ଥାନାରେ ଅପଦସ୍ଥ ହୋଇଥିଲେ ସିମ୍‌ରନ୍‌ଙ୍କ ପରିବାର ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଥାନାରେ ଅପଦସ୍ଥ ହୋଇଥିଲେ ସିମ୍‌ରନ୍‌ଙ୍କ ପରିବାର ଲୋକ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ମୁଣ୍ଡରେ ଆଘାତ ଯୋଗୁ ପ୍ରାଣ ହରାଇଛନ୍ତି ପଶ୍ଚିମ ଓଡ଼ିଶାର ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂହ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏବେ ଏହି ମାମଲାରେ ସିମ୍‌ରନଙ୍କୁ ପ୍ରେମବିବାହ କରିଥିବା ଧ୍ରୁବରାଜ ସୁନାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଘଟିବାର ୬ ଦିନ ପରେ ଝାରସୁଗୁଡ଼ା ପୁଲିସ ବିରୋଧରେ ସିମ୍‌ରନଙ୍କ ପରିବାର ଆଣିଛନ୍ତି ସାଂଘାତିକ ଅଭିଯୋଗ।

ଡିସେମ୍ୱର ୨୮ ତାରିଖଠାରୁ ସିମ୍‌ରନ୍‌ ନିଖୋଜ ହୋଇଥିଲେ। ଏନେଇ ପରିବାର ଲୋକେ ଝାରସୁଗୁଡ଼ା ଟାଉନ୍ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ପୁଲିସ ଏପରି ଏକ ସମ୍ୱେଦନଶୀଳ ଘଟଣାରେ ମାମଲା ରୁଜୁ କରିବା ପରିବର୍ତ୍ତେ ପରିବାର ଲୋକଙ୍କୁ ଅପଦସ୍ଥ କରାଯାଇଥିଲା। ଏପରିକି ସିମରନଙ୍କ ପରିବାରଲୋକଙ୍କୁ ଟାଉନ୍ ଥାନାଧିକାରୀ ଝସକେତନ ଧଳ ଗାଳି ଗୁଳଜ କରିବା ସହ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।

ଗତ ୩ ତାରିଖରେ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିଥିଲା। ଏହା ପରେ ସଂପୃକ୍ତ ଅଧିକାରୀ ତଦନ୍ତ କରିବାକୁ ତାଙ୍କ(ସିମ୍‌ରନ୍‌) ଘରକୁ ଯାଇଥିଲେ। ଆଉ ସେହି ସମୟରେ ପୀଡ଼ିତାଙ୍କ ପରିବାରଲୋକେ ଏନେଇ ଝାରସୁଗୁଡ଼ା ଥାନାଧିକାରୀଙ୍କ ସମେତ ମହିଳା ଅଧିକାରୀଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ଯାହାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ବେଳର ଭିଡିଓକୁ ଗୁରୁତ୍ୱ ସହ ନେଇଛନ୍ତି ଉତ୍ତରାଞ୍ଚଳ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ।



from Odisha Reporter http://bit.ly/2VIpHae

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages