ନବୀନଙ୍କ ବିରୋଧରେ କାହିଁକି ମୁହଁ ଖୋଲିଲେନି ମୋଦି? ୯ଟି ସମ୍ଭାବ୍ୟ ପଏଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ନବୀନଙ୍କ ବିରୋଧରେ କାହିଁକି ମୁହଁ ଖୋଲିଲେନି ମୋଦି? ୯ଟି ସମ୍ଭାବ୍ୟ ପଏଣ୍ଟ

ସମସ୍ତେ ଆଶା ବାନ୍ଧିଥିଲେ, ଆଜି ନବୀନଙ୍କୁ କଡା ଭାଷାରେ ସମାଲୋଚନା କରିବେ ବାରିପଦା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ସେମିତି କିଛି ହେଲାନି। ବାରିପଦା ସଭାରେ ସେ କେବଳ ନିଜ ସରକାରର ସଫଳତା ବିଷୟରେ କହିଲେ। ରାଜ୍ୟ ସରକାରଙ୍କୁ ଆଟାକ୍ କରିବା ବଦଳରେ କିଛି ଆଡ୍‌ଭାଇସ୍ ଦେଲେ। ଏହା ପଛରେ କ’ଣ କାରଣ ଥାଇପାରେ? ପଢ଼ନ୍ତୁ ଏଇ ୯ଟି ସମ୍ଭାବ୍ୟ ପଏଣ୍ଟ।

  • ୨୦୧୯ ପାଇଁ ଡିଲ୍: କୁହାଯାଏ ରାଜନୀତିରେ ଶତ୍ରୁତା ଓ ମିତ୍ରତାର ସଂଜ୍ଞା ଅଭିଧାନର ସଂଜ୍ଞାଠାରୁ ବହୁତ ଅଲଗା। ଉଭୟ ଶତ୍ରୁ ପରି ପ୍ରତୀୟମାନ ହେଉଥିବା ବିଜେଡି-ବିଜେପି ମଧ୍ୟରେ ହୁଏତ ୨୦୧୯ ନିର୍ବାଚନ ପାଇଁ ଭିତିରିଆ ଡିଲ୍ ହୋଇଥାଇ ପାରେ। ତେଣୁ ଲାଗ୍ ଲାଗ୍ ଦୁଇଥର ଓଡ଼ିଶା ଆସିଥିଲେ ମଧ୍ୟ ବିଜେଡି ସରକାର କିମ୍ବା ନବୀନଙ୍କ ବିରୋଧରେ ନରେନ୍ଦ୍ର ମୋଦି ଗୋଟିଏ ହେଲେ ପଦ କହିଲେ ନାହିଁ।
  • ଆମର ଦିଲ୍ଲୀ ତମର ପଲ୍ଲୀ: ହୁଏତ ଡିଲ୍ ଏମିତି ବି ହୋଇଥାଇ ପାରେ, ଆମକୁ ଦିଲ୍ଲୀରେ ରାଜା ହେବାକୁ ଦିଅ, ତମେ ପଲ୍ଲୀରେ ରାଜା ହେଇକି ଥାଅ। ଅର୍ଥାତ, ରାଜ୍ୟରେ ତମେ, କେନ୍ଦ୍ରରେ ଆମେ। ଏହାର ଅର୍ଥ ହେଲା, ତମେ ବିଧାନସଭାରେ ଜିତ, ଆମକୁ ଏମ୍‌ପି ବା ସାଂସଦ ଦିଅ। ତେଣୁ ଯଦି ଲୋକସଭା ସିଟ୍‌ ଗୁଡ଼ିକ ପାଇଁ ଡିଲ୍ ହୋଇଥିବ, ସେଇଥିପାଇଁ ହୁଏତ ମୋଦି ମୁହଁ ଖୋଲୁ ନାହାନ୍ତି।
  • ଆଟାକ୍ ନୁହେଁ ଆଡ୍‌ଭାଇସ୍: ବାରିପଦାରେ ମୋଦି ନବୀନଙ୍କୁ ଆଟାକ୍ କରନ୍ତୁ ବୋଲି ରାଜ୍ୟ ବିଜେପି କର୍ମୀ ଚାହିଁଥିଲେ। ହେଲେ ସେ କେବଳ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇକି ଗଲେ। ହୁଏତ ଡିଲ୍ ଏମିତି ହେଇଥିବ ଯେ, ପରସ୍ପର କେବଳ ନିଜ ନିଜର ଯୋଜନାକୁ ଭଲ କହିବେ, ଅନ୍ୟକୁ କେବଳ ଇଙ୍ଗିତ କରିବେ। କାରଣ ନବୀନ ମଧ୍ୟ ଦଳର ପ୍ରତିଷ୍ଠା ଦିସବରେ ମୋଦିଙ୍କ ବିରୋଧରେ କିଛି କହିନଥିଲେ। କେବଳ କିଛି ପରାମର୍ଶ ଦେଇଥିଲେ।
  • ପୁଣି ଫେରିପାରେ ପୁରୁଣା ସଂପର୍କ: ବିଜେଡି-ବିଜେପି ପୁରୁଣା ବନ୍ଧୁ। ଭାଇ ଭାଇ। ଦିନେ ସେମାନେ ମିଳିମିଶି ଓଡ଼ିଶାରେ ସରକାର କରିଥିଲେ। ତେଣୁ ଦୁଇଭାଇ ପୁଣି ମିଶିଯିବାରେ କିଛି ଅସ୍ଵାଭାବିକତା ନାହିଁ। ହୁଏତ ଏମିତି ଡିଲ୍ ହୋଇଥାଇ ପାରେ ଯେ, ନିର୍ବାଚନ ପରେ (ପୋଷ୍ଟ-ଇଲେକ୍ସନ) ଦୁଇ ଦଳଙ୍କ ଭିତରେ ମେଣ୍ଟ ହୋଇପାରେ।
  • ନିଜ ଉପରେ ସନ୍ଦେହ: ଦେଶରେ ‘ମୋଦି ମ୍ୟାଜିକ୍’ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବିଜେପି ମଧ୍ୟ ଏହାକୁ ଅସ୍ୱୀକାର କରିପାରିବ ନାହିଁ। ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ତାହା ପ୍ରମାଣିତ କରିଛି। ତେଣୁ ଦିନେ ଯେଉଁ ମୋଦି ନିଜର କରିସ୍ମା ପାଇଁ ଗର୍ବ କରୁଥିଲେ, ଆଜି ସନ୍ଦେହରେ ପଡ଼ି ହୁଏତ ସେ ବିଜେଡି ସହ ଡିଲ୍ ପାଇଁ ରାଜି ହୋଇଥାଇ ପାରନ୍ତି।
  • ଓଡ଼ିଶାରେ ବିଜେପିର ବଳ: ଓଡ଼ିଶାରେ ବିଜେପିର ତୃଣମୂଳ ସ୍ଥିତି ବିଷୟରେ ମୋଦିଙ୍କୁ ନିଶ୍ଚୟ ଭଲଭାବରେ ଜଣା ଥିବ। ରାଜ୍ୟର ନେତା ମଧ୍ୟ ଭଲକରି ଜାଣିଛନ୍ତି, ସେମାନଙ୍କ ସ୍ଥିତି ତୃଣମୂଳ ସ୍ତରରେ କେମିତି ଅଛି। ସଂଗଠନର ଏହି ବଳ ଉପରେ ସନ୍ଦେହ କରି ମୋଦି ହୁଏତ ନରମ ମନୋଭାବ ପୋଷଣ କରୁଛନ୍ତି। ମୁହଁ ଟାଣ କଲେ କାଳେ ଆଗକୁ ପାଗ ବିଗିଡ଼ି ଯାଇପାରେ।
  • ପ୍ରତି-ଆକ୍ରମଣ ଭୟ: କଥାରେ ଅଛି, ପ୍ରତି କ୍ରିୟାର ଗୋଟେ ପ୍ରତିକ୍ରିୟା ଥାଏ। ଏହି ନ୍ୟାୟରେ ହୁଏତ ମୋଦି ମଧ୍ୟ ବିଜେଡି ଓ ନବୀନଙ୍କୁ ସିଧା ଆକ୍ରମଣ କରିବାକୁ ଚାହୁଁ ନାହାନ୍ତି। କାରଣ ଆକ୍ରମଣ କଲେ, କେନ୍ଦ୍ର ସରକାର ଓ ବିଜେପି ମଧ୍ୟ ପ୍ରତି ଆକ୍ରମଣର ଶିକାର ହେବେ। ତେଣୁ ଡିଲ୍ ହୋଇଥାଇପାରେ, ତମେ କୁହନି, ଆମେବି କହିବୁନି। ଏହା ଲକ୍ଷ୍ୟ କରିଥିବେ, ଟିକେ ଟିକେ କଥାରେ ବିଜେପି ବିରୋଧରେ ପ୍ରେସ୍‌ମିଟ୍ କରୁଥିବା ବିଜେଡି ମଧ୍ୟ ଚୁପ୍ ପଡ଼ିଯାଇଛି। ଏହା ସନ୍ଦେହକୁ ଦୃଢ଼ କରୁଛି।
  • ଚକ୍ରବ୍ୟୂହରେ ବିଜେପି: ନିଜର କିଛି ପଦକ୍ଷେପ ପାଇଁ କେନ୍ଦ୍ର ସରକାର ଓ ବିଜେପି ଦଳ, ଗୁଡ଼ାଏ ଜାଲରେ ଫସିଛନ୍ତି। ବିମୁଦ୍ରାକରଣ ଓ ରାଫେଲ୍ ଭଳି କିଛି ପ୍ରସଙ୍ଗରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଯିଏ କାଚରେ ଘର କରିଛି, ସିଏ ପଡ଼ୋଶୀଘର ଲୋକକୁ ପଥର ଫିଙ୍ଗିଲେ କେବଳ ନିଜର କ୍ଷତି ହିଁ ହେବ।
  • ବିକାଶ ପାଇଁ ମୋଦି: ହୁଏତ ଏମିତି ହୋଇପାରେ, ମୋଦି ନିଜର ଛବି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସେ ଓଡ଼ିଶାବାସୀଙ୍କୁ ଇଙ୍ଗିତ ଦେବାକୁ ଚାହୁଁଛନ୍ତି ଯେ, ମୋଦି ଓ ବିଜେପି କେବଳ ବିକାଶ ସପକ୍ଷରେ। ଅଯଥା ରାଜନୈତିକ ବୟାନବାଜି କରି ଅସୂୟା ଭାବ ସୃଷ୍ଟି ନକଲେ ଭଲ।


from Odisha Reporter http://bit.ly/2Qq9t1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages