’ନବୀନ ନିଜ ମନର କଥା ତାମିଲ ଭାଷାରେ ଶୁଣାଉଛନ୍ତି, ସ୍କ୍ରିପ୍ଟ ଲେଖୁଛନ୍ତି ପାଣ୍ଡିଆନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

’ନବୀନ ନିଜ ମନର କଥା ତାମିଲ ଭାଷାରେ ଶୁଣାଉଛନ୍ତି, ସ୍କ୍ରିପ୍ଟ ଲେଖୁଛନ୍ତି ପାଣ୍ଡିଆନ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥାକୁ ତାମିଲ ଭାଷାରେ ଶୁଣାଉଛନ୍ତି। ଆଉ ତାଙ୍କ ପାଇଁ ସ୍କ୍ରିପ୍ଟ ଲେଖୁଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍‌। ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେ ଓଡ଼ିଆ ଭାଷାକୁ ଇଂଲିଶ୍‌ରେ ଲେଖି ଦେଉଛନ୍ତି। ସେହି ଭାଷଣକୁ ମୁଖ୍ୟମନ୍ତ୍ରୀ ପଢ଼ି ଓଡ଼ିଶାବାସୀଙ୍କୁ ଶୁଣାଉଛନ୍ତି। ୨୧ ବର୍ଷ ଧରି ଓଡ଼ିଶାରେ ରହିଲେ ମଧ୍ୟ ନବୀନ ଓଡ଼ିଆରେ ପଦେ କହିପାରିଲେ ନାହିଁ।”

ନୂଆବର୍ଷରେ ଆଜି ଏପରି ଢଙ୍ଗରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି- “ଚୋର ବୋଲି କହି ବିଜୁ ଅନୁଗତଙ୍କୁ ନବୀନ ବାହାର କରୁଛନ୍ତି। ମାତ୍ର ମୁଁ ତାଙ୍କୁ ଚୋର କହିବାରୁ ଦଳରୁ ବାହାରିଛି। ସେ ଚୋର ବୋଲି ମୁଁ କଣ୍ଠ ଫଟାଇ କହିବି, ଯାହା କରିବା କଥା କରନ୍ତୁ। ଦୁର୍ନୀତି, କୁଶାସନ ଓ ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଲୋକେ ପାଗଳ ହେଲେଣି। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ଏହାର ପ୍ରତିଫଳନ ହେବ। ପ୍ରତିଦିନ ଖବର କାଗଜରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଉଛି। କିନ୍ତୁ ଓଡ଼ିଶାରେ ରହୁଥିବା ସାଢ଼େ ୪ କୋଟି ୨୦ ଲକ୍ଷ ଓଡ଼ିଆଙ୍କ କଥା ବୁଝିବାକୁ ଓ ଶୁଣିବାକୁ ତାଙ୍କର ସାମର୍ଥ୍ୟ ନାହିଁ।”

ନିଜ ରାଜନୀତିକ ଭବିଷ୍ୟତ ନେଇ ଦାମ କହିଛନ୍ତି- “୭୭ ବର୍ଷରେ ପଦାର୍ପଣ କଲିଣି। ଏପରି ସ୍ଥିତିରେ ମୁଁ ମୋର ଭବିଷ୍ୟତ କଥା ଚିନ୍ତା କାହିଁକି କରିବି? ଯାହା ଦେଖୁଛି, ତାହା କହୁଛି। ଯାହା ଅନୁଭବ କରୁଛି, ତାହା କହୁଛି। ଏହାପରେ ମୋର ଭବିଷ୍ୟତ ଅନ୍ଧକାର ହୋଇଗଲେ ବି ମୋର କିଛି ଆପତ୍ତି ନାହିଁ। ମନରେ ଦୁଃଖ ନାହିଁ। ବିଜୁ ବାବୁଙ୍କ ନାଁରେ ବିଜେଡି ହୋଇଛି। ଯେଉଁ ବିଜୁ ପଟ୍ଟନାୟକ ଓଡ଼ିଶା ଜାତିର ସ୍ୱାଭିମାନ ପାଇଁ କୋଟି କୋଟି ଟଙ୍କା ବରବାଦ କରି କୋଠି ବିକିଥିଲେ। କିନ୍ତୁ ବର୍ତ୍ତମାନ ବିଜେଡି ଚାଲିଛି। ଯେଉଁମାନଙ୍କର କୋଠି ନଥିଲା, ସେମାନେ ରାତାରାତି କୋଟିପତି ହେଉଛନ୍ତି। ବିଜୁ ପଟ୍ଟନାୟକ କହିଥିଲେ- ସମ୍ପତ୍ତି ଆହରଣ କରିବା ସାଧାରଣ ମଣିଷର ସ୍ୱାଭାବିକ ପ୍ରବୃତ୍ତି। ସେହି ପ୍ରବୃତ୍ତିରୁ ଯିଏ ନିଜକୁ ନିବୃତ୍ତ ରଖିବ ସେ ହେବ ପ୍ରକୃତ ଲୋକପ୍ରତିନିଧି। ବର୍ତ୍ତମାନ ତାଙ୍କର ପୁଅ ନବୀନ ପଟ୍ଟନାୟକ କହୁଛନ୍ତି- ସମ୍ପତ୍ତି ଆହରଣ କରିବା ସାଧାରଣ ମଣିଷର ସ୍ୱାଭାବିକ ପ୍ରବୃତ୍ତି। ସେହି ପ୍ରବୃତ୍ତିର ପ୍ରାବଲ୍ୟ ଯାହାର ଥିବ ସେ ହେବ ଲୋକପ୍ରତିନିଧି। ଯେଉଁମାନେ ବିଜୁ ବାବୁଙ୍କ ସହିତ କାମ କରୁଥିଲେ ଓ ତାଙ୍କ ଆଦର୍ଶକୁ ମାନୁଥିଲେ, ସେମାନଙ୍କୁ ଦଳରୁ ବାହାର କରିଦିଆଗଲା। ଯେଉଁମାନେ ବିଜୁବାବୁଙ୍କ ସଭାକୁ ଟେକା ପଥର ଫିଙ୍ଗୁଥିଲେ, ଖଣ୍ଡା ବୁଲାଉଥିଲେ କିମ୍ବା କେବେ ଜୀବନରେ ଦେଖିନଥିଲେ ସେମାନେ ଆଜି ବିଜୁ ଆଦର୍ଶର ପ୍ରବକ୍ତା ସାଜିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚାରିକଡ଼ରେ ରହୁଛନ୍ତି।”

ଡାକ୍ତର ରାଉତ କହିଛନ୍ତି- “୨୦୧୮ ମସିହାରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟିଥିଲା। ଯେଉଁଠି ଧର୍ଷଣକାରୀଙ୍କୁ ସୁରକ୍ଷା ଦିଆଗଲା ଓ ପୀଡ଼ିତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା। ଥୁଆମୂଳ-ରାମପୁରରେ ଏକ କନ୍ୟାଶ୍ରମରେ ଝିଅମାନଙ୍କୁ ଉପଭୋଗର ବସ୍ତୁ କରାଗଲା। ସେଠାରେ ଜଣେ ପ୍ରଧାନଶିକ୍ଷକ ଦୀର୍ଘ ୧୮ ବର୍ଷ ରହି ଝିଅମାନଙ୍କୁ ଦୁଷ୍କର୍ମ କରି ଧରାପଡ଼ିଲେ। ଏପରି ଘଟଣା ୨୦୧୯ ମସିହାରେରେ କେବେ ନଘଟୁ।”

ସେ ଆହୁରି କହିଛନ୍ତି-“ଚାଷୀ ଆଜି ଆତ୍ମହତ୍ୟା କରୁଛନ୍ତି। ଓଡ଼ିଶାରେ ପରମ୍ପରା ରହିଛି, ଆଦିବାସୀ ଭିକ ମାଗନ୍ତି ନାହିଁ ଓ ଚାଷୀ ଆତ୍ମହତ୍ୟା କରନ୍ତି ନାହିଁ। ଆଜିପର୍ଯ୍ୟନ୍ତ ଆଦିବାସୀ ଭିକ ମାଗି ନାହାନ୍ତି। ମାତ୍ର ଚାଷୀ ଆତ୍ମହତ୍ୟା କରି ଚାଲିଛନ୍ତି। ତାଙ୍କର ଦୁଃଖ ଓ ଯନ୍ତ୍ରଣା କେହି ଶୁଣୁନାହାନ୍ତି। ସେମାନଙ୍କର ଦାବି ଶୁଣାଇବା ପାଇଁ ଚାଲିଚାଲି ଭୁବନେଶ୍ୱର ଆସିଲେ। କିନ୍ତୁ ସେମାନଙ୍କୁ ସହର ଭିତରକୁ ପଶେଇ ଦିଆଗଲା ନାହିଁ। କାରଣ ସେମାନେ(ଚାଷୀ) ଗାଁରେ ରହୁଛନ୍ତି, ଅନ୍ଧକାରରେ ଜୀବନ ବିତାଉଛନ୍ତି। ହେଲେ ଆମର ଏହି ସହର ରାସ୍ତାରେ ରଙ୍ଗ ଦିଆଯାଉଛି। ଚାଷୀମାନଙ୍କ କାଦୁଅ ପାଦ ରଙ୍ଗ ଦିଆଯାଇଥିବା ରାସ୍ତାରେ ପଡ଼ିଲେ ଅପରିଷ୍କାର ହୋଇଯିବା ଭୟରେ ସେମାନଙ୍କୁ ସହର ଭିତରେ ପଶାଇ ଦିଆଗଲା ନାହିଁ। ବର୍ତ୍ତମାନ ସୁଦ୍ଧା ଧାନ ମଣ୍ଡିରେ ବିକ୍ରି ହେଉନି। ଓଡ଼ିଶାର ଧାନ ଛତିଶଗଡ଼ ଯାଉଛି। କାରଣ ଓଡ଼ିଶା ଅପେକ୍ଷା ଛତିଶଗଡ଼ ସରକାର ଧାନ କ୍ୱିଣ୍ଟାଲ ପ୍ରତି ୭୫୦ ଟଙ୍କା ଅଧିକ ଦେଉଛନ୍ତି। ସେଥିପାଇଁ ଚାଷୀର ଧାନ, ମଣ୍ଡିକୁ ଯାଉନି। ବେପାରୀ ଓ ମିଲ୍‌ରମାନେ ଧାନ କିଣି ନେଉଛନ୍ତି। ଚାଷୀଙ୍କ ଆଖିରୁ ଲୁହ ଝରୁଛି। ଏହାର ପରିସମାପ୍ତି ୨୦୧୯ ମସିହାରେ ହେଉ। ନାରୀ ନିର୍ଯାତନା ବନ୍ଦ ହେଉ ଓ ୬୦ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ। ଓଡ଼ିଆର ଆଉ କିଛି ସ୍ୱାଭିମାନ ନାହିଁ। ସମସ୍ତଙ୍କୁ ଭିକାରୀ କରିଦେଇଛନ୍ତି।”



from Odisha Reporter http://bit.ly/2F0vceQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages