କଶ୍ମୀର ପରିସ୍ଥିତିକୁ ଦୃଷ୍ଟିରେ ଇସ୍ତଫା ଦେଲେ ଆଇଏଏସ୍‌ ଟପ୍ପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

କଶ୍ମୀର ପରିସ୍ଥିତିକୁ ଦୃଷ୍ଟିରେ ଇସ୍ତଫା ଦେଲେ ଆଇଏଏସ୍‌ ଟପ୍ପର

ଶ୍ରୀନଗର: ୨୦୧୦ ଆଇଏଏସ୍‌ ବ୍ୟାଚ୍‌ରେ ଟପ୍ପର ହୋଇଥିବା କଶ୍ମୀରର ଶାହା ଫୈଜଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଶାସନିକ ସେବା ଛାଡ଼ି ରାଜନୀତିରେ ଯୋଗଦେବେ ବୋଲି କୁହାଯାଉଛି।

କିନ୍ତୁ କଶ୍ମୀରରେ ଚାଲିଥିବା ହିଂସାତ୍ମକ ପରିସ୍ଥିତି ଓ ଜଣଙ୍କ ପରେ ଜଣଙ୍କୁ ହତ୍ୟା କରାଯିବା ଘଟଣାକୁ ବିରୋଧ କରି ଫୈଜଲ ପଦ ଛାଡ଼ିଥିବା କହିଛନ୍ତି। ସେ ଫେସବୁକ୍‌ରେ ନିଜର ଇସ୍ତଫା କଥା ଘୋଷଣା କରିଛନ୍ତି। ତେବେ ସେ ସୋମବାରଠାରୁ ନିଜର ଇସ୍ତଫାପତ୍ର ସରକାରଙ୍କ ପାଖକୁ ପଠାଇ ଦେଇଥିଲେ।

ସେ ଫେସବୁକ୍‌ରେ ନିଜର ଇସ୍ତଫା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “କଶ୍ମୀରରେ ଦିନକୁ ଦିନ ହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର ଏନେଇ କୌଣସି ପ୍ରକାରର ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି।

ଦେଶର ୨୦୦ ମିଲିୟନ୍‌ ମୁସଲିମ୍‌ଙ୍କ ଭାଗ୍ୟକୁ ହିନ୍ଦୁତ୍ୱବାଦ ନାଁରେ ବଳି ଚଡ଼ାଯାଉଛି। ଦିନକୁ ଦିନ ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଜମ୍ମୁ-କଶ୍ମୀରରେ ଲୋକଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି। ଜାତୀୟତାବାଦ ନାଁରେ ଏଭଳି କରାଯାଉଥିବାରୁ ମୁଁ ଇସ୍ତଫା ଦେଇଛି।”

କିଛି ରିପୋର୍ଟରେ କୁହାଯାଇଛି ଯେ ସେ ନ୍ୟାଶନାଲ କନଫରେନ୍ସରେ ଯୋଗଦେବେ ଏବଂ ୨୦୧୯ ସାଧାରଣ ନିର୍ବାଚନରେ କଶ୍ମୀରରୁ ପ୍ରାର୍ଥୀ ହେବେ। ଦକ୍ଷିଣ କଶ୍ମୀରର ବାରମୁଲ୍ଲା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରିନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।



from Odisha Reporter http://bit.ly/2VC8mjz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages