ଆର୍ଥିକ ସଂସ୍କାର ପାଇଁ ଲାଲାଜୀ ପ୍ରତିଷ୍ଠା କରିଥିଲେ ବ୍ୟାଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ଆର୍ଥିକ ସଂସ୍କାର ପାଇଁ ଲାଲାଜୀ ପ୍ରତିଷ୍ଠା କରିଥିଲେ ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆର୍ଥିକ ସଂସ୍କାର ମହାନାୟକ ଥିଲେ ଲାଲା ଲାଜପଥ୍‌ ରାୟ। ଯେଉଁ ସମୟରେ ଲୋକଙ୍କ ଭିତରେ ବ୍ୟାଙ୍କ ସମ୍ପର୍କରେ ଜ୍ଞାନ ନ ଥିଲା, ସେହି ସମୟରେ ସେ ପଞ୍ଜାବ ନେସନାଲ୍‌ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀ ପ୍ରତିଷ୍ଠା କରିଥିଲେ। ଲୋକଙ୍କ ଭିତରେ ଅର୍ଥ ସଞ୍ଚୟର ମନୋବୃତ୍ତି ବୃଦ୍ଧି ପାଇଁ ଲାଲାଜୀଙ୍କର ଏହା ଥିଲା ଏକ ପ୍ରୟାସ।

ଅନ୍ୟପକ୍ଷରେ ଦେଶକୁ ସ୍ୱଧୀନ କରିବା ପାଇଁ ସେ ଇଂରେଜ ବିରୋଧରେ ଲଢ଼େଇ ମଧ୍ୟ କରିଥିଲେ।

ପଞ୍ଜାବ ବୀରଙ୍କ ଭୂମି। ଲାଲା ଲାଜପତ୍‌ ରାୟ ହେଉଛନ୍ତି ଲାଲ୍‌-ବାଲ୍‌-ପାଲ ଯୋଡ଼ି ଭିତରୁ ଜଣେ। ଯିଏ ନିସ୍ୱାର୍ଥପର ଭାବନା ଓ ବୀରତାର ସହ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ କରିଥିଲେ। ତାଙ୍କୁ ପଞ୍ଜାବ କେଶରୀ ବୋଲି କୁହାଯାଏ।

ଲାଲା ଲାଜପତ ରାୟଙ୍କ ଜନ୍ମ ୧୮୬୫ ଜାନୁଆରୀ ୧୮ ତାରିଖରେ ପଞ୍ଜାବ ରାଜ୍ୟର ମୋଙ୍ଗା ଜିଲ୍ଲାରେ ହୋଇଥିଲା। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ ହେବା ପରେ ଲୁଧିଆନାର ମିଶନ ହାଇସ୍କୁଲରେ ପଢ଼ିବାକୁ ଚାଲି ଯାଇଥିଲେ। ଲାଲାଜୀ ଜଣେ ମେଧାବୀ ଛାତ୍ର ଥିଲେ। ସେଥିପାଇଁ ତାଙ୍କୁ ସ୍କଲାରସିପ୍‌ ମିଳୁଥିଲା। ପରେ ସେ ଓକିଲାତି ପାଠ ପଢ଼ିଥିଲେ। ପାଠ ଶେଷ ହେବା ପରେ ସେ ହିସାରରେ ଓକିଲାତି ପ୍ରାକ୍ଟିସ୍‌ କରିଥିଲେ। ସେ ସ୍ୱଭାବରେ ଶାନ୍ତ, ସରଳ ଓ ପରୋପକାରୀ ଥିଲେ। ସେହି ଆଚରଣ ପାଇଁ ସେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେତେବେଳେ ଆର୍ଯ୍ୟ ସମାଜ ଲୋକଙ୍କ ଭିତରେ ଧାମିକ ଓ ଆଧ୍ୟାତ୍ମିତ ଭାବନା ଜାଗ୍ରତ କରିବା କାମ କରୁଥିଲା। ଶିକ୍ଷାର ବିକାଶ ପାଇଁ ସେ ହିସାରରେ ଏକ ସଂସ୍କୃତ ସ୍କୁଲ ଓ ଲାହୋରରେ ଦୟାନନ୍ଦ ଏଙ୍ଗଲୋ ଇଂଲିଶ ମିଡ଼ିୟମ ସ୍କୁଲ ପ୍ରତିଷ୍ଠା କରିଥିଲେ।

୧୮୯୯ ମସିହାରେ ସମଗ୍ର ଦେଶରେ ମରୁଡ଼ି ପଡ଼ିଥିଲା। ସେହି ସମୟରେ ଲାଲାଜୀ ଲୋକଙ୍କୁ ସାହାଯ୍ୟ କରିଥିଲେ। ୧୮୮୮ ମସିହାରେ ସେ ପ୍ରୟାଗରେ ଆୟୋଜିତ କଂଗ୍ରେସ ଅଧିବେଶନରେ ଯୋଗଦେଇଥିଲେ। ଧୀରେ ଧୀରେ କଂଗ୍ରେସର ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ। ପରେ ଅର୍ଥାତ ୧୯୦୫ ମସିହାରେ ସେ ଜଣେ ଲୋକପ୍ରିୟ ନେତା ଭାବେ ପରିଚିତ ହୋଇପାରିଥିଲେ। ଯେତେବେଳେ ତାଙ୍କୁ ଗୋପାଲ କୃଷ୍ଣ ଗୋଖଲେଙ୍କ ସହିତ ବେଙ୍ଗଲକୁ ଭାଙ୍ଗିବା ସମ୍ପର୍କରେ  ଆଲୋଚନା କରିବା ପାଇଁ ଇଂଲଣ୍ଡ ପଠାଯାଇଥିଲା, ସେହି ସମୟରେ ତାଙ୍କୁ ବ୍ରିଟିଶ ସମ୍ପର୍କରେ ଜାଣିବା ପାଇଁ ବହୁକିଛି ମିଳିଥିଲା। ଇଂରେଜୀଙ୍କ ସମ୍ପର୍କରେ ଥିବା ତାଙ୍କ ଧାରଣା ବଦଳିଗଲା। ବ୍ରିଟିଶର୍ସଙ୍କୁ ଆକ୍ଷେପ କରି ସେ କହିଥିଲେ, “ଦେଶବାସୀ ଏପରି ବେଇମାନଙ୍କ ଶାସନର ଦୟା ଉପରେ ନିର୍ଭର କରିବା ଦରକାର ନାହିଁ। ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ନିଜକୁ ଶକ୍ତିଶାଳୀ ହେବାକୁ ପଡ଼ିବ।”

ଲାଲାଜୀ ଜଣେ ଭଲ ବକ୍ତା ଥିଲେ। ସ୍ୱାମୀ ଦୟାନନ୍ଦଙ୍କ ସମୟରେ ସେ ଦେଇଥିବା ବକ୍ତବ୍ୟ ଆଜିବି ସମସ୍ତଙ୍କ ମାନସପଟରେ ରହିଛି। ସେ ଯେମିତି କହୁଥିଲେ, ଠିକ୍‌ ସେମିତି ଲେଖୁଥିଲେ। ସେଥିପାଇଁ ସେ ଏକ ମାସିକିଆ ପତ୍ରିକା ‘ୟଙ୍ଗ ଇଣ୍ଡିଆ’ ପ୍ରକାଶ କରିଥିଲେ। ଏହାଛଡ଼ା “ସେଲ୍ଫ ଡେଟରମିନେସନ୍‌ ଇଣ୍ଡିଆ”, “ଅନ୍‌ ହେପି ଇଣ୍ଡିଆ”, “ଇଂଲଣ୍ଡ ଡେଫ୍‌ଥ୍‌ ଇଣ୍ଡିଆ” ଭଳି ପୁସ୍ତକ ଲେଖିଥିଲେ।

ଲାଲାଜୀ ସବୁବେଳେ ଗରିବଙ୍କୁ ସାହାଯ୍ୟ କରୁଥିଲେ। ପୁଞ୍ଜିବାଦ ଓ ଆର୍ଥିକ ଶୋଷଣ ବିରୋଧରେ ଲଢ଼େଇ କରୁଥିଲେ। ସେ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିଅନ୍‌ର ପ୍ରଥମ ସଭାପତି ଥିଲେ। ସେ colonization bill ବିରୋଧ କରୁଥିଲେ। ଏହି ବିଲ୍‌ ଅନୁସାରେ ଯେଉଁ ପରିବାର କୌଣସି ଦାୟଦ ନଥିବେ, ତାଙ୍କର ସବୁ ସମ୍ପତ୍ତି ସରକାରୀ ହୋଇଯିବ। ଏହି ବିଲ୍‌କୁ ବିରୋଧ କରୁଥିବାରୁ ତାଙ୍କ ୬ ମାସ ଜେଲ୍‌ ଯିବାକୁ ପଡ଼ିଥିଲା। ଏହାଛଡ଼ା ଦେଶ ଭକ୍ତି ପାଇଁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଏଥିପାଇଁ ବହୁବାର ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥିଲା।

ପରବର୍ତ୍ତୀ ସମୟରେ ଲାଲାଜୀ, ମୋତିଲାଲ୍‌ ନେହରୁ ଓ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱରାଜ୍ୟ ପାର୍ଟିରେ ଯୋଗଦେଇଥିଲେ। ପରେ ସେହି ପାର୍ଟିରୁ ନିର୍ବାଚନ ଲଢ଼ି ଜିତିଥିଲେ। ସେହି ସମୟରେ ଭାରତର ଆର୍ଥିକ ବିକାଶ କରିବା ପାଇଁ ଇଂରେଜ ସରକାର ସାଇମନ୍‌ (simon) କମିଶନ ଗଠନ କରିଥିଲେ। ଯାହାକୁ ଭାରତରେ ପ୍ରବଳ ବିରୋଧ ହୋଇଥିଲା। କାରଣ ଏଥିରେ କେବଳ ଇଂଲିଶ ଲୋକମାନେ ଥିଲେ, କୌଣସି ଭାରତୀୟ ନଥିଲେ। ଲାଲାଜୀ ଏହାକୁ ବିରୋଧ କରିଥିଲେ। ୧୯୨୮ ଅକ୍ଟୋବର ୩୦ ତାରିଖରେ ସାଇମନ୍‌ କମିଶନ ଲାହୋର ଆସିଥିବା ବେଳେ ଲାଲାଜୀଙ୍କ ନେତୃତ୍ୱ ବିରୋଧ କରାଯାଇଥିଲା। ଏହି ବିରୋଧକୁ ଅବୈଧ ଘୋଷଣା କରାଯାଇଥିଲା। ଏପରିକି ବିରୋଧଙ୍କୁ ଘଉଡାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା। ଜଣେ ବ୍ରିଟିଶ ଅଫସର ଲାଲାଜୀଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଶେଷରେ ୧୯୨୮ ନଭେମ୍ୱର ୧୭ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।



from Odisha Reporter http://bit.ly/2Se456R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages