
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍ ଦବଙ୍ଗ ଖାନ୍ ସଲ୍ମାନ୍ଙ୍କ ଫିଲ୍ମ ଅପେକ୍ଷାରେ ଦର୍ଶକ ସବୁବେଳେ ରହିଥାନ୍ତି। ୨୦୧୮ରୁ ସେ ନିଜ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏବେ ଗୋଆରେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ।
ଆଉ ଏହି ସମୟରେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି। ସଲ୍ମାନ୍ ଏଥର କୁଆଡେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ସହ ଏକ ପ୍ରୋଜେକ୍ଟ୍ରେ କାମ କରିବେ।
ଖବର ମୁତାବକ ସଲ୍ମାନ୍ଙ୍କ ସହ କେଉଁ କଣ୍ଟେଣ୍ଟ୍ ଫିଲ୍ମ କରିବେ ସେ ନେଇ ବିଚାର କରିବା ପାଇଁ ରୋହିତ ସେଟ୍ଟୀ ସାଜିଦ୍ ନାଡିୟାୱାଲାଙ୍କୁ ଅନେକ ଥର ସାକ୍ଷାତ କରି ସାରିଛନ୍ତି। ଆଉ ଏହା ଉପରେ ଦୁହେଁ କଥା ହୋଇ କିଛି ଚରିତ୍ର ବାଛିଥିଲେ। ସେଥିମଧ୍ୟରୁ ଗୋଟିଏ ହେଉଛି ‘କିକ୍’ ଫିଲ୍ମରେ ସଲ୍ମାନ୍ ଅଭିନୟ କରିଥିବା ଦେବୀ ଲାଲ୍ ସିଂହଙ୍କ ଚରିତ୍ର। ସେହି ଫିଲ୍ମରେ ସଲ୍ମାନ୍ଙ୍କ ଖାକୀ ବର୍ଦିରେ ନଜର ଆସିଥିଲେ। ଯଦି ଏହି ଆଇଡିଆ ସଠିକ୍ ରୂପରେ କର୍ଯ୍ୟକାରୀ ହେଲା, ତେବେ ସଲ୍ମାନ୍ ରୋହିତ୍ଙ୍କ ଫିଲ୍ମରେ ଜଣେ ପୁଲିସ୍ ଚରିତ୍ରରେ ଅଭିନୟ କରି ପାରନ୍ତି।
ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ ୨୦୧୮ର ଶେଷ ଆଡ଼କୁ ରିଲିଜ୍ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସ୍ରେ ଅନେକ ରେକର୍ଡ ହାତେଇଛି। ବ୍ୟାକ୍ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇ ରୋହିତ୍ ସଫଳ ନିର୍ଦ୍ଦେଶକ ତାଲିକାରେ ନିଜକୁ ସାମିଲ୍ କରିଛନ୍ତି। ଏବେ ସଲ୍ମାନ୍ ଓ ରୋହିତ୍ ନିଜ କ୍ଷେତ୍ରରେ ଶିଖରରେ ଅଛନ୍ତି। ଏମିତିରେ ଦୁହେଁ ଏକାଠି କାମ କରିବା ନିଶ୍ଚିତ ଭାବେ ଖୁବ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦବଙ୍ଗ’ରେ ପୁଲିସ୍ ଚରିତ୍ରରେ ଅଭିନୟ କରି ସଲ୍ମାନ୍ ସମସ୍ତଙ୍କ ହୃଦୟ ଜିତିଥିଲେ। ଏହାର ଦ୍ୱିତୀୟ ପାର୍ଟ୍ ବି ସଫଳ ରହିଛି। ଏବେ ସଲ୍ମାନ୍ ‘ଭାରତ’ ଫିଲ୍ମର ଶୁଟିଂ କରୁଛନ୍ତି। ଏହାପରେ ସେ ‘ଦବଙ୍ଗ -୩’ର ସୁଟିଂ ଆରମ୍ଭ କରିବେ।
ସୂଚନା ମୁତାବକ ୨୦୧୯ରେ ଶେଷ ଆଡ଼କୁ ସଲ୍ମାନ୍ ରୋହିତ୍ଙ୍କ ସହ ଏହି ପ୍ରୋଜେକ୍ଟରରେ କାମ କରିବା ଆରମ୍ଭ କରିଦେବେ।
from Odisha Reporter http://bit.ly/2TiPjcm
No comments:
Post a Comment