ଆତ୍ମଘୋଷିତ ବାବା ରାମ ରହିମ ପୁଣି ଦୋଷୀ ସାବ୍ୟସ୍ତ, ଏଥର ଏହି ମାମଲାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଆତ୍ମଘୋଷିତ ବାବା ରାମ ରହିମ ପୁଣି ଦୋଷୀ ସାବ୍ୟସ୍ତ, ଏଥର ଏହି ମାମଲାରେ

ପଞ୍ଚକୁଲା: ଆତ୍ମଘୋଷିତ ବାବା ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ୍‌ ସିଂହଙ୍କୁ ଆଜି ପଞ୍ଚକୁଲା ସ୍ଥିତି ସ୍ୱତନ୍ତ୍ର ସିବିଆଇ କୋର୍ଟ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାମ ରହିମ ସହ ଆଉ ୩ ଜଣଙ୍କୁ ମଧ୍ୟ ବିଚାରପତି ଜଗଦୀପ ସିଂହ ଦୋଷୀ ବୋଲି ବିବେଚନା କରିଛନ୍ତି।

ଏମାନେ ଦୀର୍ଘ ୧୬ ବର୍ଷ ତଳେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା କରିଥିଲେ। ସାମ୍ବାଦିକ ଜଣଙ୍କ ରାମ ରହିମ ଡେରା ସଚ୍ଚା ମଧ୍ୟରେ କରୁଥିବା କଳାକାରନାମାର ଗୁମର ଖୋଲି ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା।ବିଚାରପତି ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ହେଁ ଆସନ୍ତା ଜାନୁଆରୀ ୧୭ ତାରିଖରେ ରାମ ରହିମ ଓ ଅନ୍ୟମାନଙ୍କୁ ଦଣ୍ଡବିଧାନ କରାଯିବ।

ରାମ ରହିମଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ଡେରା ସଚ୍ଚାର ମ୍ୟାନେଜର କ୍ରିଷ୍ଣା ଲାଲ ଓ ଦୁଇ ଜଣ ଶୁଟର୍‌ କୁଲଦୀପ ସିଂହ ଏବଂ ନିର୍ମଳ ସିଂହ।

ଆଜିର ଶୁଣାଣି ବେଳେ ରାମ ରହିମ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ। କାରଣ ସେ ପୂର୍ବରୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି।

ସିବିଆଇ ଚାର୍ଜଶିଟ୍‌ ଅନୁଯାୟୀ, ଡେରା ମ୍ୟାନେଜର କ୍ରିଷ୍ଣା ଲାଲ ଦୁଇ ଜଣ ଶୁଟର୍‌ କୁଲଦୀପ ଓ ନିର୍ମଳଙ୍କୁ ତାଙ୍କ ଲାଇସେନ୍ସ ପ୍ରାନ୍ତ ବନ୍ଧୁକ ଏବଂ ୱାକିଟକି ଦେଇଥିଲେ। ଏହି ସମୟରେ ଡେରା ମୁଖ୍ୟ ରାମ ରହିମ ଉପସ୍ଥିତ ରହିଥିଲା।

୨୦୦୨ ମସିହା ଅକ୍ଟୋବର ୨୪ରେ ଦୁଇ ଶୁଟର ସାମ୍ବାଦିକ ଛତ୍ରପତିଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳି କରିଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଛତ୍ରପତି ଦୀର୍ଘ ୩ ସପ୍ତାହ ପରେ ଆଖିବୁଜି ଦେଇଥିଲେ। ସେ ‘ପୂରା ସଚ’ ନାମକ ଖବରକାଗଜରେ ରାମ ରହିମଙ୍କ ଦୁର୍ନୀତିର ଖୁଲାସା କରିଥିଲେ। ଏହି ହତ୍ୟାକାଣ୍ଡ ପ୍ରମୁଖ ସାକ୍ଷୀ ରାମ ରହିମଙ୍କ ଡ୍ରାଇଭର ଖଟ୍ଟ ସିଂହ ରହିଥିଲେ।

୨୦୧୭ ଅଗଷ୍ଟ ମାସରେ ରାମ ରହିମ ଦୁଇ ଜଣ ଅନୁଗାମୀଙ୍କୁ ଦୁଷ୍କର୍ମ କରିଥିବା ପ୍ରମାଣିତ ହୋଇଥିଲା। ଏଥିପାଇଁ ସେ ୨୦ ବର୍ଷ ଜେଲଦଣ୍ଡ ପାଇଛି। ଏହି ଦଣ୍ଡାଦେଶ ପରେ ସମଗ୍ର ପଞ୍ଚକୁଲାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter http://bit.ly/2TKahAM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages