
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ସାଧାରଣ ନିର୍ବାଚନ ଲଢ଼ିନଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ନିଜର ପାରମ୍ପରିକ ବିଧାନସଭା ଆସନ ଘସିପୁରାରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି।
ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଘସିପୁରା ବିଧାନସଭା ଆସନରୁ ଏଥର ବଦ୍ରି ପାତ୍ର ଛିଡ଼ା ହେଲେ ସେ ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବେ। ଲୋକମାନେ ଯାହାକୁ ଚାହିଁବେ ସେମାନଙ୍କୁ ପ୍ରାର୍ଥୀ କରାଯିବ। ଯଦି ବଦ୍ରି ଛିଡ଼ା ହେଉନଥିବେ, ତେବେ ସେ ଛିଡ଼ା ହେବେକି ନାହିଁ ନିଷ୍ପତ୍ତି ନେବେ। ଯଦି ଲୋକେ ଓ ପାର୍ଟି କହିବେ ତେବେ ସେ ଛିଡ଼ା ହେବେ। ଯଦି ବଦ୍ରି ଏଥର ଘସିପୁରାରୁ ପ୍ରାର୍ଥୀ ନହେବେ ତା’ହେଲେ ସେଠାରେ ଆମର କେହି ଜଣେ ଲଢ଼ିବେ ବୋଲି ଶ୍ରୀ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବାବେଳେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୦ ମସିହାରୁ ଶ୍ରୀ ପଟ୍ଟନାୟକଙ୍କୁ ଏହି ଆସନରୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ପିସିସି ସଭାପତି ହେବାପରେ ଶ୍ରୀ ପଟ୍ଟନାୟକ ପ୍ରଥମେ ଭଦ୍ରକର ଭଣ୍ଡାରୀପୋଖରୀ ଓ ଜଗତସିଂହପୁରର ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଆଜି ଶ୍ରୀ ପଟ୍ଟନାୟକଙ୍କ ଏହି ସ୍ପଷ୍ଟୀକରଣ ପରେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏକରକମ ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ,୨୦୧୪ ସାଧାରଣ ନିର୍ବାଚନରେ ସେ ଜୟଦେବ ଜେନାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ।
from Odisha Reporter http://bit.ly/2GRkw4H
No comments:
Post a Comment