
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାର ଆବେଦନ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଏହି ଯୋଜନାରେ ସାମିଲ ପାଇଁ ଆବେଦନର ଶେଷ ତାରିଖ ଜାନୁଆରୀ ୧୦ ଥିବା ବେଳେ ଏହାକୁ ଜାନୁଆରୀ ୧୫ ତାରିଖ ଯାଏ ବଢ଼ାଇ ଦିଆଯାଇଛି।
କାଳିଆ ଯୋଜନାରେ ସାମିଲ ପାଇଁ ହିତାଧିକାରୀଙ୍କ ଆଗ୍ରହ ଦୃଷ୍ଟିରୁ ଆବେଦନ ଅବଧିକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯୋଜନା ସମ୍ପର୍କରେ ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସେହିଭଳି ଚାଷୀମାନେ ଯୋଜନାରେ ସାମିଲ ହେବାକୁ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ମଧ୍ୟ କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
from Odisha Reporter http://bit.ly/2QwnVoV
No comments:
Post a Comment