ଅଖିଲେଶଙ୍କ ପାଖରେ ବସି କଂଗ୍ରେସ ସମ୍ପର୍କରେ ଏମିତି କଥା କହିଲେ ତେଜସ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଅଖିଲେଶଙ୍କ ପାଖରେ ବସି କଂଗ୍ରେସ ସମ୍ପର୍କରେ ଏମିତି କଥା କହିଲେ ତେଜସ୍ୱୀ

ଲକ୍ଷ୍ନୌ: ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସକୁ ବାଦ ଦେଇ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବିଏସ୍‌ପି ଉତ୍ତର ପ୍ରଦେଶରେ ମେଣ୍ଟ କରିଛନ୍ତି। ଏହି ମେଣ୍ଟ ପରେ ବିହାରରେ ପ୍ରମୁଖ ବିରୋଧୀ ଦଳ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଉଭୟ ମାୟାବତୀ ଓ ଅଖିଲେଶଙ୍କୁ ଭେଟିଛନ୍ତି।

ଏଭଳି ମେଣ୍ଟ ପାଇଁ ତାଙ୍କ ବାପା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚାହୁଁଥିଲେ ବୋଲି ତେଜସ୍ୱୀ କହିଛନ୍ତି। ତେବେ ଏହି ସାକ୍ଷାତ ପରେ ତେଜସ୍ୱୀ ଓ ଅଖିଲେଶ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସାମ୍ବାଦିକମାନେ କଂଗ୍ରେସ ସମ୍ପର୍କରେ ତେଜସ୍ୱୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ତେଜସ୍ୱୀ ବେଶ ଶାଣିତ ଢଙ୍ଗରେ ଦେଇଛନ୍ତି।

ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ “ ବିହାରରେ ରାହୁଲ ଗାନ୍ଧିଙ୍କ କଂଗ୍ରେସ ସହ ଆପଣଙ୍କ ଦଳର ମେଣ୍ଟ ରହିଛି। କିନ୍ତୁ ଉତ୍ତର ପ୍ରଦେଶରେ କଂଗ୍ରେସକୁ ଅଖିଲେଶ ଓ ମାୟାବତୀ ମେଣ୍ଟରୁ ବାଦ ଦେଇଛନ୍ତି। ତେଣୁ ଏହା ଉପରେ ଆପଣ କ’ଣ କହିବେ?”

ଏହାର ଉତ୍ତର ଦେଇ ତେଜସ୍ୱୀ କହିଛନ୍ତି, “ଆମର ଗୋଟିଏ ଲକ୍ଷ୍ୟ ହେଉଛି ବିଜେପିକୁ ପରାସ୍ତ କରିବା। ଆପଣ ନିକଟରେ ଶେଷ ହୋଇଥିବା ଉପ ନିର୍ବାଚନରେ ସପା ଓ ବିଏସ୍‌ପି ମେଣ୍ଟ କେମିତି ବିଜେପିକୁ ହରାଇଥିଲେ, ତା’ର ପ୍ରମାଣ ପାଇଛନ୍ତି। ରାହୁଲ ଗାନ୍ଧି ମଧ୍ୟ ଏକଥା କହିଛନ୍ତି ଯେ ସେ ମେଣ୍ଟରେ ରହିଲେ କିମ୍ବା ନ ରହିଲେ କିଛି ଅସୁବିଧା ନାହିଁ। ବିଜେପି ପରାସ୍ତ ହେବା ଦରକାର। ତେଣୁ ଆମ ଲକ୍ଷ୍ୟ ଗୋଟିଏ ରହିଛି।”



from Odisha Reporter http://bit.ly/2RvBZEz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages