ସ୍ୱପ୍ନ ଥିଲା ଆଇଏଏସ୍‌ ହେବେ, କିନ୍ତୁ ଖାସ୍‌ ଏହି କାରଣରୁ ସରପଞ୍ଚ ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ସ୍ୱପ୍ନ ଥିଲା ଆଇଏଏସ୍‌ ହେବେ, କିନ୍ତୁ ଖାସ୍‌ ଏହି କାରଣରୁ ସରପଞ୍ଚ ହେଲେ

ଭଟିଣ୍ଡା(ପଞ୍ଜାବ): ସ୍ୱପ୍ନ ସବୁବେଳେ ଯେ ଶେଷ ପର୍ଯ୍ୟନ୍ତ ସ୍ଥିର ରହିବ କିଛି ମାନେ ନାହିଁ, ହୁଏତ ଏପରି କିଛି ମହତ୍‌ ଆହ୍ୱାନ ସାମ୍ନାରେ ଆସିପାରେ ଯାହାକି ଜୀବନର ଗତିପଥ ବଦଳାଇଦିଏ। ଏପରି କାହାଣୀ ପଞ୍ଜାବର ଭଟିଣ୍ଡା ଅଞ୍ଚଳର ଜଣେ ଆଇଏଏସ୍‌ ଆଶାୟୀ ଶେଷନ୍‌ଦୀପ୍‌ କୌର ସିଦ୍ଧୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

ତାଙ୍କୁ ସେତେବେଳକୁ ୨୨ ବର୍ଷ ଏବଂ ସେ ସେତେବେଳକୁ ଦିଲ୍ଲୀରେ ପ୍ରଶାସନିକ ସେବା ପାଇଁ କୋଚିଂ ନେଉଥାନ୍ତି। ଶୁଣିବାକୁ ପାଇଲେ ଗାଁରେ ଥିବା ଏକ ମାତ୍ର ସ୍କୁଲ ବନ୍ଦ ହୋଇଯିବ। ସ୍କୁଲ ବନ୍ଦ ହୋଇଯିବା ଅର୍ଥାତ ତାଙ୍କୁ ଆଉ ବୁଝିବାକୁ ବାକି ନଥିଲା ପିଲାମାନଙ୍କୁ ଦୂର କେଉଁ ଏକ ସ୍କୁଲ ଯିବାକୁ ପଡ଼ିବ, ଯାହା ଫଳରେ ଝିଅ ମାନେ ସ୍କୁଲ ଯିବା ବନ୍ଦ କରିବା ଆରମ୍ଭ କରିବେ।
ଏହି ଘଟଣା ହିଁ ତାଙ୍କୁ ଭାବିବାକୁ ବାଧ୍ୟ କରିଥିଲା କିଛି ଗୋଟେ କରିବାକୁ ପଡ଼ିବ। ଏହା ପରେ ପରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରେ ସେ ନିଷ୍ପତ୍ତି ନେଇସାରିଥିଲେ ଏହା ହିଁ ସୁଯୋଗ।

ଗତ ରବିବାର ହିଁ ତାଙ୍କ ନାଁ ପଛରେ ଯୋଡ଼ା ହୋଇଗଲା ନୂତନ ଏକ ଶବ୍ଦ ‘ସରପଞ୍ଚ’। ତାଙ୍କ ପରିବାରରୁ ସେ ଦ୍ୱିତୀୟ ସରପଞ୍ଚ। ତାଙ୍କ ପୂର୍ବରୁ ତାଙ୍କ ଜେଜେ ଜର୍ଣ୍ଣେଲ୍‌ ସିଂହ ମଧ୍ୟ ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ଶୁଣିବାକୁ ପାଇଲି ଆମ ଗାଁ ସ୍କୁଲ୍‌ରେ ପିଲାଙ୍କ ଉପସ୍ଥାନ କମ୍‌ ରହୁଥିବାରୁ ସରକାର ସ୍କୁଲ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ଏହା ହୋଇଥିଲେ ପ୍ରାଥମିକ ଶିକ୍ଷା ପାଇଁ ଆମ ଗାଁର ଛାତ୍ରଛାତ୍ରୀଙ୍କୁ ପାଖ ରାଇଖାନା ଯିବାକୁ ପଡ଼ିଥାନ୍ତା। ନିର୍ବାଚନ ଲଢ଼ି ମୁଁ ସ୍କୁଲ ବଞ୍ଚାଇପାରିଛି।”

ଗାଁରେ ମଇଳା ପାଣି ରାସ୍ତାକୁ ଚାଲିଆସୁଛି ଏବଂ ଆର୍‌ଓ ପ୍ଲାଣ୍ଟ କାମ କରୁନି। କିନ୍ତୁ ସରକାର ଏବଂ ବିଭିନ୍ନ ବିଭାଗ ସହିତ କିପରି ସମନ୍ୱୟ ରକ୍ଷା କରିବାକୁ ହେବ ଏବଂ ଗାଁ ଲୋକଙ୍କୁ କିଭଳି ନିଷ୍ପତ୍ତି ପ୍ରକ୍ରିୟାରେ ସାମିଲ କରାଯିବ ସେ ଏବେ ତାହା ଶିଖୁଛନ୍ତି ବୋଲି କହିଛନ୍ତି।

ସେ ୨୪୭ ଭୋଟ୍‌ ପାଇ ଏହି ନିର୍ବାଚନ ଜିତିଥିବାବେଳେ ତାଙ୍କ ବିରୋଧୀ କରମ୍‌ଜିତ୍‌ କୌର ୧୩୬ଟି ଭୋଟ୍‌ ପାଇଥିଲେ। ସେ ସବୁକିଛି ଠିକ୍‌ କରିଦେବେ କହିବା ପରେ ଲୋକ ତାଙ୍କ ଉପରେ ବିଶ୍ୱାସ କରି ଭୋଟ୍‌ ଦେଇଥିଲେ ବୋଲି ଶେଷନ୍‌ଦୀପ୍‌ କହିଛନ୍ତି। ଅନ୍ୟ ପକ୍ଷରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ଉଚ୍ଚ ଶିକ୍ଷିତାଙ୍କ ଉପରେ ଯଥେଷ୍ଟ ଭରସା କରିଛନ୍ତି। ପଞ୍ଜାବର କିଛି କମ୍‌ ବୟସର ସରପଞ୍ଚଙ୍କ ମଧ୍ୟରୁ ଶେଷନ୍‌ଦୀପ୍‌ ଅନ୍ୟତମ। ସେହିଭଳି ହରିଆଣାର ଫତେବାଦ୍‌ରେ ରେଖା ନାମ୍ନୀ ଜଣେ ୨୧ ବର୍ଷ ୨ ମାସ ବୟସର ଝିଅ ସରପଞ୍ଚ ହୋଇଛନ୍ତି।



from Odisha Reporter http://bit.ly/2CLddrd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages