ଏହି ଷ୍ଟାଡିୟମ୍‌ ନାଁରେ ଝିଅର ନାଁ ରଖିଲେ ବ୍ରାୟନ୍‌ ଲାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଏହି ଷ୍ଟାଡିୟମ୍‌ ନାଁରେ ଝିଅର ନାଁ ରଖିଲେ ବ୍ରାୟନ୍‌ ଲାରା

ସିଡ୍‌ନୀ: ୧୯୯୩ ମସିହା ଜାନୁଆରୀ ମାସରେ ବ୍ରାୟନ୍‌ ଲାରା ସିଡନୀଠାରେ ଖେଳିଥିଲେ ତାଙ୍କର ପଞ୍ଚମ ଟେଷ୍ଟ ମ୍ୟାଚ୍‌। ପରେ କିମ୍ବଦନ୍ତୀ ପାଲଟିଥିବା ବ୍ରାୟନ୍‌ ଲାରାଙ୍କ ପାଇଁ ସେତେବେଳକୁ ଟେଷ୍ଟ ଦଳରେ ସ୍ଥାନ ପାଇବା ସହଜ ନଥିଲା।

କିନ୍ତୁ ସେ ସିଡନୀରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ସ୍କୋର କରିଥିବା ୨୭୭ ରନ୍‌ କେବଳ ତାଙ୍କ କ୍ରିକେଟ୍‌ କ୍ୟାରିଅର୍‌ର ସ୍ମରଣୀୟ ଦିନ ନଥିଲା, ବରଂ ଏହି ଷ୍ଟାଡିୟମ୍‌ ମଧ୍ୟ ତାଙ୍କ ପାଇଁ ଚିର ଅଭୁଲା ହୋଇ ରହିଗଲା।

ଆଉ ସେଥିପାଇଁ ଏହି ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ନିଜ ଝିଅର ନାମ ସିଡ୍‌ନୀ ରଖିଥିଲେ।

ଏହି ମ୍ୟାଚ୍‌ରେ ଲାରା ୩୭୨ ବଲ୍‌ରୁ ୭୪.୪୬ ଷ୍ଟ୍ରାଇକ୍‌ ରେଟ୍‌ରେ ୨୭୭ ରନ୍‌ କରିଥିଲେ। ତାଙ୍କର ଏହି ଇନିଂସ୍‌ ପାଇଁ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ଡ୍ର ରଖିପାରିଥିଲା। ତେବେ ଏହା ପରେ ରେକର୍ଡ ପରେ ରେକର୍ଡ ତିଆରି କରିବାକୁ ଲାଗିଥିଲେ ଲାରା।

ବିଶ୍ୱର ବହୁ ଦୁର୍ଦ୍ଧର୍ଷ ବୋଲିଂ ବାହିନୀର ଆକ୍ରମଣକୁ ପ୍ରତିହତ କରି ଲାରା ପ୍ରଥମେ ୩୭୫ ରନ୍‌ ପରେ ୪୦୦ ରନ୍‌ର ମାଇଲ୍‌ଖୁଣ୍ଟ ସ୍ଥାପନ କରିଥିଲେ, ଯାହାକି ପୂର୍ବରୁ ଅସମ୍ଭବ ମନେ ହେଉଥିଲା।



from Odisha Reporter http://bit.ly/2ReXwl3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages