
ନେଲସନ୍: ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆକୁ ନ୍ୟୁଜିଲ୍ୟାଣ୍ଡ ୧୧୫ ରନ୍ରେ ଜିତି ୩-୦ରେ ସିରିଜ୍ ପୋଛି ନେଇଛି। ଏହି ମ୍ୟାଚ୍ରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନ୍ୟୁଜିଲ୍ୟାଣ୍ଡ ଦବଦବା ପ୍ରଦର୍ଶନ କରିଛି। ତେବେ ମ୍ୟାଚ୍ରେ ସବୁଠାରୁ ଆକର୍ଷଣୀୟ ଥିଲା ନ୍ୟୁଜିଲ୍ୟାଣ୍ଡ ବ୍ୟାଟସ୍ମ୍ୟାନ୍ ମାର୍ଟିନ୍ ଗପ୍ଟିଲଙ୍କ ସୁପରମ୍ୟାନ୍ ଭଳି କ୍ୟାଚ୍।
ଦ୍ୱିତୀୟ ଦିନିକିଆରେ ବିସ୍ଫୋରକ ଶତକ ହାସଲ କରିଥିବା ତିସାରା ପେରେରା ଏହି ମ୍ୟାଚ୍ରେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିବା ପାଇଁ ଯାଉଥିବା ବେଳେ ଗପ୍ଟିଲ ଗୋଟିଏ ହାତରେ କ୍ୟାଚ୍ ଧରି ତାଙ୍କର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ପେରେରା ମାତ୍ର ୬୩ଟି ବଲ୍ରେ ୮୦ ରନ୍ କରିଥିଲେ।
ମ୍ୟାଚ୍ର ୩୯ତମ ଓଭର୍ରେ ଲୁକି ଫରୁଗସନ୍ଙ୍କ ଏକ ବଲ୍କୁ ପେରେରା କଟ କରିଥିଲେ। ବଲ୍ଟି ପଏଣ୍ଟ ଅଞ୍ଚଳରେ ଫିଲ୍ଡିଂ କରିଥିବା ଗପ୍ଟିଲଙ୍କ ମୁଣ୍ଡ ଉପରେ ଚାଲି ଯା ଥିଲା ବେଳେ ଡାହାଣହାତୀ ଗପ୍ଟିଲ ଶୂନ୍ୟରେ ଉଡ଼ି ବାମ ହାତରେ କ୍ୟାଚ୍ଟି ଧରି ପକାଇଥିଲେ। ଫଳରେ ପେରାରଙ୍କ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।
ଦେଖନ୍ତୁ ଭିଡିଓ
from Odisha Reporter http://bit.ly/2LVuSza
No comments:
Post a Comment