ଅଜଗର ପିଠିରେ ସବାର ହୋଇଛନ୍ତି ଏକାଧିକ ବେଙ୍ଗ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଅଜଗର ପିଠିରେ ସବାର ହୋଇଛନ୍ତି ଏକାଧିକ ବେଙ୍ଗ, ଭିଡିଓ ଭାଇରାଲ

କାନ୍‌ବେରା: ସୋଶାଲ୍‌ ମିଡିଆ କିମ୍ୱା ଡିସ୍‌କଭରି ଚ୍ୟାନେଲ୍‌ରେ ଆପଣ ଅଜଗର ସାପ ବେଙ୍ଗକୁ ଖାଉଥିବା ଦେଖିଥିବେ। କିନ୍ତୁ ଏହାର ଠିକ୍‌ ଓଲଟା ଦୃଶ୍ୟ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ଭିଡିଓଟିରେ ଏକ ଅଜଗର ସାପ ଉପରେ ୧୦ରୁ ୧୨ଟି ବେଙ୍ଗ ସବାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ କିସାନ୍‌ ପାଲ୍‌ ନାମକ ଜଣେ ବ୍ୟକ୍ତି ସେୟାର୍‌ କରିଛନ୍ତି।

ନିକଟରେ ଅଷ୍ଟ୍ରେଲିଆର କୁନୁକୁରାରେ ଝଡ଼ ହୋଇଥିଲା। ଏହା ପରେ ନିକଟସ୍ଥ କ୍ଷେତରୁ କିଛି ବେଙ୍ଗ ରାସ୍ତା ଉପରକୁ ଉଠି ଆସିଥିଲେ। ବନ୍ୟା ଯୋଗୁ ବେଙ୍ଗଗୁଡିକ ଅନ୍ୟତ୍ର କେଉଁ ଆଡ଼େ ନ ଯାଇ ପାରି ସାପର ପିଠି ଉପରେ ସବାରି ହୋଇ ଯାଉଛନ୍ତି। ଯେଉଁ ଦୃଶ୍ୟ ସୋଶାଲ ମିଡିଆରେ ୟୁଜର୍ସଙ୍କୁ ଭାରି ପସନ୍ଦ ଆସିଛି।

ରିପୋର୍ଟ ଅନୁସସାରେ, କିସାନ୍‌ ପାଲ୍‌ କହିଛନ୍ତି, ବନ୍ୟା ଯୋଗୁ ତାଙ୍କ କ୍ଷେତରେ ଅଧିକ ପାଣି ଭରି ଯାଇଥିଲା। ଏହା ଯୋଗୁ ଜୀବନ ବଞ୍ଚାଇବାକୁ ବେଙ୍ଗମାନେ ଅଜଗର ପିଠିରେ ସବାର ହୋଇ ଯାଇଥିଲେ। କିସାନ୍‌ଙ୍କ କ୍ଷେତରେ ଅନେକ ସଂଖ୍ୟାରେ ବେଙ୍ଗ ରହିଥିଲେ। କିନ୍ତୁ ସେ ଏପରି ପ୍ରଥମଥର ପାଇଁ ଦେଖିଥିଲେ ଯେ, କୌଣସି ସାପ ପିଠିରେ ବେଙ୍ଗମାନେ ବସି ମଜା ନେଉଛନ୍ତି।

ବେଙ୍ଗମାନେ ସବାର ହୋଇଥିବା ସେହି ଅଜଗରର ଲମ୍ୱ ହେଉଛି ୩.୫ ମିଟର।



from Odisha Reporter http://bit.ly/2R3ImPt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages