ଓଡ଼ିଶାର ବିକାଶ, ଶିଳ୍ପାୟନ ଓ ନିଯୁକ୍ତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଓଡ଼ିଶାର ବିକାଶ, ଶିଳ୍ପାୟନ ଓ ନିଯୁକ୍ତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୯ ବର୍ଷର ନିରଙ୍କୁଶ କ୍ଷମତା ଥାଇ ବି ଓଡ଼ିଶାର ବିକାଶ, ଶିଳ୍ପାୟନ ଏବଂ ନିଯୁକ୍ତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ପ୍ରଶାସକରୁ ନେତ୍ରୀ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଏଜେଣ୍ଡା ଉପରେ ପ୍ରଶ୍ନ ଉଠାଇ ପ୍ରଥମଥର ପାଇଁ ସିଧାସଳଖ ତାଙ୍କୁ ଟାର୍ଗେଟ୍ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ରୋଜଗାର ଯୋଗାଇବା କ୍ଷେତ୍ରରେ ହେଉ ବା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହେଉ ସବୁଥିରେ ଓଡ଼ିଶା ପୁରା ଦେଶରେ ପଛରେ ପଡ଼ିଛିା ଓଡ଼ିଶା ଭଳି ପ୍ରାକୃତିକ ଖଣିଜ ସମ୍ପଦଭରା ରାଜ୍ୟର ମୋଟ ଜିଡିପିରେ ନିର୍ମାଣ କ୍ଷେତ୍ରର ଅବଦାନ ଦିନକୁ ଦିନ ଖସିବାରେ ଲାଗିଛି । ଏହା ୧୮% ରୁ ଖସି ଆସି ୧୬%ରେ ପହଂଚିଲାଣି। ଏହା କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିରନ୍ତର ସରକାରର ଓଡ଼ିଶାରେ ବିକାଶ ପାଇଁ ଯୋଗଦାନ କି ବୋଲି ସେ ପ୍ରଶ୍ନ କରିଛନ୍ତି?
ସେହିପରି ଓଡ଼ିଶାର ହେଉଥିବା ମୋଟ ରପ୍ତାନିର ୮୪% ରପ୍ତାନି ହେଉଛି ପ୍ରାଇମେରି ଗ୍ରେଡ୍ ଲୁହାପଥର ଓ ବକ୍ସାଇଟ। ଏହା ଦ୍ୱାରା ରାଜ୍ୟର କିଛି ଲାଭ ହେଉନାହିଁ। ଓଡ଼ିଶାରେ କ’ଣ ପାଇଁ ଲୁହାପଥରରୁ ଷ୍ଟିଲ ବା ଅନ୍ୟ ଉପକରଣ ରପ୍ତାନି ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୨୦୧୬ ମସିହାରେ ରାଜ୍ୟର ୬୬% ପ୍ରତିଶତ ଗ୍ରାମୀଣ ଲୋକ ହେଉଛନ୍ତି ଗରିବ ବା ଆର୍ଥିକ ଦୃଷ୍ଟିରୁ ପଛୁଆ। ଓଡ଼ିଶାରେ ଦୀର୍ଘସୂତ୍ରୀ ବିକାଶ ପାଇଁ ଚିନ୍ତା କରାଯାଉନାହିଁ ଓ ନିର୍ବାଚନବେଳେ କେବଳ ପଇସା ବାଣ୍ଟିଲେ ରାଜ୍ୟର ବିକାଶ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ନିଯୁକ୍ତି ସୃଷ୍ଟି କଲା ଭଳି ଶିଳ୍ପ ପ୍ରତିଷ୍ଠାରେ ସଫଳତା କାହିଁକି ନାହିଁ ? ବିଭିନ୍ନ ଶିଳ୍ପ କ୍ଷେତ୍ର ଯଥା ଅଟୋ କମ୍ପୋନେଣ୍ଟସ, ଜେମ୍ସ ଆଣ୍ଡ ଜୁଏଲାରୀ, ଖାଦ୍ୟ ପ୍ରକିୟାକରଣ, ପୋଷାକ ନିର୍ମାଣ, ଟେକ୍ସଟାଇଲ ପାର୍କ, ଔଷଧ ଶିଳ୍ପ ଓ ବାୟୋଟେକ ଆଦି କ୍ଷେତ୍ରରେ ଆଜି ଓଡ଼ିଶା ଶୂନ। ୧୯ ବର୍ଷର ବିଜେଡି ସରକାର ଏହି ଶଳ୍ପି କ୍ଷେତ୍ରଗୁଡ଼ିକରେ ପୁଞ୍ଜି ନିର୍ମାଣରେ ସମ୍ପୃର୍ଣ୍ଣ ବିଫଳ ହୋଇଛି।

ପୁଞ୍ଜିନିବେଶ ପ୍ରତିଶ୍ରୁତି କୁଆଡ଼େ ଗଲା?

ଓଡିଶାରେ ରୋଜଗାରର ସୁଯୋଗ ଅଭାବରୁ ଓଡିଶାର ଯୁବପିଢ଼ି ଅନ୍ୟ ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାରେ କମ୍ ପଇସାରେ କାମ କରିବା ପାଇଁ ବାଧ୍ୟ ହେଉଛି। ସୁରତ୍, ବେଙ୍ଗାଲୁରୁ, ଜାମଶେଦପୁର ଆଦି ସ୍ଥାନରେ ଓଡ଼ିଆ ଯୁବକକୁ ନିଜ ଭିଟାମାଟି ଛାଡି ବାଧ୍ୟରେ କାମ କରିବା ପାଇଁ ପଡୁଛି। ମେକ୍ ଇନ୍ ଓଡ଼ିଶା ସମ୍ପୃର୍ଣ୍ଣ ବିଫଳ ହୋଇଛି। ମେକ୍ ଇନ ଓଡ଼ିଶା ନାଁରେ ଓଡ଼ିଆ କରଦାତାଙ୍କ କଷ୍ଟଲବ୍ଧ ରୋଜଗାରକୁ ଏକ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି। ମେକ୍ ଇନ୍ ଓଡ଼ିଶା ୨୦୧୬ ସଂସ୍କରଣରେ ୨ଲକ୍ଷ କୋଟିର ପୁଞ୍ଜିନିବେଶ ସହ ୧.୪ ଲକ୍ଷ ଚାକିରି ସୃଷ୍ଟିର ପ୍ରତିଶ୍ରୁତି ଦିଆଯାଇଥିଲା। ଟାଟା, ବେଦାନ୍ତ ଓ ଜିନ୍ଦଲ ୯୭ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାର ପ୍ରତିଶ୍ରୁତି ଦେଇଥିଲୋ ସେହିପରି ଆଦାନୀ, ୱାଲମାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଇଣ୍ଡୋ ୟୁରୋପିଆନ୍ ଓ ସଷ୍ଟେନେବେଲ ଡେଭେଲପେମେଣ୍ଟ କଳାହାଣ୍ଡିରେ ଚାଉଳ ପ୍ରକ୍ରିୟାକରଣ ଶିଳ୍ପ ଏବଂ କନ୍ଧମାଳରେ ହଳଦୀ ପ୍ରକ୍ରିୟାକରଣ ଶିଳ୍ପର ପ୍ରତଶ୍ରୁତି ଦେଇଥିଲୋ ଏହି ସବୁ ପୁଞ୍ଜିନିବେଶ ପ୍ରତିଶ୍ରୁତି କୁଆଡ଼େ ଗଲା?

୨୦୧୬ ମେକ୍ ଇନ ଓଡିଶା ସଂସ୍କାରଣର ପୁଞ୍ଜିନିବେଶ ଘୋଷଣା ଓ ଏହାର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରିବେ କି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିବା ସହ ଓଡିଶା ସରକାର ମେକ ଇନ୍ ଓଡ଼ିଶା ପ୍ରତିଶ୍ରୁତି କୁଆଡ଼େ ଗଲା? ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାର ସ୍ଥିତି କଣ, ତାହାର ସମସ୍ତ ତଥ୍ୟ ରାଜ୍ୟ ସରକାର ତାଙ୍କ ୱେବସାଇଟରେ ଉପଲବ୍ଧ କରାଇବେ କି ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2HHIDTZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages