ଗୋଲଡେନ୍ ବାବା ସହ ବିଜେଡି ନେତାଙ୍କ ସମ୍ପର୍କର ଖୋଳତାଡ଼ ଦାବିରେ ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଗୋଲଡେନ୍ ବାବା ସହ ବିଜେଡି ନେତାଙ୍କ ସମ୍ପର୍କର ଖୋଳତାଡ଼ ଦାବିରେ ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିକୋଟି ଟଙ୍କା ହଡ଼ପକାରୀ ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ସହ ବିଜେଡିର ଅନେକ ପ୍ରଭାବଶାଳୀ ନେତାଙ୍କ ଭିତିରି ସମ୍ପର୍କର ଖୋଳତାଡ଼ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ହୋଇଥିଲା।

congressଛାତ୍ର କଂଗ୍ରେସର ହଜାର ହଜାର କର୍ମୀ ଆଜି ନବୀନ ନିବାସ ଘେରାଉ ପାଇଁ ଯାଉଥିଲାବେଳେ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀ,ମେୟର ଓ ଅନ୍ୟ ନେତାଙ୍କ ସୁରକ୍ଷା କବଚ ସାଜି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ  କର୍ମୀ-ନେତାଙ୍କ ଉପରେ ପୁଲିସ ଆକ୍ରମଣ କରିଥିଲା । ପୋଲିସର ଆଚରଣ ଏବଂ ଉଚ୍ଚାରଣରୁ ପ୍ରକୃତରେ କମିଶନରେଟ ପୋଲିସର ମୁଖା ଖୋଲିଗଲା ବୋଲି କଂଗ୍ରେସ ଅଭିଯୋଗ କରିଛି। କୌଣସି ବିଶୃଙ୍ଖଳା ବା ପରିସ୍ଥିତି ଅଣାୟତ ନଥିଲାବେଳେ ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ର କଂଗ୍ରେସର ଇତିଶ୍ ପ୍ରଧାନଙ୍କ ସହ ଆଦିତ୍ୟ ପ୍ରିତମ ଦାସ, ବିପ୍ଲବ ପରିଡ଼ା, ଅକ୍ଷୟ କୁମାର ମଲ୍ଲ, ବିଶ୍ୱରଞ୍ଜନ ପାଣିଗ୍ରାହୀ, ଅହମ୍ମଦ ଖାନଙ୍କ ଭଳି ଆଗଧାଡ଼ିର ୬ଜଣ କର୍ମକର୍ତ୍ତାଙ୍କୁ ଗିରଫ କରି ଜେଲ ପଠାଇଛି।

ଗଣତାନ୍ତ୍ରିକ ପଦ୍ଧତିରେ ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକମାନଙ୍କର କଣ୍ଠରୋଧ କରାଯାଇଥିବାରୁ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି।

congressଛାତ୍ର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଯଥେଷ୍ଟ ସମୟ ଏବଂ ପ୍ରମାଣ ଦେଇଥିଲେ ମଧ୍ୟ  ସରକାର ଦୋଷୀ ନେତୃବୃନ୍ଦଙ୍କୁ ଘଣ୍ଟ ଘୋଡ଼ାଇ ବସିଗଲେ। ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ସରକାରଙ୍କ ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ସରକାର ପୋଲିସ୍ ବାହିନୀକୁ ଲଗାଇ ଦମନ କରିବା କାର୍ଯ୍ୟକୁ ନାପସନ୍ଦ କରିବା ସଙ୍ଗେ ସଙ୍ଗେ ସେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ କଂଗ୍ରେସ ଆସନ୍ତା ଦିନରେ ସରକାରଙ୍କର ସମସ୍ତ ଦୁର୍ନୀତିର  ପର୍ଦ୍ଦାଫାସ କରିବ।

congressଆଜିର ସାମ୍ବାଦିକ ସମ୍ମିଳନୀରେ ଏନଏସୟୁଆଇର ରାଜ୍ୟ ସଭାପତି ଇତିଶ୍ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପ୍ରଦେଶ କଂଗ୍ରେସ ଗଣମାଧ୍ୟମର ମୁଖ୍ୟ ସତ୍ୟପ୍ରକାଶ ନାୟକ, ରଜନୀ ମହାନ୍ତି, ନିରଞ୍ଜନ ନାୟକ, ଦୀପକ ମହାପାତ୍ର, ଶ୍ରୀଧର ବେହେରା, ବିଭୁପ୍ରସାଦ ଜେନା, ଅଖିଳେଶ ଯାଦବ, ପ୍ରବୀଣ କୁମାର, ସମ୍ବିତ ମଙ୍ଗରାଜ, ଦେବାଶିଷ ମହାରଣା, ମହମ୍ମଦ କାପା, ପ୍ରତୀକ ଦାସ, ହିଂମାଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।



from Odisha Reporter http://bit.ly/2ACFUF1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages