ସିବିଆଇ ନଂ ୨ ରାକେଶ ଆସ୍ଥାନାଙ୍କୁ କୋର୍ଟ ଝଟ୍‌କା, ହୋଇପାରନ୍ତି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ସିବିଆଇ ନଂ ୨ ରାକେଶ ଆସ୍ଥାନାଙ୍କୁ କୋର୍ଟ ଝଟ୍‌କା, ହୋଇପାରନ୍ତି ଗିରଫ

ନୂଆଦିଲ୍ଲୀ: ସିବିଆଇ ମହାକଳି ପରେ ବାଧ୍ୟତାମୂଳକ ଛୁଟିରେ ଥିବା ସଂସ୍ଥାର ନଂ ୨ ରାକେଶ ଆସ୍ଥାନାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ସିବିଆଇ ପକ୍ଷରୁ ଲାଞ୍ଚ ନେଇଥିବା ଭଳି ସାଂଘାତିକ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତ କରିବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି ମାମଲା ରୁଜୁ ବିରୋଧରେ ଶ୍ରୀ ଆସ୍ଥାନା ଦିଲ୍ଲୀ ହାକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଗିରଫଦାରୀରୁ ବର୍ତ୍ତିବାକୁ ନିବେଦନ କରିଥିଲେ। କିନ୍ତୁ ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସେହିପରି ତାଙ୍କୁ ଗିରଫଦାରୀରୁ ପୂର୍ବ ଦେଇ ଆସୁଥିବା ସୁରକ୍ଷାକୁ ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି।

କେବଳ ଶ୍ରୀ ଆସ୍ଥାନା ନୁହନ୍ତି, ତାଙ୍କର ଘନିଷ୍ଠ କୁହାଯାଉଥିବା ସିବିଆଇର ଡେପୁଟି ସୁପରିଟେଣ୍ଡଣ୍ଟ ଦେବେନ୍ଦ୍ର କୁମାର ଓ ଲାଞ୍ଚ କାରବାରର ମଧ୍ୟସ୍ଥି ମନୋଜ ପ୍ରସାଦଙ୍କ ନାଁରେ ରୁଜୁ ମାମଲାର ତଦନ୍ତ କରିବାକୁ କୋର୍ଟ କହିଛନ୍ତି। ଆସନ୍ତା ୧୦ ସପ୍ତାହ ମଧ୍ୟରେ ମାମଲାର ତଦନ୍ତ ସାରି ରିପୋର୍ଟ ଦେବାକୁ କୋର୍ଟ ସିବିଆଇକୁ କହିଛନ୍ତି।

ଜଷ୍ଟିସ୍‌ ନଜିମ୍‌ ୱାଜିର ଆଜିର ଶୁଣାଣି ବେଳେ କହିଥିଲେ ଯେ “ସିବିଆଇ ଯେଉଁ ଏଫ୍‌ଆଇଆର୍‌ ରୁଜୁ କରିଛି, ତାହାକୁ ଖାରଜ କରାଯିବ ନାହିଁ। ଶ୍ରୀ ଆସ୍ଥାନା ଏବଂ ଅନ୍ୟମାନଙ୍କ ବିରୋଧରେ ଆସିଥିବା ଲାଞ୍ଚ ଓ ଦୁର୍ନୀତି ମାମଲାର ତଦନ୍ତ ହେବା ଦରକାର।”

ମାଂସ ମାଫିଆ ମୋଇନ୍‌ କ୍ୟୁରେସୀ ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ସତୀଶ ବାବୁକୁ ବଞ୍ଚାଇବା ପାଇଁ ୧୯୯୪ ବ୍ୟାଚ୍‌ର ଗୁଜରାଟ ଆଇପିଏସ୍‌ ଶ୍ରୀ ଆସ୍ଥାନା ୩ କୋଟି ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ସିବିଆଇ ମାମଲା ରୁଜୁ କରିଥିଲା।

ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ କଂଗ୍ରେସ ସ୍ୱାଗତ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ କରିଛି।



from Odisha Reporter http://bit.ly/2D3SizE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages