ଏହି ରେକର୍ଡ ଠାରୁ ୩୪ ରନ୍‌ ଦୂରରେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଏହି ରେକର୍ଡ ଠାରୁ ୩୪ ରନ୍‌ ଦୂରରେ ଧୋନି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଥିବା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଖରେ ଏବେ ଏକ ବରିଳ ରେକର୍ଡ କରିବାର ସୁଯୋଗ ରହିଛି। ଆଜିଠାରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ତଥା ଅନ୍ତିମ ମ୍ୟାଚ୍‌ ଆରମ୍ଭ ହୋଇଛି।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ୧୭ ଓଭର୍‌ ସୁଦ୍ଧା ୨ ୱିକେଟ୍‌ ହରାଇ ୫୫ ରନ୍‌ କରିଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ହିଁ ଦୁଇଟି ଯାକ ୱିକେଟ ନେଇଛନ୍ତି।

ତେବେ ଭାରତ ବ୍ୟାଟିଂ କରିବା ବେଳେ ଧୋନିଙ୍କ ପାଖରେ ରେକର୍ଡ କରିବାର ସୁଯୋଗ ରହିବ। ଧୋନି ଯଦି ଆଜି ମାତ୍ର ୩୪ ରନ୍‌ କରି ନିଅନ୍ତି, ତା’ହେଲେ ଅଷ୍ଟ୍ରେଲିଆ ମାଟିରେ ତାଙ୍କର ୧ ହଜାର ଦିନିକିଆ ରନ୍‌ ପୂରଣ ହେବ। ଅଷ୍ଟ୍ରେଲିଆରେ ଏଭଳି ୧ ହଜାର ଦିନିକିଆ ରନ୍‌ କରିବାରେ ଧୋନି ୪ର୍ଥ ଭାରତୀୟ ହୋଇଯିବେ। ପୂର୍ବରୁ ଏହି କ୍ଲବରେ ସଚିନ୍‌ ତେନ୍ଦୁଲକର, ବିରାଟ୍‌ କୋହଲି ଓ ରୋହିତ ଶର୍ମା ରହିଛନ୍ତି।
ଧୋନି ଦ୍ୱିତୀୟ ଦିନିକିଆରେ ଅପରାଜିତ ୫୫ ରନ୍‌ର ଇନିଂସ୍‌ ଖେଳିଥିଲେ। ଯେଉଁଥି ପାଇଁ ଭାରତ ମ୍ୟାଚ୍‌ ଜିତିବା ସହ ୧-୧ ରେ ସିରିଜ୍‌କୁ ବରାବର କରିଥିଲା।



from Odisha Reporter http://bit.ly/2suZwXm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages