ସିବିଆଇ ମୁଖ୍ୟ ଚୟନ ନୋହିଲା, ଝୁଲିଲା ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ସିବିଆଇ ମୁଖ୍ୟ ଚୟନ ନୋହିଲା, ଝୁଲିଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା(ସିବିଆଇ) ମୁଖ୍ୟ କିଏ ହେବ, ସେ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ୍‌ କମିଟି ବସିଥିଲା। ତେବେ କମିଟିରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ସିବିଆଇ ମୁଖ୍ୟଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ।

ଫଳରେ ହାଇପାୱାର ସିଲେକ୍ସନ୍‌ କମିଟି ପୁଣିଥରେ ଆସନ୍ତା ସପ୍ତାହରେ ବସିବ ବୋଲି ଜଣାପଡ଼ିଛି। ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ରହିଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହାଇପାୱାର ସିଲେକ୍ସନ୍‌ କମିଟି ବସିଥିଲା।

ବୈଠକ ପରେ ଶ୍ରୀ ଖାଡ଼ଗେ କହିଛନ୍ତି, “ଆଜିର ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ଆସନ୍ତା ସପ୍ତାହରେ ପୁଣି ବୈଠକ ବସିବ। ପ୍ୟାନେଲ ପକ୍ଷରୁ ସିବିଆଇ ମୁଖ୍ୟ ପଦ ପାଇଁ ୭୦ରୁ ୮୦ ଜଣଙ୍କ ନାଁ କମିଟି ଆଗରେ ଉପସ୍ଥାପନ କରାଯାଇଥିଲା। ମୁଁ ଏବଂ ଜଷ୍ଟିସ୍‌ ଗୋଗୋଇ ଉଭୟ ଏହି ଅଧିକାରୀମାନେ କେଉଁ ପଦବୀରେ କେତେ ଦିନ କାମ କରିଛନ୍ତି, ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲୁ। ଏହାପରେ ଆମେ ପୁଣିଥରେ ବୈଠକ ଯଥାଶୀଘ୍ର ଡାକିବାକୁ କମିଟିର ଅଧ୍ୟକ୍ଷଙ୍କୁ କହିଥିଲୁ।”

ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଲୋକ ବର୍ମାଙ୍କୁ ହାଇପାୱାର ସିଲେକ୍ସନ୍‌ କମିଟି ୨:୧ ଭୋଟ୍‌ରେ ବିଦା କରିବା ପରେ ଏମ୍‌ ନାଗେଶ୍ୱର ରାଓ ଅନ୍ତରୀଣ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ସ୍ଥାୟୀ ସିବିଆଇ ମୁଖ୍ୟ ନିଯୁକ୍ତି ପାଇଁ ବୈଠକ ବସିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ମୁଖ୍ୟ ଦୌଡ଼ରେ ୧୨ ଜଣ ଆଇପିଏସ୍‌ ଅଧିକାରୀ ରହିଛନ୍ତି। ୧୯୮୨ରୁ ୧୯୮୫ ବ୍ୟାଚ୍‌ର ଅଧିକାରୀଙ୍କୁ କମିଟି ସିବିଆଇ ମୁଖ୍ୟ କରିବାକୁ ଚାହୁଁଛି।



from Odisha Reporter http://bit.ly/2RYhno7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages