
ପାଟନା: ବଲିଉଡ୍ର ଅପ୍କମିଂ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’କୁ ନେଇ ବିବାଦ ଏବେ ତୀବ୍ର ହୋଇଛି। ଏହି ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଗାନ୍ଧି ପରିବାରକୁ ନେଇ ଆଧାରିତ।
ତେବେ ଏହି ଫିଲ୍ମରେ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଥିବା ବଲିଉଡ୍ର ଭେଟରାନ୍ କଳାକାର ଅନୁପମ ଖେର ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିବାକୁ ବିହାରର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବରିଷ୍ଠ ଓକିଲ ସୁଧୀର ଓଝା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ରେ ଅଭିନୟ କରିଥିବା କଳାକାର ପାଇଁ ମନମୋହନ ଓ ଗାନ୍ଧି ପରିବାରର ସମ୍ମାନକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରି ମୁଜାଫରପୁର କୋର୍ଟରେ ଆବେଦନ କରିଥିଲେ।
ବିଶେଷ କରି ଅନୁପମ ଖେର ଓ ମନମୋହନଙ୍କ ମିଡିଆ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ବାରୁଙ୍କ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ ଖାନ୍ନାଙ୍କୁ ଓକିଲ ସୁଧୀର ତୀବ୍ର ବିରୋଧ କରିଥିଲେ। ଫିଲ୍ମଟି ସଞ୍ଜୟ ବାରୁ ଲେଖିଥିବା ବହି ଉପରେ ପର୍ଯ୍ୟବସିତ ହୋଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
from Odisha Reporter http://bit.ly/2CVxVVk
No comments:
Post a Comment