
ପୁରୀ(ଓଡ଼ିଶା ରିପୋର୍ଟର):ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୈଠକରେ ନିର୍ଦ୍ଧାରଣ ହୋଇଛି ମହାପ୍ରସାଦ ଦର। ଆନନ୍ଦ ବଜାର ସଂସ୍କାର ନେଇ ବସିଥିବା ବୈଠକରେ ମହାପ୍ରସାଦ ଓ ଅବଢ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ନିଯୋଗର ବୈଠକରେ ଆଲୋଚନା ପରେ ଦର ନିର୍ଦ୍ଧାରଣ ହୋଇଛି। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଏହି ଦର ଲାଗୁ କରାଯିବ।
ସୁଆର ମହାସୁଆର ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଆର୍ଥିକ ପରିଚାଳନା କମିଟିର ବୈଠକ ହୋଇଛି। ସେପଟେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ।
ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟ ପଦାଧିକାରୀ ଯୋଗଦେବେ। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଏଥିରେ ଆଲୋଚନା କରାଯିବ। ତା’ସହ ସେବାୟତଙ୍କ ଶିକ୍ଷା ଲାଗି ଗୁରୁକୂଳ ଆଦର୍ଶ ବିଦ୍ୟାଳୟ ଉପରେ ବି ଆଲୋଚନା ହେବ।
from Odisha Reporter http://bit.ly/2HEhgtF
No comments:
Post a Comment