ସମଲିଙ୍ଗୀ ଦମ୍ପତିଙ୍କ ଚେତାବନୀ : ଆମକୁ ଅଲଗା କରିବାକୁ ଚେଷ୍ଟା କଲେ ଆତ୍ମହତ୍ୟା କରିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ସମଲିଙ୍ଗୀ ଦମ୍ପତିଙ୍କ ଚେତାବନୀ : ଆମକୁ ଅଲଗା କରିବାକୁ ଚେଷ୍ଟା କଲେ ଆତ୍ମହତ୍ୟା କରିବୁ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ସମଲିଙ୍ଗୀ ବିବାହ ଘଟଣା ଏବେ ନୂଆ ମୋଡ଼ ନେଇଛି। ଗତକାଲି ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କ ନେତୃତ୍ୱରେ ଉଭୟ ମହିଳାଙ୍କୁ ଡକାଯାଇ ସେମାନଙ୍କ ପରିବାର ସମ୍ମୁଖରେ କାଉନସେଲିଂ କରାଯାଇଥିଲା। ଉଭୟ ପରିବାରର ଲୋକେ ବୁଝାସୁଝା କରିବା ସତ୍ତ୍ୱେ ସେମାନେ ବିବାହ ନିଷ୍ପତ୍ତିରୁ ଓହରି ନଥିଲେ।

ସେମାନେ ସାବାଳକ ହୋଇଥିବାରୁ ସେମାନଙ୍କର ନିଷ୍ପତ୍ତି ନେବାର ଅଧିକାର ଅଛି। ତେଣୁ ଯଦି କେହି ତାଙ୍କୁ ଅଲଗା କରିବାକୁ ଚେଷ୍ଟା କରନ୍ତି, ତେବେ ” ଆମେ ଦୁହେଁ ଆତ୍ମହତ୍ୟା କରିବୁ” ବୋଲି ସେମାନେ କହିବା ସହ ଏଥିପାଇଁ ଉଭୟଙ୍କ ପରିବାର ଲୋକେ ଦାୟୀ ରହିବେ ବୋଲି କହିଛନ୍ତି।

ଏନେଇ ସମଲିଙ୍ଗୀ ବିବାହ କରିଥିବା ଜଣେ ମହିଳା କହିଛନ୍ତି-“ପରିବାର ଲୋକେ ଗୁରୁଜନ ହୋଇଥିବାରୁ ସେମାନେ ପ୍ରଶ୍ନ ଉଠାଇବେ। ଆମେ ଦୁହେଁ ଦୁଇ ଜଣଙ୍କୁ ଭଲ ପାଇଛୁ। କେହି ଛୋଟ ପିଲା ନୁହନ୍ତି। ପରିବାରକୁ ଆମେ ଅନୁରୋଧ କରୁଛୁ ତାଙ୍କ ବାଟରେ ସେମାନେ ରୁହନ୍ତୁ। ସେମାନଙ୍କ ମଧ୍ୟରେ ବୁଝାମଣା ହୁଅନ୍ତୁ। ଆମ ଦୁଇ ଜଣଙ୍କ ସମ୍ପର୍କ ଆଗକୁ ଜାରି ରହିବ। ସାରା ଜୀବନ ପାଇଁ ଏହି ସମ୍ପର୍କ କେବେ ଭାଙ୍ଗିବ ନାହିଁ।”

ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ ଦେ କହିଛନ୍ତି-“ଦୁଇ ଜଣଙ୍କ ମତ ଅନୁସାରେ ସେମାନେ ସାଥୀରେ ରହିବେ ବୋଲି ଶପଥ ନେଇଛନ୍ତି ବୋଲି କହିଛନ୍ତି। ଏଥିସହ ସେମାନେ ନୋଟାରୀରେ ଏକ ଆଫିଡେଭିଟ୍‌ କରିଛନ୍ତି। ଏହି ଆଫିଡେଭିଟ୍‌ ଆମକୁ ଦେଇଛନ୍ତି।”

ସୂଚନାଯୋଗ୍ୟ, ଗତ ଶନିବାର କେନ୍ଦ୍ରାପଡ଼ା ନୋଟାରୀରେ ଉଭୟଙ୍କ ବିବାହ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଯୁବତୀଙ୍କ ଘର ମହାକାଳପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ଦୁଇ ଯୁବତୀ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପାଠ ପଢୁଥିଲେ। ପରେ କଟକରେ ଗୋଟିଏ କମ୍ପାନୀରେ ଚାକିରି ମଧ୍ୟ କଲେ। ତେବେ ନିକଟରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏନେଇ ସେମାନେ ଘରେ ଜଣାଇଥିଲେ। ହେଲେ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ପରିବାରର ବିରୋଧର ସମ୍ମୁଖୀନ ହେବା ପରେ ଉଭୟେ ନୋଟାରୀରେ ବିବାହ କରିଥିଲେ।



from Odisha Reporter http://bit.ly/2SW4NTk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages