ସଚିନ୍‌ଙ୍କୁ ପଛରେ ପକାଇଲେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ସଚିନ୍‌ଙ୍କୁ ପଛରେ ପକାଇଲେ ବିରାଟ

tendulkar

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ସିଡ୍‌ନୀ ଟେଷ୍ଟ୍ ଆରମ୍ଭ ହୋଇଛି। ଚଳିତ ସିରିଜ୍‌ର ଏହା ହେଉଛି ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌। ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ଥିବାରୁ ଏହି ମ୍ୟାଚ୍‌କୁ ଜିତି ସିରିଜ୍‌କୁ ୩-୧ରେ ପୋଛି ନେବାକୁ ଉଦ୍ୟମ ଜାରି ରଖିଛି।

ଶେଷ ଖବର ଲେଖାଯିବା ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୨୫୦ ରନ୍ ସଂଗ୍ରହ କରିଛି। ମୟଙ୍କ ଅଗ୍ରୱାଲ୍‌ ୭୭ ରନ୍, ଲୋକେଶ ରାହୁଲ ୯, ବିରାଟ କୋହଲି ୨୩ ଓ ଆଜିଙ୍କ୍ୟ ରାହାଣେ ୧୮ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ କ୍ରିଜ୍‌ରେ ଅଛନ୍ତି।

ବିରାଟ କୋହଲି ଏହି ମ୍ୟାଚ୍‌ରେ ମାତ୍ର ୨୩ ରନ୍ କରିଥିଲେ ବି ମାଷ୍ଟର ବ୍ଲାଷ୍ଟର ସଚିନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ଆଜି ୧୯ ହଜାର ଅନ୍ତର୍ଜାତୀୟ ରନ୍ (କ୍ରିକେଟ୍‌ର ସବୁ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ମିଶି) ପୂରଣ କରିଛନ୍ତି। ଏହା ସହିତ ୧୯ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିବାରେ ସେ ଦ୍ରୁତ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ହାସଲ କରିଛନ୍ତି। ଏ କ୍ଷେତ୍ରରେ ସେ ସଚିନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି।

ସଚିନ୍ ୪୩୨ଟି ଇନିଂସ୍‌ରୁ ୧୯ ହଜାର ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଥିବା ବେଳେ ବିରାଟ ୩୯୯ ଇନିଂସ୍‌ରେ ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦ୍ରୁତ ୧୮ ହଜାର ରନ୍ ପୂରଣ କରିବାର ଗୌରବ ବି ବିରାଟ କୋହଲି ହାସଲ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ୩୮୨ ଇନିଂସ୍‌ରେ ସେ ୧୮ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିଥିଲେ।



from Odisha Reporter http://bit.ly/2TnDX6n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages