କୋଷ୍ଠକାଠିନ୍ୟ ଓ ନିଦ୍ରାହୀନତା ଦୂର କରେ ପାଳଙ୍ଗ ଶାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

କୋଷ୍ଠକାଠିନ୍ୟ ଓ ନିଦ୍ରାହୀନତା ଦୂର କରେ ପାଳଙ୍ଗ ଶାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଶାକାହାରୀ କି? ତାହାହେଲେ ଆପଣ ଆପଣଙ୍କ ଖାଦ୍ୟରେ ପାଳଙ୍ଗ ଶାଗକୁ ନିଶ୍ଚିତ ସାମିଲ୍‌ କରନ୍ତୁ। କାରଣ ଏହି ଶାଗ ମହୌଷଧି ଭଳି କାମ କରିଥାଏ।
ପାଳଙ୍ଗ ଶାଗ ଶାରୀରିକ ବିକାଶ ପାଇଁ ବେଶ୍‌ ଲାଭଦାୟକ। ଏଥିରେ ମିନେରାଲ୍‌, ଭିଟାମିନ୍‌ ଓ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି।

ସାଧାରଣତଃ ଲୋକମାନେ ପାଳଙ୍ଗ ଶାଗର ଭଜା କିମ୍ବା ପରଟା ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ଆପଣଙ୍କୁ ଯଦି ପାଳଙ୍ଗ ଶାଗର ଅଧିକ ଫାଇଦା ଉଠାଇବାକୁ ଚାହୁଁଛନ୍ତି, ତେବେ ପାଳଙ୍ଗ ଶାଗର ଜୁସ୍ ପ୍ରସ୍ତୁତ କରି ପିଅନ୍ତୁ। ଏହା ଶରୀର ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ।

ଜୁସ୍ ଯଦି ପ୍ରସ୍ତୁତ କରୁଛନ୍ତି, ତେବେ ଅତି ପତଳା କରନ୍ତୁ ନାହିଁ। କାରଣ ଏଥିରେ ଥିବା ଫାଇଭର ନଷ୍ଟ ହୋଇଯାଏ। ପାଳଙ୍ଗ ଶାଗରେ ଭିଟାମିନ୍-ଏ, ସି, ଇ, କେ, ଓ ବି କମ୍ଲେକ୍ସ ପ୍ରଚୁର ମାତ୍ରାରେ ରହିଥାଏ। ଏହାଛଡ଼ା କ୍ୟାରୋଟିନ୍, ଆଇରନ୍, ଆୟୋଡିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ଫସଫରସ୍ ଓ ଆବଶ୍ୟକ ଏମିନୋ ଏସିଡ୍ ରହିଥାଏ। ଏହି କାରଣରୁ ପାଳଙ୍ଗ ଶାଗର ଜୁସ୍ ପିଇବା ନିହାତି ଆବଶ୍ୟକ ହୋଇଥାଏ।

ପାଳଙ୍ଗ ଶାଗର ଉପକାରିତା ବିଷୟରେ ଆସନ୍ତୁ ଜାଣିବା

୧: ପାଳଙ୍ଗ ଶାଗ ପତ୍ରକୁ ସିଝାଇ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ।
୨: ପାଳଙ୍ଗ ଶାଗ ଖାଇବା ଦ୍ୱାରା ମନରେ ଶାନ୍ତ ଭାବନା ଆସିଥାଏ। ନିଦ୍ରାହୀନତା ଦୂର କରିବାରେ ସହାୟକ ହୋଇଥାଏ।
୩: ପାଳଙ୍ଗ ଶାଗରେ ଭିଟାମିନ-ଏ ଅଧିକ ମାତ୍ରାରେ ଥିବାରୁ ଆଖି ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ ।
୪: ପାଳଙ୍ଗ ଶାଗ ହଜମ ଶକ୍ତି ବୃଦ୍ଧି କରାଯାଏ।

୫: ଏହି ଶାଗକୁ ଦହି ଓ ଭାତ ସହ ମିଶାଇ ଖାଇଲେ ଜୀର୍ଣ୍ଣ ଶକ୍ତି ବୃଦ୍ଧି ହୋଇଥାଏ। ଶରୀରରେ ଥିବା ରକ୍ତକଣିକା ପରିମାଣ ବୃଦ୍ଧି କରାଏ।

୬: ଯକୃତ ଜନିତ ସମସ୍ୟା ଦୂର କରିବାରେ ପାଳଙ୍ଗ ଶାଗ ଅତ୍ୟନ୍ତ ଉପାଦେୟ ହୋଇଥାଏ ।
୭: ମଧୁମେହ ରୋଗୀମାନେ ପାଳଙ୍ଗ ଶାଗକୁ ନିୟମିତ ଖାଇଲେ ଲାଭ ମିଳିଥାଏ।

: ପାଳଙ୍ଗ ଶାଗ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କର୍କଟ ନିରୋଧ ଭାବେ କାମକରିଥାଏ।

୯: ମହିଳାମାନେ ନିୟମିତ ଏହି ଶାଗ ଖାଇଲେ ତ୍ୱଚାରେ ଏକ ଚମକ ଆସିଥାଏ। ଏହାସହ କେଶର ଘନତ୍ୱ ବଢ଼ିଥାଏ।
୧୦: ପାଳଙ୍ଗ ଶାଗରେ ଭିଟାମିନ୍-କେ ପ୍ରଚୁର ମାତ୍ରାରେ ଥିବାରୁ ହାଡ଼ ମଜବୁତ୍ ହୋଇଥାଏ।



from Odisha Reporter http://bit.ly/2SjWNid

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages