ଓଡ଼ିଆ ପିଲାମାନେ ଅନ୍ୟକୁ ରୋଜଗାର ଦେବା ସହ ନିଜେ ମାଲିକ ମଧ୍ୟ ବନିବେ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଓଡ଼ିଆ ପିଲାମାନେ ଅନ୍ୟକୁ ରୋଜଗାର ଦେବା ସହ ନିଜେ ମାଲିକ ମଧ୍ୟ ବନିବେ: ଧର୍ମେନ୍ଦ୍ର

union-minister-dharmendra-pradhan-inaugurates-pmkvy-centre-at-janla

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓଡ଼ିଆ ପିଲାଙ୍କୁ ସମ୍ମାନ ଏବଂ ସ୍ୱାଭିମାନ ସହକାରେ ବଞ୍ଚିବାର ରାସ୍ତା ଦେଖାଇବ। ଓଡ଼ିଆ ପିଲାମାନେ କେବଳ ନିଜେ ଆତ୍ମନିର୍ଭରଶୀଳ ହେବେ ନାହିଁ ମାଲିକ ମଧ୍ୟ ବନିବେ। ଭାରତ ସରକାରଙ୍କ କଳ୍ପନା ରହିଛି, ଗରିବ ଘରର ପିଲାମାନେ ରୋଜଗାର ଖୋଜିବା ପାଇଁ ବାହାରକୁ ଯିବେ ନାହିଁ। ଗରିବ ଘରର ଯୁବକମାନେ ଅନ୍ୟକୁ ରୋଜଗାର ଦେବା ସହ ମାଲିକ ବନିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଖୋର୍ଦ୍ଧା ଜାଆଁଳା ଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ଦେଶରେ ବିଭିନ୍ନ ରାଜ୍ୟରେ ବିଶେଷ କରି ଗରିବ ଲୋକଙ୍କ ଭିତରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ସାମାଜିକ ସଂସ୍କାର ବଢିବା ସହ କେହି ଭୋକରେ ନ ରହିବାର ଲକ୍ଷ୍ୟ ନେଇ ମାତା ଅମୃତାମନନ୍ଦମୟୀଙ୍କ ନେତୃତ୍ୱରେ ଏହି ସ୍କୁଲ ଆରମ୍ଭ ହୋଇଛି।ଏହି କେନ୍ଦ୍ରର ପରିଚାଳନା ଓ ସ୍ଥାପନା କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସହଯୋଗିତାରେ ମାତା ଅମୃତାମନନ୍ଦମୟୀ ଟ୍ରଷ୍ଟ ତରଫରୁ କରାଯାଉଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୫ ବର୍ଷ ହେଲା ଏହି ସ୍କୁଲ ଏ ଅଞ୍ଚଳରେ ଗଢ଼ି ଉଠିଛି। ସ୍କୁଲଟି ଏ ଅଞ୍ଚଳର ମୌଳିକ ଆବଶ୍ୟକତାକୁ ପୂରଣ କରିବ ଏଥିରେ ସନ୍ଦେହ ନାହିଁ। ସ୍କୁଲଟି ଖୋର୍ଦ୍ଧା ଜିଲ୍ଲାର ୪ଟି ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛି। ଗାଁର ବିକାଶ ପାଇଁ ଏହାର ମୂଳ ଲକ୍ଷ୍ୟ ରହିଛି। ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ରହିଛି ଭାରତ ବର୍ଷର ସାମାନ୍ୟ ପିଲାଙ୍କୁ ରୋଜଗାରକ୍ଷମ କରିବା ପାଇଁ, ସ୍ୱରୋଜଗାରରେ ନିଜ ଗୋଡ଼ରେ ଠିଆ କରିବା ପାଇଁ। ସ୍ୱାଭିମାନ ସହ ଜୀବନ ଯାପନ କରିବା ପାଇଁ ସମସ୍ତଙ୍କୁ ଶିକ୍ଷା ଓ ପ୍ରଶିକ୍ଷଣ ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ଶିକ୍ଷା ଓ ସାକ୍ଷରତା ଅଜଣା ବିଷୟ ନୁହେଁ । କିନ୍ତୁ ଯେଉଁ ଶିକ୍ଷା ଆମକୁ ମିଳୁଛି ଆମକୁ ରୋଜଗାର, ସ୍ୱରୋଜଗାର, ସ୍ୱାଭିମାନର ସହ ସମ୍ମାନର ବଞ୍ଚିବାର ବ୍ୟବସ୍ଥା କରିପାରୁଛି କି ନାହିିଁ ତାହାର ପ୍ରଶ୍ନ ସମସ୍ତଙ୍କ ମନରେ ଅଛି। ଏଭଳି ସମୟରେ ଭାରତ ସରକାରଙ୍କ କୌଶଳ ବିକାଶ ଯୋଜନା, ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ ମା’ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅନୁଷ୍ଠାନର ମିଳିତ ପ୍ରଚେଷ୍ଟାରେ ଖୋର୍ଦ୍ଧା ସ୍ଥିତ ଏହି ଶିକ୍ଷାନୁଷ୍ଠାନ ଏ ଅଞ୍ଚଳରେ ୨୦୦ ପିଲାଙ୍କ ପ୍ରଶିକ୍ଷଣ ପାଇଁ ପିଏମକେଭିୱାଇ ପ୍ରକଳ୍ପ ବୁଝାମଣା କରିଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସ୍କୁଲରେ ପିଲାଙ୍କୁ ପ୍ଳମ୍ବିଙ୍ଗ, ଘରୋଇ ସହଯୋଗୀ, ଟେଲରିଂ, କମ୍ପ୍ୟୁଟର ଡାଟା ଅପରେଟର, ମେକାନିକ୍ ଆଦି ବିଭିନ୍ନ ବିଭାଗ ଗୁଡ଼ିକରେ ପ୍ରଶିକ୍ଷଣ ଦିଆଯିବ। କେବଳ ପ୍ରଶିକ୍ଷଣ ନୁହେଁ ଏହି ଟ୍ରେନିଂ ସେଣ୍ଟରକୁ ବ୍ୟାଙ୍କ ସହ ଅନୁବନ୍ଧିତ କରାଯିବ। ଭାରତ ସରକାରଙ୍କ ମୁଦ୍ରା ଯୋଜନାରେ କମ୍ ସୁଧରେ ପିଲାଙ୍କୁ ଋଣ ଦିଆଯିବ। ଯୁବକ/ଯୁବତୀମାନେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଭାରତ ସରକାର ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ପୁଞ୍ଜି ଯୋଗାଇ ଦେବେ। ସମସ୍ତେ ଯେପରି କାର୍ଯ୍ୟକ୍ଷମ ହୋଇପାରିବେ ସେଥିପାଇଁ ଭାରତ ସରକାର ସମସ୍ତଙ୍କ ସହ ଅଛନ୍ତି
ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଗୋଟେ ବଡ଼ ଲକ୍ଷ୍ୟ ନେଇ କାମ ନକଲେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ। ଆଜିର ଯୁଗରେ ପିଇବା ପାଣି, ବସ୍ତ୍ର ଓ ଖାଦ୍ୟ ପରି ମୋବାଇଲ ମଧ୍ୟ ଅତ୍ୟାବଶକୀୟ ବସ୍ତୁ ହେଲାଣି। ମୋବାଇଲ ମାଧ୍ୟମରେ ଫେସବୁକ ଓ ହ୍ୱାଟସଆପ ମାଧ୍ୟମରେ ସବୁ କିଛି ସୂଚନା ପାଇପାରୁଛେ। କମ୍ପ୍ୟୁଟର ବା ଏଟିଏମ୍ ମାଧ୍ୟମରେ ନିଜେ ଟଙ୍କା କାଢ଼ିବା ଓ ଟେଲିଫୋନ ରିଚାର୍ଜ କରିବା ହିଁ ଡିଜିଟାଲାଇଜେସନ୍।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏହି ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଡାଟା ଏଣ୍ଟ୍ରି ପ୍ରଶିକ୍ଷଣ ଦିଆଯିବ। ଯଦ୍ଦ୍ଵାରା ଏ ଅଞ୍ଚଳର ଝିଅ ଆମେରିକାର ଜିନିଷ ଭାରତକୁ ଆଣିପାରିବ ଓ ଭାରତର ଜିନିଷ ବିଦେଶରେ ପହଞ୍ଚାଇପାରିବ। ଏହି ସ୍କୁଲ ଯୁବକ, ଯୁବତୀମାନଙ୍କୁ ରୁଚି ଅନୁସାରେ ପ୍ରଶିକ୍ଷିତ କରାଇବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2D5r2Rd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages