ଆପଣଙ୍କ ଅବସାଦ ଦୂର କରିବ ଜୀବନସାଥୀଙ୍କ କଳ୍ପନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ଆପଣଙ୍କ ଅବସାଦ ଦୂର କରିବ ଜୀବନସାଥୀଙ୍କ କଳ୍ପନା !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଯେବେ ଆପଣ ଚିନ୍ତାରେ କିମ୍ୱା କୌଣସି ସମସ୍ୟାରେ ରହୁଛନ୍ତି, ତେବେ ସେହି ସମୟରେ ଆପଣ ନିଜ ପାର୍ଟନର୍‌ଙ୍କ କଥା ଚିନ୍ତା କରନ୍ତୁ। ଆପଣ ଚିନ୍ତାରୁ ମୁକ୍ତି ପାଇପାରିବେ।

ଏକଥା ଶୁଣି ଆପଣଙ୍କୁ ଥଟ୍ଟା ଲାଗିପାରେ କିନ୍ତୁ ଗବେଷଣାର ନିର୍ଯାସ ଏହା ହିଁ କହୁଛି।

ନିକଟରେ ଏକ ଗବେଷଣାରେ ଦାବି କରାଯାଇଛି ଯେ, ଚିନ୍ତାରେ ଥିବା ସମୟରେ ପାର୍ଟନର୍‌ଙ୍କ କଥା ଭାବିଲେ, ରକ୍ତଚାପ କମ୍‌ ହୋଇଥାଏ। ଏହି ଗବେଷଣାରେ ପ୍ରତିଯୋଗୀଙ୍କୁ ୩.୩ ଡିଗ୍ରୀ ସେଲ୍‌ସିୟସ୍‌ରୁ ୪.୩ ଡିଗ୍ରୀ ସେଲ୍‌ସିୟସ୍‌ରେ ଥଣ୍ଡା ପାଣିରେ ଏକ ମିନିଟ୍‌ ପାଇଁ ଗୋଡ଼ ବୁଡ଼ାଇ ରଖିବା ପାଇଁ କୁହାଯାଇଥିଲା। ଥଣ୍ଡା ପାଣିରେ ଶିରାରେ ଏକ ପ୍ରକାର ରିଆକସନ୍‌ ହୋଇଥାଏ, ଯାହାଦ୍ୱାରା ରକ୍ତରେ ଥିବା ଶିରାପ୍ରଶିରା ସଙ୍କୁଚିତ ହୋଇଥାଏ ଏବଂ କିଛି କ୍ଷଣ ପାଇଁ ହାଇପର୍‌ଟେନସନ୍‌ ଅନୁଭୂତ ହୋଇଥାଏ। ଏହି ସମୟରେ ପ୍ରତିଯୋଗୀଙ୍କ ସମ୍ମୁଖରେ ତାଙ୍କ ପାର୍ଟନର୍‌ଙ୍କୁ ରହିବା ପାଇଁ କିମ୍ୱା ତାଙ୍କ ବିଷୟରେ ଭାବିବା ପାଇଁ କୁହାଯାଇଥିଲା। ହାଇପର୍‌ ଟେନସନ୍‌କୁ ରୋକିବା ପାଇଁ ପାର୍ଟନର୍‌ର କଥା ମନରେ ଚିନ୍ତା କରିବା ଅଧିକ ଫଳପ୍ରଦ ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଥିଲା।

ଏହି ଗବେଷଣାର ନେତୃତ୍ୱ ରିସର୍ଚ୍ଚ ୟୁନିଭରସିଟି ଅଫ୍‌ ଏରିଜୋନାର ଛାତ୍ର କେଲ୍‌ ବୋରାସା ନେଇଥିଲେ। ବୋରାସାଙ୍କ କହିବା ଅନୁସାରେ, “ଆମ ଜୀବନରେ ସମସ୍ୟା ଭରି ରହିଛି। କେବଳ ସମ୍ପର୍କ ସହାୟତାରେ ଏହିସବୁ ସମସ୍ୟାରୁ ମୁକୁଳି ହେବ। ଆମେ ପାର୍ଟନର୍‌ଙ୍କ ସହିତ ସିଧା କଥା ହୋଇ କିମ୍ୱା ତାଙ୍କର ଫଟୋକୁ ମନକୁ ଆଣି ଚିନ୍ତାମୁକ୍ତ ହୋଇପାରିବେ। ଅଫିସ୍‌, ପରୀକ୍ଷା କିମ୍ୱା ଅପରେସନ୍‌ ଏପରି ପରିସ୍ଥିତିରେ ପାର୍ଟନର୍‌ କଥା ଚିନ୍ତା କରି ଆପଣ ନିଜ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ।”

ବୋରାସାଙ୍କର ଏହି ଗବେଷଣାରେ ୧୦୨ ଜଣ ଲୋକଙ୍କୁ ସାମିଲ୍‌ କରାଯାଇଥିଲା, ଯେଉଁମାନେ ଏକ ପ୍ରତିଶ୍ରୁତିବଦ୍ଧ ସମ୍ପର୍କରେ ରହିଥିଲେ। ଗବେଷଣାରେ ଏହି କଥାର ପୁଷ୍ଟି କରାଯାଇଥିଲା ଯେ, ହାଇପର୍‌ ଟେନସନ୍‌ରୁ ମୁକୁଳିବା ପାଇଁ ଜୀବନସାଥୀର କ’ଣ ଭୂମିକା ରହିଥାଏ। ଗବେଷଣାର ଫଳାପଳରୁ ଜଣାପଡ଼ିଥିଲା ଯେ, ଯେଉଁ ପ୍ରତିଯୋଗୀମାନେ ତାଙ୍କ ପାର୍ଟନର୍‌ଙ୍କ ବିଷୟରେ ଚିନ୍ତା କରିଥିଲେ, ତାଙ୍କର ବ୍ଲଡ୍‌ ପ୍ରେସର୍‌ ଅନ୍ୟ ପ୍ରତିଯୋଗୀଙ୍କଠାରୁ କମ୍‌ ଥିଲା। ଯେଉଁ ପ୍ରତିଯୋଗୀମାନେ ରିଲେସନ୍‌ସିପ୍‌ରେ ଅଧିକ ଖୁସି ଓ ସନ୍ତୁଷ୍ଟ ଥିଲେ, ସେମାନଙ୍କର ଅଧିକ ଫାଇଦା ହୋଇଥିଲା।

 



from Odisha Reporter http://bit.ly/2DxOCXf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages