ଫାଟିଲା ଟ୍ରାକ୍ଟର ଚକା, ଉଡ଼ିଯାଇ ବିଦ୍ୟୁତ ତାରରେ ଲାଗିଗଲେ ଡ୍ରାଇଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଫାଟିଲା ଟ୍ରାକ୍ଟର ଚକା, ଉଡ଼ିଯାଇ ବିଦ୍ୟୁତ ତାରରେ ଲାଗିଗଲେ ଡ୍ରାଇଭର

ସୁନ୍ଦରଗଡ଼ (ବିଜୟ ବରୁଆ): ଟ୍ରାକ୍ଟର ଚକାରେ ପମ୍ପ ଦିଆଯାଉଥିବା ବେଳେ ଫାଟିଯିବାରୁ ଚାଳକ ଉଡ଼ିଯାଇ ବିଦ୍ୟୁତ ତାରରେ ଲାଗି ଯାଇଥିଲେ। ଫଳରେ ସେ ଜଳିଯାଇ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟର ପାଖରେ ଛିଡ଼ା ହୋଇଥିବା ଦୁଇ ଜଣ ଯୁବକ ମଧ୍ୟ ଆହତ ହୋଇଛନ୍ତି। ଆଜି ଏମିତି ଭୟଙ୍କର ଘଟଣା ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ନିରୁ ପଟ୍ଟା ନାମକ ଜଣେ ଟ୍ରାକ୍ଟର ଡ୍ରାଇଭର ଆଜି ଟ୍ରାକ୍ଟର ଚକାରେ ପମ୍ପ ଦେବା ପାଇଁ ତଳସରା ଥାନା ରାଶିପତରା ଗାଁକୁ ନେଇଥିଲେ। ସେଠାରେ ପମ୍ପ ଦିଆଯାଉଥିବା ବେଳେ ନିରୁ ପଟ୍ଟା ଉକ୍ତ ଟାୟାର ଉପରେ ବସିଥିଲେ। ଏହି ସମୟରେ ଟାୟାରଟି ଫାଟି ଯାଇଥିଲା। ଫଳରେ ସେ ଉପରକୁ ଉଠି ଯାଇ ୧୧ କେଭି ବିଦ୍ୟୁତ ତାର ଉପରେ ପଡ଼ିଥିଲେ। କ୍ଷଣକ ଭିତରେ ଜଳି ଯାଇଥିଲା ତାଙ୍କ ଶରୀର। ବ୍ଲାଷ୍ଟ ଏତେ ଭୟଙ୍କର ଥିଲା ଯେ ପାଖରେ ଛିଡ଼ା ହୋଇଥିବା ସିଦ୍ଦିକ ଅଲ୍ଲୀ ଓ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ସିଦ୍ଦିକ ଉପରକୁ ଉଡ଼ିଯାଇ ଜଣଙ୍କ ଆଜବେଷ୍ଟସ୍‌ ଘର ଛାତରେ ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସିଦ୍ଦିକ ଅଲ୍ଲୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।



from Odisha Reporter http://bit.ly/2RBicmn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages