବେହରନ୍‌ଡର୍ଫ। ତେବେ ଓଭର୍‌ର ପ୍ରଥମ ବଲ୍‌ରେ ହିଁ ଧୋନି ଛକା ମାରି ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ପରବର୍ତ୍ତୀ ବଲ୍‌ରେ ଏକ ରନ୍‌ ନେଇ ବିଜୟର ମୁଣ୍ଡି ମାରିଥିଲେ। ଅର୍ଥାତ ୪ଟି ବଲ୍‌ ପୂର୍ବରୁ ଭାରତ ୨୯୯ ରନ୍‌ କରି ନେଇଥିଲା। ଦିନେଶ କାର୍ତ୍ତିକ ୧୪ଟି ବଲ୍‌ରେ ୨୫ ରନ୍‌ କରି ଅପରାଜିତ ରହିଥିଲେ। ଧୋନି ୫୫ ରନ୍‌ କରିଛନ୍ତି। ଏହା ଧୋନିଙ୍କ ଦିନିକିଆରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ଶନ୍‌ ମାର୍ଶଙ୍କ ଶତକକୁ ଆଧାର କରି ୯ ୱିକେଟ୍‌ରେ ୨୯୮ ରନ୍‌ କରିଥିଲା।

ଏବେ ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ୧୮ ତାରିଖରେ ମେଲବର୍ଣ୍ଣରେ ଖେଳାଯିବ।



from Odisha Reporter http://bit.ly/2SVWwPl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages